ଅଷ୍ଟ୍ରେଲିଆ ରେ କମୋଡ ଭିତରୁ ବାହାରିଲା ସାପ! ତା ପରେ ଯାହା ହେଲା – ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ଏକ ଅଷ୍ଟ୍ରେଲିଅନ ପରିବାର ସେତେବେଳେ ଅତ୍ୟଧିକ ଡଋ ଗଲେ ଯେତେବେଳ ସେ ତାଙ୍କ କମୋଡ ରେ ସକାଳେ କବାଟ ଖୋଲୁ ଖୋଲୁ ଗୋଟେ ସାପ ଦେଖିଲେ ଏବଂ ଡଋକି ଚିଲେଇବା ଆରମ୍ଭ କଲେ । କମୋଡରୁ ସାପ ବାହାରିବ ଏକ ବିଚିତ୍ର କଥା ଆମେ ସମସ୍ତେ ପ୍ରାୟତଃ ଗାର୍ଡେନ ଅଥବା ଜଙ୍ଗଲ ଜାଗାରେ ସାପ ବାହାରିବାର ଦେଖିଥାଉ କିନ୍ତୁ ଏଠି ସାପ କୋମୋଡ ରେ ବାହାରିଅଛି । ତେବେ କଣ ସମ୍ପୁର୍ଣ୍ଣ ଘଟଣା ସେ ବିଷୟରେ ଆସନ୍ତୁ ଜାଣିବା ।

ଜୀବନ ର ସବୁଠୁ ଭୟଙ୍କର ଦିନ :

ଗତ ସପ୍ତାହ ଅଷ୍ଟ୍ରେଲିଆର ବୃଷବେନ ଜାଗା ର ଏକ ପରିବାର ସକାଳେ ସକାଳେ ଡଋକି ଛାନିୟା ହୋଇଗଲେ । ତାଙ୍କ ଅନୁସାରେ ଏହା ସେମାନଙ୍କ ଜୀବନର ସବୁଠୁ ଭୟଙ୍କର ଦିନ ଥିଲା । ସକାଳେ ସକାଳେ ପରିବାର ଲୋକେ କମୋଡ ରେ ସାପ ଦେଖି ଡଋ ଗଲେ ।

କମୋଡ ରେ ସାପ :

ଫ୍ଯାକ୍ଟ ନ୍ୟୁଜ ଏବଂ ଆସ୍ଟ୍ରେଲିୟାନ ନ୍ୟୁଜ ଅନୁଯାଇ ସକାଳେ ପରିବାର ର ଏକ ସଦସ୍ୟ ଯେତେବେଳେ ଟଇଲେଟ ରେ ଗଲେ ସେ କମୋଡ ରେ ଗୋଟେ କାର୍ପେଟ ପାଇଥନ କୁ ଦେଖି ଡଋ ଗଲେ ଏବଂ ଚିଲେଇବା ଆରମ୍ଭ କଲେ, ତାଙ୍କ ଚିଲେଇବାରୁ ଘରର ଅନ୍ୟ ଲୋକ ଆସି ଦେଖିଲେ ।

ପରିବାର ଲୋକ କାର୍ପେଟ ପାଇଥନ ଦେଖି ଅତ୍ୟଧିକ ଡଋ ଗଲେ ଏବଂ ସ୍ଥାନୀୟ ସାପ ଧରିବା ଦଳ କୁ ସୂଚିତ କଲେ । ସାମାନ୍ୟ ସାପ କୁ ଦେଖିଲେ ଲୋକେ ଡରିଯାଆନ୍ତି ଏବଂ ଏହା ତ ଏକ କାର୍ପେଟ ପାଇଥନ ଥିଲା ଏହାକୁ ଦେଖି କାହାକୁ ବି ଦର ଲାଗିପରେ ।

https://www.facebook.com/elitesnakecatchingbrisbane/posts/2196334757273522

ଫେସବୁକରେ ସମ୍ପୂର୍ଣ କଥା ଜଣାଇଲେ :

ଏହି ବ୍ରୀସବେନ ର ସାପ ଧରିବା ଦଳର ଏକ ସଦସ୍ୟ, ଯାହା ନା ସ୍ଟୀୱର୍ଟ ଲେଲୋର ସେ ଏହି ସମ୍ପୂର୍ଣ ଘଟଣା ଫେସବୁକ ର ଦେଇଛନ୍ତି । ଏହି ପୋଷ୍ଟ ବହୁତ ଭାଇରାଲ ହେଉଅଛି, ଏବଂ ମାତ୍ର କିଛି ସମୟ ରେ ୨୦୦ହଜାର ଉପରେ ଲୋକ ସେୟର କରିସାରିଲେଣି ।

ସ୍ଟୀୱର୍ଟ ଲେଲୋର ଅନୁଯାଇ ତାଙ୍କୁ ଏବଂ ତାଙ୍କ ଦଳକୁ ସାପ ଧରିବାରେ କିଛି କଷ୍ଟ କରିବାକୁ ପଡିଲାନି । ତାଙ୍କ ଅନୁସାରେ ସେ କେବଳ ଗ୍ଲୋବ୍ସ ପିନ୍ଧି କମୋଡ ରେ ହାତ ପୂରାଇଲେ ଓ ସାପକୁ ଟାଣି ଆଇଁଲେ । କାର୍ପେଟ ପାଇଥନ ପ୍ରାୟତଃ କ୍ୱୀଂସଲୈଂଡ ରେ ଅତ୍ୟଧିକ ପାଇଯାନ୍ତି କିନ୍ତୁ କେବେ କାହା କମୋଡ ରେ ମିଳି ନଥିଲା ।

Leave a Reply

Your email address will not be published. Required fields are marked *