ଯେତେବେଳେ ଭୁଲ ରାସ୍ତା ରେ ଯାଉଥିବା ବସ ଆଗ ରେ ମହିଳା ଠିଆ କଲେ ସ୍କୂଟୀ, ଦେଖନ୍ତୁ ବିଡିଓ

ଆଜି କାଲି ଟ୍ରାଫିକ ପୋଲିସ ଲୋକଙ୍କ ଯାତାୟାତ ନିୟମ ପାଇଁ କେତେ ପ୍ରକାର ରେ ଲୋକଙ୍କୁ ଜାଗୃତ କରୁଛନ୍ତି । ସେଇଠି ଗୋଟେ ମହିଳା ଯେଉଁ ପ୍ରକାର ରେ ଭୁଲ ରାସ୍ତା ରେ ଆସୁଥିବା ବସ ଆଗ ରେ ଠିଆ ହୋଇଛନ୍ତି ତାହା ପ୍ରଶଂସନୀୟ ଅଟେ । ସୋସିଆଲ ମିଡିଆ ରେ ଗୋଟେ ଭିଡିଓ ବହୁତ ଭାଇରାଲ ହେଉଛି ଯେଉଁଥିରେ ଗୋଟେ ମହିଳା ଯେଉଁ ପ୍ରକାର ରେ ଭୁଲ ଲେନ ରେ ଯାଉଥିବା ବସ ଆଗ ରେ ସ୍କୁଟି ନେଇ ଠିଆ ହୋଇଥିବାର ଦେଖା ଯାଉଛନ୍ତି ।

ଲୋକଙ୍କ ପାଇଁ ସରକାର ଟ୍ରାଫିକ ନିୟମ ବନେଇଛନ୍ତି ହେଲେ ଲୋକ ମାନେ ତାକୁ ଉଲଂଘନ କରି ଘଟଣା ର ଶିକାର ହେଉଛନ୍ତି ।

ଭାଇରାଲ ବିଡିଓ ରେ ଦେଖାଯାଉଛି କି ମହିଳା ଯାତାୟାତ ନିୟମ ଅନୁସାରେ ଠିକ ଲେନ ରେ ସ୍କୁଟି ଚଲାଊଥିଲା ବେଳେ ଗୋଟେ ବସ ଭୁଲ ଲେନ ରେ ଯାଉଥିବାର ଦେଖା ଯାଉଅଛି । ବସ ତାଙ୍କ ପାଖକୁ ଆସିଲା ପରେ ବି ମହିଳା ଉଠିଲେ ନାହିଁ ଏବଂ ସେଇଠି ଠିଆ ହୋଇ ରହିଲେ ।

ସ୍କୁଟି ରେ ଯାଉଥିବା ମହିଳା ଠିକ ଲେନ ରେ ଥିଲେ ବୋଲି ନିଜ ଜାଗରୁ ହଲିଲେ ନାହିଁ । ଯାହାପାଇଁ ବସ ଡ୍ରାଇଭର ନିଜ ସାଇଡ ରୁ ପଛ ହୋଇ ଅଲଗା ଆଡୁ ବୁଲେଇକି ଗାଡି ନେଲା । ମହିଳାଙ୍କ ଏହି ସାହସ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ଟ୍ଵିଟର ରେ ଲେଖା ହୋଇଛି କି ଯେତେ ବେଳେ ଆପଣ ଠିକ ଥାନ୍ତି ଆପଣଙ୍କ ପାଖ ରେ ଅଲଗା ପ୍ରକାର ଶକ୍ତି ଥାଏ । ଏହି ଭିଡିଓ ରେ ଆପଣ ଦେଖିବାକୁ ପାଉଛନ୍ତି କି କେମିତି ଏକ ମହିଳା ଗୋଟେ ବସ ଡ୍ରାଇଭର କୁ ସବକ ଶିଖାଉଛନ୍ତି ।

ଆମ ଜୀବନ ରେ ଏମିତି ବହୁତ ସ୍ଥିତି ଆସେ ଯେବେ ଆମକୁ ଭଲ ଏବଂ ଖରାପ ମଝିରେ ବାଛିବାକୁ ପଡେ ହେଲେ ଏହା କରିବା ପାଇଁ ଆପଣଙ୍କ ମନ ଠିକ ଦିଶା ରେ ହେବା ଦରକାର । ସରକାର ଦ୍ଵାରା ବନାଯାଇ ଥିବା ନିୟମ ଆମ ପାଇଁ ଭଲ ସେଥିପାଇଁ ଆମକୁ ସବୁ ନିୟମ ମାନିବା କଥା । ସତ୍ୟ କହିଲେ ଅଲଗା ପ୍ରକାର ଶାନ୍ତି ଓ ଶକ୍ତି ମିଳେ ସମସ୍ତଙ୍କ ଜୀବନ ରେ ଏହି ସତ ଓ ମିଛ ର ପରିସ୍ଥିତି ନିଶ୍ଚୟ ଆସି ଥିବ ଆମକୁ ସବୁ ବେଳେ ସତ୍ୟ ର ସାଥି ହେବା କଥା ।

Leave a Reply

Your email address will not be published. Required fields are marked *