ଶିଶୁ କଳାକାର ରୂପରେ ନିଜ କ୍ଯାରିୟର ଆରମ୍ଭ କରିଥିଲେ ଏହି ଛୁଆ ଆଜି ଦେଖା ଯାଉଛନ୍ତି ଏମିତି

ଜି ଟିଭି ସିରିଏଲ ପ୍ରାୟତଃ ସମସ୍ତଙ୍କ ଘରେ ଲୋକ ଦେଖନ୍ତି, ଏହାର ମୁଖ୍ୟ କାରଣ ଏହା ବହୁତ ପାରିବାରିକ ଅଟେ ଓ ଏହି ସିରିଏଲ ଗୁଡିକରେ ବହୁତ ଛୁଆ କଳାକାର କାମ କରନ୍ତି, ତେବେ ଛୁଆଙ୍କୁ ନିଜ ଅଭିନୟ ପାଇଁ ବହୁତ ଆୱାର୍ଡ ମଧ୍ୟ ପ୍ରାପ୍ତ ହେଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଆୱାର୍ଡ ବିଷୟରେ ନୁହ ଏହି ଛୋଟ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଛୋଟରୁ ବହୁତ ବଡ ହୋଇଯାଇଛନ୍ତି ଓ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ।

Image Courtesy: Google

୧. ଖୁସି ଦୁବେ :

ତେବେ ଆପଣ ମାନେ ଜି ଟିଭି ସିରିଏଲ ବା ବହୁ ଅର ବେବି ରେ ସୀମରନ ନାମ ଛୁଆ କଳାକାରକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ତେବେ ଖୁସି ସେତେବେଳେ ୭ ବର୍ଷର ଥିଲେ ଓ ଅନ୍ୟ କେତେ ସିରିଏଲ ସହ ଦିଲ ଧଡକନେ ଦୋ ଫିଲ୍ମରେ ମଧ୍ୟ କାମ କରିଥିଲେ କିନ୍ତୁ ବର୍ତମାନ ଖୁସି ବଡ ହୋଇଯାଇଛନ୍ତି, ବର୍ତମାନ ଖୁସିକୁ ୨୦ ବର୍ଷ ଅଟେ ଓ ଖୁସି ମଦ୍ଲିଙ୍ଗ ମଧ୍ୟ କରୁଛନ୍ତି ।

Image Courtesy: Google

୨. ଶ୍ରେୟା ଶର୍ମା :

ଶ୍ରେୟା ଶର୍ମା କସୋଟୀ ଜିନ୍ଦଗୀକି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ପରେଣନାଙ୍କ ଝିଅ ଅଭିନୟ କରିଥିଲେ ଯାହା ପରେ ତାଙ୍କୁ ବହୁତ ଫିଲ୍ମରେ କାମ ମିଳିଲା ଯେମିତିକି ଚିଲର ପାର୍ଟି, ନକ ଆଉଟ ଭଳି ଫିଲ୍ମରେ କାମ କଲେ ଯାହା ପରେ ସେ ନିଜ ପାଠରେ ବ୍ୟସ୍ତ ହୋଇଗଲେ । ବର୍ତମାନ ଶ୍ରେୟା ତେଲେଗୁ ଫିଲ୍ମ ଦୁନିଆରେ ପ୍ରସିଦ୍ଧ ହୋଇଛନ୍ତି ଓ ବହୁତ ଫିଲ୍ମ କରିସାଇଲେଣି ।

Image Courtesy: Google

୩. ରୁହାନିକା ଧବନ :

ରୁହାନିକା ଧବନକୁ ଆପଣ ମାନେ ଯେ ହେ ମୋହବତେ ସିରିଏଲରେ ଅଭିନୟ କରିଥିବାର ଦେଖିଥିବେ ତେବେ ରୁହି ଅଭିନୟ ରୁହାନିକା ବହୁତ ଭଲ ଭାବରେ କରିଥିଲେ ଏହା ଛଡା ଜୟ ହୋ ଓ ଘାୟଲ ଭଳି ଚଳଚିତ୍ରରେ ମଧ୍ୟ ରୁହାନିକା କାମ କରିଛନ୍ତି, ତେବେ ବର୍ତମାନ ରୁହାନିକା ୧୧ ବର୍ଷର ଅଟନ୍ତି ଓ ନିଜ ଅଭିନୟ ଦୁନିଆ ଜାରି ରଖିଛନ୍ତି ।

Image Courtesy: Google

୪. ହଂସିକା ମୋଟବାଣୀ :

ଆପଣ ମାନେ ହଂସିକାକୁ ବର୍ତମାନରେ ପ୍ରସିଦ୍ଧ ଅଭିନେତ୍ରୀ ଭାବରେ ବହୁତ ଫିଲ୍ମରେ ଦେଖିବାକୁ ପାଇଥିବେ, ତେବେ ଟଲିଉଡରେ ହଂସିକାଙ୍କୁ ସମସ୍ତେ ଜାଣିଛନ୍ତି କାହିଁକିନା ସେ ବହୁତ ଫେମସ ଫିଲ୍ମରେ କାମ କରିଛନ୍ତି, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ହଂସିକା ପ୍ରଥମେ ଛୁଆବେଳେ ଅଭିନୟ କରିଥିଲେ ତେବେ ଏହି ସିରିଏଲ ନାମ ଥିଲା ସକାଲା କା ବୁମ ବୁମରେ ଅଭିନୟ କରିଥିଲେ ଯାହା ପରେ ତାଙ୍କୁ ସମସ୍ତେ ଜାଣିବାକୁ ପାଇଲେ ଏହା ପରେ ହଂସିକା ଛୁଆ ବେଳେ ଆବ୍ରା କା ଡାବ୍ରା ଭଳି ଫିଲ୍ମରେ କାମ କରିଥିଲେ ଓ ବର୍ତମାନ ବହୁତ ବଡ ଅଭିନେତ୍ରୀ ଅଟନ୍ତି । ବର୍ତମାନ ହଂସିକା ନିଜ ନୂଆ ଫିଲ୍ମ ମାହ ପାଇଁ ଶୁଟିଙ୍ଗ ପାଇଁ ଅପେକ୍ଷା କରିଛନ୍ତି ଯାହା ଲକଡାଉନ ପାଇଁ ବନ୍ଦ ଅଛି ।

Leave a Reply

Your email address will not be published. Required fields are marked *