ପୁଣି ଥରେ ଭାଇରାଲ ହେଲା Babushanଙ୍କ Video, ଦେଖନ୍ତୁ ନିଜ ସାଙ୍ଗମାନଙ୍କ ସହ କିପରି ମସ୍ତି କରୁଛନ୍ତି ମସ୍ତି

ବନ୍ଧୁଗଣ ଆପଣ ମାନେ ଓଲିଉଡ ସୁପର ଷ୍ଟାର ତଥା ଚକଲେଟ ହିରୋ ବାବୁସାନ ମହାନ୍ତି ଙ୍କ ସହ ପ୍ରକୃତି ମିଶ୍ରଙ୍କ ପ୍ରେମ ସଂପର୍କକୁ ନେଇ ଯେଉଁ ବିବାଦ ଲାଗିଥିଲା ତାହା ବିଷୟରେ ବେଶ ଭଲ ଭାବେ ଜାଣିଥିବେ । ତେବେ ଦୁହିଙ୍କର ପ୍ରେମ ସମ୍ପର୍କର ଖୁଲାସା କରିଥିଲେ  ନିଜେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି । ଯାହା ପରେ ବିବାଦ ଏତେ ବଢି ଯାଇଥିଲା କି ବାବୁସାନ ଓ ପ୍ରକୃତି ଦୁହେଁ ଚେନ୍ନାଇ ଚାଲି ଯାଇଥିଲେ । ଆଉ ପ୍ରକୃତି ଘରକୁ ଫେରିବା ପରେ ବି ବାବୁସାନ ଫେରି  ନ ଥିଲେ ।

ଅନେକ ବିବାଦ ଘେରରେ ଫସି ଥିବାରୁ ବାବୁସାନ ଘରକୁ ଫେରି ନ ଥିଲେ କିନ୍ତୁ ତାଙ୍କ ମା ଅପରାଜିତା ଭିଡିଓ ରେ ଅନୁରୋଧ କରି ଘରକୁ ପୁଅ ଫେରି ଆସୁ ବୋଲି କହିବାରୁ ସେ ଘରକୁ ଫେରିଥିଲେ । ଏବେ ଉଭୟ ପ୍ରକୃତି ଓ ବାବୁସାନ ପରିବାର ସହ ବେଶ ଖୁସି ରେ ସମୟ ବ୍ଯତୀତ କରୁଛନ୍ତି । କିନ୍ତୁ ଏ ଯାଏଁ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଓ ପୁଅ ଗୁହାନ ଘରକୁ ତାଙ୍କ ପାଖକୁ ଫେରି ନାହାନ୍ତି ।

କାରଣ ତୃପ୍ତି ବାବୁସାନ ଙ୍କ ପାଖକୁ ଫେରିବା ପାଇଁ ୩ଟି ସର୍ତ୍ତ ରଖିଛନ୍ତି ଯାହାକୁ ଏବେ ଯାଏଁ ମାନି ନାହାନ୍ତି ବାବୁସାନ । ତେବେ ଏହାରି ମଧ୍ୟରେ ବାବୁ ସାନଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ନିଜ ସାଙ୍ଗ ସାଥି ମାନଙ୍କ ସହ ମସ୍ତି କରୁଛନ୍ତି ।

ସେ ତାଙ୍କ ସାଙ୍ଗ ମାନଙ୍କ ସହ କେଉଁଠି କି ବୁଲିବାକୁ ଯାଇଛନ୍ତି ବୋଧ ହୁଏ କେଉଁ ରେଷ୍ଟୁରାଣ୍ଟ କୁ ଯାହା ଏହି ଭିଡିଓ ରେ ନଜର ଆସୁଛି । ତେବେ ସେଠାରେ ବାବୁସାନ ଡ୍ରିଂକ୍ସ କରିବା ସହ ନିଜ ସାଥି ମାନଙ୍କ ସହ ମସ୍ତି ଆଉ ହସି ମଜାକ କରୁଛନ୍ତି । ତେବେ ତାଙ୍କୁ ନିଶା ନ କରିବା ପାଇଁ ତୃପ୍ତି ସର୍ତ୍ତ ରଖିଥିଲେ ମଧ୍ୟ ବାବୁସାନ ପୁଣି ସେଇ କାମ କରୁଛନ୍ତି ।

ତେବେ ନିଜ ସାଙ୍ଗ ମାନଙ୍କ ସହ ମସ୍ତି କରିବା ବ୍ଯତୀତ ସେ ନିଜର ହେୟାର କଟ ମଧ୍ୟ କରିବାର ଏହି ଭିଡିଓ ରେ ନଜର ଆସୁଛି । ତେବେ ନିଜର ହେୟାର କଟ କରିବା ସମୟରେ ବାବୁସାନ ବେଶ ଖୁସି ଥିବାର ନଜର ଆସୁଛନ୍ତି କାରଣ ସେ କିଛି ଅଲଗା ଆଉ ଡିଫରେଣ୍ଟ ପ୍ରକାରର ହେୟାର କଟ କାଟୁଛନ୍ତି ।

ଏହା ସହ ସେ ନିଜ ମା ଙ୍କ ପାଇଁ ଗାଇଥିବା ଗୀତ ଧୋ ରେ ବାୟା ଧୋ ଗୀତ ମଧ୍ୟ ଏହି ଭିଡିଓ ରେ ପୁଣି ଥରେ ଗାଉଛନ୍ତି ଯାହା ଶୁଣିବାକୁ ବହୁତ ସୁନ୍ଦର ଲାଗୁଛନ୍ତି । ତେବେ ସେ ଯାହା ବି ହେଉ ଏତେ ସବୁ ବିବାଦ ହେଲା ପରେ ବି ବାବୁସାନ ନିଜ ସାଙ୍ଗ ସାଥିଙ୍କ ସହ ମସ୍ତି କରୁଛନ୍ତି ଯାହାର ଭିଡିଓ ରେ ନେଇ ତାଙ୍କର ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନଙ୍କର ଏଭଳି ମସ୍ତି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *