Youngest Reporter: ନିଜ ସ୍କୁଲର ଗୁମର ଖୋଲିଲେ ଏହି କୁନି ରିପୋର୍ଟର, ଯାହା କହୁଛନ୍ତି ଶୁଣି ଆପଣ ବି କରିବେ ପ୍ରଶଂସା… ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଛୋଟ ପିଲା କିନ୍ତୁ ପାଟିରୁ ବାହାରୁଛି ଏମିତି କଥା ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପିଲାଟି ନିଜେ ବୁଲି ବୁଲି ଦେଖାଉଛି ସରକାରୀ ସ୍କୁଲର ଅବ୍ୟବସ୍ଥାର ଦୃଶ୍ୟ । ଟିଭି ସାମ୍ବାଦିକ ଙ୍କ ପରି ଗପୁଥିବା ଏହି ପିଲା ଟି ହେଉଛି ଝାଡଖଣ୍ଡ ରାଜ୍ୟ କୋଡା ଜିଲା ର । ଏଠିକାର ମହକମା ବ୍ଲକ ଅନ୍ତର୍ଗତ ଏହି ସ୍କୁଲ ରେ ପିଲା ଟି ପାଠ ପଢେ । ତେବେ ସ୍କୁଲର ଅବ୍ୟବସ୍ଥା କୁ ନେଇ ଭିଡିଓ କରିବାକୁ କେହି ଜଣେ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଏହି ସ୍କୁଲର କୁନି ପିଲା କୁ ଟିଭି ରିପୋର୍ଟର ଭାବେ ଉପସ୍ଥାପନ କରି ସେ କାମ ଟି ତୁଲାଇଛନ୍ତି ସେହି ଅଜଣା ବ୍ୟକ୍ତି ।

ଆଉ ପିଲା ଟି ମଧ୍ୟ ମାଇକ ଭାବେ ପ୍ଲାଷ୍ଟିକ ବୋତଲ ଧରି ସାରା ସ୍କୁଲ ବୁଲି ବୁଲି ନିଜର କଥା କୁ ଲୋକ ମାନଙ୍କ ଆଗରେ ଉପସ୍ଥାପନ କରିବାରେ ଲାଗିଛି । ତେବେ ସରକାରୀ ସ୍କୁଲ ର ଶିକ୍ଷା ବ୍ୟବସ୍ଥା କେମିତି ରହିଛି ଆଉ ପିଲା କେମିତି ପାଠ ପଢୁଛନ୍ତି ତାହା ପିଲା ଟି ଖୁବ ସୁନ୍ଦର ଭାବେ ବଖାଣିଛି ।

ତେବେ ଏହି ଭାଇରାଲ ଭିଡିଓ ଟି ବର୍ତ୍ତମାନ ସମୟରେ ଗୋଟିଏ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ସ୍କୁଲର ଅବ୍ୟବସ୍ଥା, ଟଏଲେଟ, ଶିକ୍ଷକ ମାନେ ଡେରି ରେ ଆସିବା, ଛାତ ରୁ ପାଣି ଗଳିବା ଏମିତି ଅନେକ ଗୁମର ଖୋଲିଥିବା ଏହି ପିଲାଟିର କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଆଉ ଏହି ଭିଡିଓ ର ପ୍ରଭାବ ଝାଡଖଣ୍ଡ ସରକାରଙ୍କ ଉପରେ ଜୋରଦାର ପଡିଛି ବୋଲି କୁହା ଯାଉଛି । ତେବେ ପିଲା ଟି ଭିଡିଓ ରେ ବୋତଲ କୁ ମାଇକ କରି କହୁଛି ସରକାରୀ ସ୍କୁଲ ରେ କେମିତି ଶିକ୍ଷା ବ୍ୟବସ୍ଥା ରହିଛି ଆଉ ଅଧ୍ୟାପକ ମାନଙ୍କର ଦେଖା ଦର୍ଶନ ନାହି । ଏମିତିକି ଶ୍ରେଣୀ କକ୍ଷ ର ରୁମ ଗୁଡିକ ଏତେ ଖରାପ ଅବସ୍ଥାରେ ପଡି ରହିଛି ଯାହାକୁ ପିଲା ଟି ଖୁବ ସୁନ୍ଦର ଭାବେ ଦେଖୁଛି ।

ଆଉ କହୁଛି ଦେଖନ୍ତୁ ସରକାରଙ୍କ ବ୍ୟବସ୍ଥା କେତେ ଦୟନୀୟ ହୋଇ ପଡିଲାଣି । ସ୍କୁଲ ର ଟଏଲେଟ ମଧ୍ୟ ଏତେ ଦଯନୀୟ ଅବସ୍ଥାରେ ରହିଛି ଯାହା ଆପଣମାନେ ଏହି ଭିଡିଓ ରେ ଦେଖି ପାରିବେ । ସ୍କୁଲ ର ଏଭଳି ଦଯନୀୟ ସ୍ଥିତି ପାଇଁ ଦାୟୀ ହେଉଛନ୍ତି ସରକାର । ସରକାର ସରକାରୀ ସ୍କୁଲ ରେ ପାଠ ପଢିଲେ ଦେଶ ଆଗକୁ ବଢିବ ବୋଲି ଯେଉଁ ପ୍ରତିଶୃତି ଦେଉଛନ୍ତି ତାହା ଏହି ସ୍କୁଲ ପରିସର ଦେଖିଲେ ଜଣା ପଡୁଛି ।

ତେବେ ସେ ଯାହା ବି ହେଉ ଏତେ କମ ବୟସର ପିଲା ଟି ଯେମିତି ଭାବେ ସ୍କୁଲ ଚାରି ଆଡେ ବୁଲି ବୁଲି ସ୍କୁଲର ଅବସ୍ଥା ଦେଖାଉଛି ଆଉ ତା ବିଷୟରେ ସବୁ ଡିଟେଲ୍ସ କହୁଛନ୍ତି ସେଥିପାଇଁ ତାକୁ ଧନ୍ୟବାଦ ଦେବା ଉଚିତ । ତେବେ ସରକାର ଏହି ଘଟଣା ପ୍ରତି ଦ୍ରୁଷ୍ଟି ଦେବା ନିହାତି ଜରୁରି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *