ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ ଆପଣଙ୍କ ପାର୍ଟନର ଆପଣଙ୍କ ମୁହଁ ରୁ ସେହି ୩ଟି ଶବ୍ଦ ଶୁଣିବା ପାଇଁ ବହୁତ ଅପେକ୍ଷା ରେ ରହିଥାନ୍ତି । କିଛି ବ୍ୟକ୍ତି ତ ଏଭଳି ଅଛନ୍ତି ଯେଉଁମାନେ ଏହି ତିନୋଟି ଶବ୍ଦ କହିବାକୁ ଲାଜ ପ୍ରକାଶ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଆପଣଙ୍କ ପାର୍ଟନର ଙ୍କ ରାଶି ଅନୁସାରେ ସେ କହୁଥିବା ଆଇ ଲଭ୍ ୟୁ ର ଅର୍ଥ କଣ ଅଟେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ଏହି ରାଶି ଥିବା ବ୍ୟକ୍ତି ସର୍ଵଦା ସିଧାସଳଖ କଥାବାର୍ତ୍ତା କରିଥାନ୍ତି । ଏମାନେ ଯେଉଁ କାର୍ଯ୍ୟ କରିବାର ନିଷ୍ପତ୍ତି ନେଇଥାନ୍ତି ତାକୁ ଅବଶ୍ୟ ପୂର୍ଣ୍ଣ କରିଥାନ୍ତି । ଏହି ରାଶି ର ବ୍ୟକ୍ତି ପ୍ରେମ ମାମଲାରେ ଜଣେ ବହୁତ ବଡ଼ ପ୍ରେମୀ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ଯଦି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କୁ ମନରୁ ଚାହୁଁଛନ୍ତି ।
୨. ବୃଷ ରାଶି- ଏହି ରାଶି ଥିବା ବ୍ୟକ୍ତି ପ୍ରେମ ମାମଲାରେ ବହୁତ ଗମ୍ଭୀର ଥାଆନ୍ତି । ଏମାନେ ଏହି ମାମଲାରେ ସର୍ଵଦା ଇମାନଦାର ଅଟନ୍ତି । ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କୁ ବହୁତ ଭରସା କରୁଛନ୍ତି ।

୩. ମିଥୁନ ରାଶି- ଏହି ରାଶି ଥିବା ବ୍ୟକ୍ତି ବହୁତ ମିଶାଣିଆ ସ୍ୱଭାବ ର ହୋଇଥାନ୍ତି । କିନ୍ତୁ ଏମାନେ କେବେବି ଅନ୍ୟ କାହା ସହ ବ୍ୟକ୍ତିଗତ କଥା କହିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ଆପଣ ତାଙ୍କ ପାଇଁ ବହୁତ ଖାସ ଅଟନ୍ତି ।
୪. କର୍କଟ ରାଶି- ଏହି ରାଶି ଥିବା ବ୍ୟକ୍ତି ଅତ୍ୟନ୍ତ ଅନୁଶାସିତ ଏବଂ ଭାବୁକ ସ୍ୱଭାବ ର ହୋଇଥାନ୍ତି । ଏମାନେ ପ୍ରେମ ମାମଲାରେ ସର୍ଵଦା ଗମ୍ଭୀର ଥାଆନ୍ତି । ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କ ସହିତ ନିଜର ସମ୍ପୂର୍ଣ୍ଣ ଜୀବନ ବିତାଇବାକୁ ଚାହୁଁଛନ୍ତି ।

୫. ସିଂହ ରାଶି- ଏହି ରାଶି ଥିବା ବ୍ୟକ୍ତି ଙ୍କ ହୃଦୟ ଜିତିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏମାନେ ଯଦିଓ ଆପଣଙ୍କ ପ୍ରଶଂସା କରିଥାନ୍ତି କିନ୍ତୁ ଏମାନଙ୍କ ହୃଦୟ ଭିତରେ ସ୍ଥାନ ସୃଷ୍ଟି କରିବା ଏତେ ସହଜ ନୁହେଁ । ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ଆପଣ ତାଙ୍କ ଜୀବନର ଜଣେ ଖାସ ବ୍ୟକ୍ତି ଅଟନ୍ତି । ତାହାକୁ ନେଇ ସେ ନିଶ୍ଚିତ ଥାଆନ୍ତି ।
୬. କନ୍ୟା ରାଶି- ଏହି ରାଶି ଥିବା ବ୍ୟକ୍ତି ସର୍ଵଦା ସହଜ ଓ ସୁରକ୍ଷିତ ସମ୍ପର୍କ ଚାହିଁଥାନ୍ତି । ଏମାନେ ପ୍ରେମ ମାମଲାରେ ବହୁତ ଇମାନଦାର ହୋଇଥାନ୍ତି ଏବଂ ବେଳେବେଳେ ରୁଢ଼ିବାଦୀ ମଧ୍ୟ । ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କ ସହିତ ଲମ୍ବା ସମୟ ଧରି ରହିବାକୁ ଚାହାନ୍ତି ।

୭. ତୁଳା ରାଶି- ଏହି ରାଶି ଥିବା ବ୍ୟକ୍ତି ଅତ୍ୟନ୍ତ ଭାବୁକ ସ୍ୱଭାବ ର ହୋଇଥାନ୍ତି । ଏମାନେ ପ୍ରେମ ମାମଲାରେ ବହୁତ ଇମାନଦାର ହୋଇଥାନ୍ତି । ଏମାନେ ସମ୍ପର୍କ ର ମହତ୍ତ୍ୱ କୁ ବୁଝନ୍ତି । ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ଆପଣ ତାଙ୍କ ପାଇଁ ବହୁତ ଜରୁରୀ ।
୮. ବିଚ୍ଛା ରାଶି- ଏହି ରାଶି ଥିବା ବ୍ୟକ୍ତି ଅତ୍ୟନ୍ତ ପ୍ରଭାବିତ ଏବଂ ଆକର୍ଷିତ ବ୍ୟକ୍ତିତ୍ବ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ଏତେ ସହଜରେ ନିଜର ମନ କଥା କହି ପାରନ୍ତି ନାହିଁ ଏବଂ ନିଜର ଇମୋସନ କୁ ନିଜର ମନ ଭିତରେ ଲୁଚାଇ ରଖନ୍ତି । ଏମାନଙ୍କ ହାବଭାବ ରୁ ହିଁ ଏମାନଙ୍କ ମନ କଥା ର ଅନୁମାନ ଲଗାଯାଇ ପାରିବ ।

୯. ଧନୁ ରାଶି- ଏହି ରାଶି ଥିବା ବ୍ୟକ୍ତି ସର୍ଵଦା ନିଜର ସ୍ଵତନ୍ତ୍ରତା କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏମାନେ ବହୁତ ଶୀଘ୍ର କୌଣସି କାର୍ଯ୍ୟ ପ୍ରତି ବୋର୍ ହୋଇଯାନ୍ତି । ଏହି ରାଶିର ବ୍ୟକ୍ତି ଯଦି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ବେଳେବେଳେ ଏମାନଙ୍କ ବଦ ଅଭ୍ୟାସ ଯୋଗୁଁ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଯାଏ ।
୧୦. ମକର ରାଶି- ଏହି ରାଶିର ବ୍ୟକ୍ତି ସର୍ବଦା ନିଜର କାର୍ଯ୍ୟ କୁ ନେଇ ଗମ୍ଭୀର ରେ ରୁହନ୍ତି । ଏମାନଙ୍କ ଜୀବନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିଶ୍ରମ କରି ନିଜର କ୍ୟାରିଅର ବନାଇବା । ଏମାନେ ନିଜର କାର୍ଯ୍ୟ ରେ କୌଣସି ବ୍ୟକ୍ତି ର ମଧ୍ୟ ଦଖଲ ପସନ୍ଦ କରନ୍ତି ନାହିଁ । ଯଦି ଏହି ରାଶିର ବ୍ୟକ୍ତି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ଭାଗ୍ୟଶାଳୀ ଏବଂ ଆପଣ ତାଙ୍କ କାର୍ଯ୍ୟ ଠାରୁ ମଧ୍ୟ ତାଙ୍କୁ ଅଧିକ ପ୍ରିୟ ।

୧୧. କୁମ୍ଭ ରାଶି- ଏହି ରାଶି ଥିବା ବ୍ୟକ୍ତି ପ୍ରେମ ମାମଲାରେ ଏତେ ଗମ୍ଭୀର ହୋଇନଥାନ୍ତି । କିନ୍ତୁ ନିଜର ସମ୍ପର୍କ କୁ ମଲା ପର୍ଯ୍ୟନ୍ତ ବଜାୟ ରଖିଥାନ୍ତି । ଏହି ରାଶି ର ବ୍ୟକ୍ତି ଯଦି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କ ସହିତ ନିଜର ପୁରା ଜୀବନ ବିତାଇବାକୁ ଚାହାନ୍ତି ।
୧୨. ମୀନ ରାଶି- ଏହି ରାଶି ଥିବା ବ୍ୟକ୍ତି ବହୁତ ରୋମାଣ୍ଟିକ, କେୟାରିଂଗ, ଇମାନଦାର ଏବଂ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ଏମାନେ ବହୁତ ଇମୋସନାଲ ଅଟନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ସବୁ କଥା ରେ କ୍ଷମା କରି ଦେଇଥାନ୍ତି ସତ କିନ୍ତୁ ଯଦି ଥରେ ଏମାନଙ୍କ ଭରସା ଭାଂଗିଥାଏ ତାହା ପୁଣିଥରେ ଆସି ନଥାଏ । ଏହି ରାଶିର ବ୍ୟକ୍ତି ଯଦି ଆପଣଙ୍କୁ ଆଇ ଲଭ୍ ୟୁ କହୁଛନ୍ତି ତେବେ ଏମାନଙ୍କୁ ଧୋକା ଦେବା ଆପଣଙ୍କ ଉପରେ ଭାରୀ ପଡ଼ିଥାଏ ।
