ଭାଗ୍ୟ ସେ କାହାକୁ କେଉଁଠୁ ନେଇ କେଉଁଠି ରଖିବ ତାର ପୂର୍ବାନୁମାନ କରିବା ଅସମ୍ଭବ । ସେଥିପାଇଁ ତ କୁହାଯାଏ ବିଧିର ବିଧାନ କିଏ କରିବ ଆନ । ଦର୍ଶକ ବନ୍ଧୁ ଏହା ହିଁ ସତ । ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କୁନି ଝିଅଟି ହେଉଛି ଏହି କଥାର ଜ୍ଵଳନ୍ତ ଉଦାହରଣ । ଜନ୍ମ ଦେଲା ପରେ ମା ତାକୁ ପର କରି ଛାଡି ଦେଇଥିଲା ।
ଅତି ଦୁର୍ବଳ ଅବସ୍ଥାରେ ଉଧାର ହେବା ପରେ 12 ଦିନରେ କଟକ ଶିଶୁ ଭବନରେ ଜୀବନ ସହ ସଂଘର୍ଷ କରୁଥିଲା । ହେଲେ ଆଜି ଦେଖନ୍ତୁ କୁନି ପରି ଟିଏ ଭଳି ଦିଶୁଚି ଆଉ ଖିଲିଖିଲି ହୋଇ ହସୁଛି । ପୁଣି ଗେଲହା ହୋଇ ବୋତଲରେ କ୍ଷୀର ଖାଉଛି । ଏହି କୁନି ଝିଅକୁ ଇଶ୍ଵର ସାହା ହୋଇଛନ୍ତି । ଆଉ ସେ ଅନାଥ ନୁହେଁ ତାର ଭାଗ୍ୟ ବଦଳି ଯାଇଛି । ବଦଳିଗଲା କୁନି ଅନାଥ ଝିଅର ଭାଗ୍ୟ ।
ନୂଆ ପରିଚୟ ସହ ନୂଆ ଦେଶ ହେବ ନୂଆ ଠିକଣା । ସାଇଶ୍ରୀମଇ ରୁ ହେବ ସାଇ ମିନାକ୍ଷୀ । ଅଟକରୁ ସିଧା ଯିବ ଜର୍ମାନୀ । ତା ମା ସିନା ଜନ୍ମ କରି ଛାଡି ଦେଲା କିନ୍ତୁ ଆଉ ଗୋଟେ ମା କୋଳରେ ଏବେ ବଢିବ । ସାଇଶ୍ରୀମଇ କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଜର୍ମାନୀରେ ରହୁଥିବା ଭାରତୀୟ ଦମ୍ପତି । କର୍ଣ୍ଣାଟକର ସୁଭାସିନୀ ମୁନାସ୍ଵାମୀ ଓ ସାରାଭେନ ଥାଙ୍ଗାବେଲ ବିବାହର 16 ବର୍ଷ ପରେ ବି ନିସନ୍ତାନ ଥିଲେ ଦାମ୍ପତ୍ୟ ।
ଏବେ ମିନାକ୍ଷୀ ତାଙ୍କର ସେ ଅଭାବକୁ ପୁରା କରିଛି । ଦୀର୍ଘ 6 ବର୍ଷ ତଳେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଦିଲ୍ଲୀ ସେଣ୍ଟରାଲ ଆଡପସନ ସୋର୍ସ ଏଜେନ୍ସି ମାଧ୍ୟମ ରେ ଆବେଦନ କରିଥିଲେ ସୁଭାସିନୀ ଓ ସାରାଭେନ । ଉଭୟ ଜର୍ମାନୀ ଓ ଭାରତରେ ପୋଷ୍ୟ ସନ୍ତାନ ଗ୍ରହଣୀୟ କଡା କଡି ଥିବାରୁ ଏହି ପ୍ରକ୍ରିୟା ରେ ବିଳମ୍ବ ହୋଇଥିଲା ।
ସବୁ ପ୍ରକାରର ଆଇନଗତ ପ୍ରିକୟା ପରେ ଶେଷରେ କଟକ ଜିଲ୍ଲାପାଲା ଙ୍କ ଉପସ୍ଥିତି ରେ ମିନାକ୍ଷୀ ଙ୍କୁ କୋଳେଇ ନେଇଛନ୍ତି ଦମ୍ପତି । ସୁଭାସିନୀ ଓ ସାରାଭେନ ଙ୍କ ପୁରା ପରିବାରରେ ସମସ୍ତଙ୍କର ପୁତ୍ର ସନ୍ତାନ ଥିବା ବେଳେ ଏବେ ବଂଶ ର ପ୍ରଥମ ଝିଅ ହେଉଛି ମିନାକ୍ଷୀ । ସର୍ଭେନ୍ଟ୍ଶ ଅଫ ସୋସାଇଟି କୁ ଗତ ବର୍ଷ ଆସିଥିଲା ଏହି ନବଜାତ ଅନାଥ ଶିଶୁ କନ୍ୟା ଟି । ଓଜନ କମ ଥିବା ସହ ସ୍ୱାସ୍ଥ୍ୟ ଅବସ୍ଥା ଗୁରତ୍ବର ଥିଲା ।
ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇ ଚୌଦ୍ବାର ସ୍ଥିତ ଏହି ଅନାଥଳୟ ରେ ରହୁଥିଲା ମିନାକ୍ଷୀ । ହେଲେ ଏବେ ସେ ଯାଉଛି ଜର୍ମାନୀ । ସେଠାରେ ମିନାକ୍ଷୀ ମା ଙ୍କ କୋଳରେ ବଢି ନିଜର ଭବିଷ୍ୟତ ଗଢିବ । ସେପଟେ ସୁଭାସିନୀ ଓ ସାରାଭେନ ମଧ୍ୟ ମିନାକ୍ଷୀ ଙ୍କୁ କୋଳେଇ ନେଇ ବାଞ୍ଚଲ୍ୟ ମମତା କୁ ଅନୁଭବ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।