ଯଦି ଆପଣଙ୍କର ରାସନ କାର୍ଡ ରଦ୍ଧ ହୋଇଯାଇଛି କିମ୍ବା ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନ କାର୍ଡ ତାଲିକାରେ ଆପଣଙ୍କ ନାମ ନହିଁ । ତେବେ ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନହିଁ। କାରଣ ମୋଦୀ ସରକାରଙ୍କ ତରଫରୁ ଏହିଭଳି ଲୋକଙ୍କୁ ପୁନର୍ବାର ସୁଯୋଗ ଦିଆଯାଉଛି ।
ଯଦି କୌଣସି କାରଣରୁ ରାସନ କାର୍ଡରୁ ନାମକୁ ହଟାଇ ଦିଆଯାଇଛି ତେବେ ଏହି ଭଳି ପରିସ୍ଥିତିରେ ଆପଣ ଆପଣଙ୍କ ନାମ ଘରେ ବସି ଏଥିରେ ସାମିଲ କରିପାରିବେ । ଖାଲି ଏତିକି ନୁହେଁ ଆପଣ ଚାହିଁଲେ ଆପଣଙ୍କ ପତ୍ନୀ ଓ ପିଲାଛୁଆଙ୍କ ନାମକୁ ମଧ୍ୟ ଏଥିରେ ଯୋଡ଼ିପାରିବେ ।

କେଉଁମାନେ କରିପାରିବେ ରାସନ କାର୍ଡ ?
ଆପଣଙ୍କ ନାମ ଅନ୍ୟ କୌଣସି ରାସନ କାର୍ଡରେ ନଥିଲେ । ଜଣେ ବ୍ୟକ୍ତି କେବଳ ଗୋଟିଏ ରାସନ କାର୍ଡ କରିପାରିବେ । ରାସନ କାର୍ଡ ଧାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର । ୧୮ ବର୍ଷରୁ କାମ ବଯସର ପିଲାଙ୍କ ନାମ ବାପା ମାଙ୍କ ରାସନ କାର୍ଡରେ ରହିବ । ଆବେଦନକାରୀ କିମ୍ବା ପରିବାରରେ କେହି ସରକାରୀ ଚାକିରିଆ ନଥିଲେ । ତେବେ ଏହିଭଳି ପରିସ୍ଥିତିରେ ଆପଣ ଆପଣଙ୍କର ରାସନ କାର୍ଡ ବନେଇପାରିବେ ।

ରାସନ କାର୍ଡ ପାଇଁ ଲାଗିବା ଶୁଳ୍କ । ଉଭୟ ଅନଲାଇନ ଓ ଅଫ ଲାଇନରେ କରିପାରିବେ କାର୍ଡ । ଭାରତରେ ସାଧାରଣତ ତିନିପରକର ରାସନ କାର୍ଡ ରହିଛି । ଗରିବ ସୀମା ରେଖାରେ ଉପରେ ଥିବା ପରିବାର ପାଇଁ ଏପିଏଲ ଓ ଗରିବ ସୀମା ରେଖା ତଳେ ଥିବା ପରିବାର ପାଇଁ ବିପିଏଲ ଏବଂ ସବୁଠାରୁ ଗରିବ ପରିବାରଙ୍କ ପାଇଁ କେନ୍ଦ୍ର ସରକାର ଅନ୍ତଦୋୟ କାର୍ଡ ଜାରିକରିଛନ୍ତି ।

ସେହିଭଳି ବିଭିନ ରାଜ୍ୟର ରାଜ୍ୟ ସରକାର ମଧ୍ୟ ନିଜର ନାଗରିକ ମାନଙ୍କୁ ରାସନ କାର୍ଡ ଜାରି କରିଛନ୍ତି । ଯାହା ଏକ ପରିଚୟ ପ୍ରମାଣ ପତ୍ର ଭାବେ କାମ କରିଥାଏ । ସେହିଭଳି ଦେଶରେ ପ୍ରତେକ ରାଜ୍ୟର ସରକାରଙ୍କ ଅଧୀନରେ ଆସୁଥିବା ଖାଦ୍ଯ ସରକାର ବିଭାଗକୁ ହିଁ ରାସନ କାର୍ଡ ପ୍ରସ୍ତୁତ କରିବା ଦାଇତ୍ଵ ଦିଆଯାଇଛି ।

ଯଦି ଆପଣ ରାସନ କାର୍ଡ ତିଆରି କରିବାକୁ ଚହୁଁଛନ୍ତି ତେବେ ସର୍ବ ପ୍ରଥମେ ଓଡିଶା ସରକାରଙ୍କ ଅଧିକାରୀଙ୍କ ୱେବସାଇଟwww.foododisha.in ଯାଇ ରାସନ କାର୍ଡ ଫର୍ମ ଡାଉନ ଲୋଡ କରି ଦିଅନ୍ତୁ । ତେବେ ପଞ୍ଚୟତ କାର୍ଯ୍ୟଳୟକୁ ଯାଇ ମଧ୍ୟ ଫର୍ମ ନେଇପାରିବେ। ଏହା ପାରେ ଫର୍ମରେ ଦର୍ଶଯାଇଥିବା ସମସ୍ତ ତଥ୍ୟକୁ ଠିକସେ ଭରନ୍ତୁ । ଫର୍ମରେ ନିଜର ଓ ପରିବାର ସଦସ୍ୟଙ୍କ ନାମ ଲେଖିବା ପରେ ସମସ୍ତଙ୍କ ଫୋଟୋ ମଧ୍ୟ ଦିଅନ୍ତୁ । ଏଥିସହ ମୋବାଇଲ ନମ୍ବର ବ୍ୟାଙ୍କ ଖାତା ସହ ଜଡିତ ସମସ୍ତ ତଥ୍ୟ ଫର୍ମର ଶେସ ପର୍ଜ୍ୟୟରେ ଦିଆଯାଇଥିବା ଶପଥ ପତ୍ରକୁ ଭରନ୍ତୁ ।

ରାସନ କାର୍ଡ ପାଇଁ କେଉଁ ଦସ୍ତାବିଜ ସବୁ ଦରକାର
ରାସନ କାର୍ଡ ତିଆରି କରିବା ପାଇଁ ଆଇଡି ପ୍ରୁଫ ଭାବେ ଆଧାର କାର୍ଡ, ସରକାରୀ ବ୍ୟାଙ୍କରେ ଥିବା ଖାତା, ଭୋଟର ଆଇଡି, ପାସପୋର୍ଟ, ଶରକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ଯେକୌଣସି ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସେ କିମ୍ବା ଦୁଇଟି ଜକ ମାଧରୁ ଗୋଟିଏ ଥିଲେ ରାସନ କାର୍ଡ ତିଆରି କରିପାରିବେ । ସେହିଭଳି ବିଜୁଳି ବିଲ, ଗ୍ଯାସ କନେକ୍ସନ ବିଲ, ଆଦି ଦେଇପାରିବେ ।