ବାହାଘର ପରେ କନ୍ୟା ପହଞ୍ଚିଲା ଶାଶୂଘର, ସେଠି ଶୁଣିଲା କିଛି ଏମିତିକି ଯାହା ପରେ ହୋଇଗଲା ବେହୋସ- ଆଉ ତା ପରେ…

ହରିୟାଣା କରନାଲ କ୍ଷେତ୍ର ରେ ବିବାହ କିଛି ଘଣ୍ଟା ପରେ କନ୍ୟା ସଦମା ଦ୍ଵାରା ମୃତ୍ୟୁ ବରଣ କରିଛି, ଆଶ୍ଚର୍ଯ୍ୟ କରି ଦଉଥିବା କଥା ସାମ୍ନାକୁ ଆସିଛି । କଥା ଏହା ଯେ ବରଯାତ୍ରୀ ଯାଉଥିବା ଗୋଟେ ଗାଡି ଏକ୍ସିଡେଣ୍ଟ ହେଇ ଯାଇଥିଲା, ଏହି ଏକ୍ସିଡେଣ୍ଟ ରେ ବରର ପୁତୁରା ମୃତ୍ୟୁ ହୋଇଥିଲା । ଏମିତିକା ସମୟରେ ମଧ୍ୟ ବିବାହ କାର୍ଯ୍ୟ ଚାଲିଥିଲା କିନ୍ତୁ କନ୍ୟାକୁ ଯେତେବେଳେ ଏହା ଜଣା ପଡିଲା ସେତେବେଳେ ତାକୁ ଝଟକା ଲାଗିଲା ଯାହା ପରେ ହଟାତ କନ୍ୟା ପଡିଗଲା ।

କନ୍ୟାକୁ ହସ୍ପିଟଲ ନିଆ ଗଲା ଓ ଡକ୍ଟର କନ୍ୟାକୁ ମୃତ ଘୋଷିତ କରି ଦେଇଥିଲେ, ସକାଳେ ପୁତୁରାର ଅନ୍ତିମ ସଂସ୍କାର ହୋଇଥିଲା ଓ ସନ୍ଧ୍ୟା ରେ କନ୍ୟାର ଅନ୍ତିମ ସଂସ୍କାର କରା ଗଲା ।

୭ଟା ରେ କନ୍ୟା ଶାଶୂଘରେ ପହଞ୍ଚିଲା ଓ ୯ଟା ରେ ମୃତ୍ୟୁ ବରଣ କଲା

ବରଯାତ୍ରୀ ଫେରିଲା ବେଳେ ଗୋଟେ ଗାଡିର ଏକ୍ସିଡେଣ୍ଟ ହୋଇଥିଲା ଯେଉଁଥିରେ ବର ପୁତୁରା ସାହିଲ ମୃତ୍ୟୁ ବରଣ କରିଥିଲା ଓ ବରର ୩ଟି ସାଙ୍ଗ ଆଘାତ ପାଇଥିଲେ । ତେବେ ଲୋକଙ୍କ କଥା ଅନୁଯାଇ ବିବାହ ଅଟକା ଗଲା ନାହିଁ ଓ ବିବାହ କାର୍ଯ୍ୟକ୍ରମ ଚାଲି ରହିଲା । ମଙ୍ଗଳବାର ରାତି ୭ଟା ରେ କନ୍ୟା ଶାଶୁଘରେ ପହଞ୍ଚିଲା ଏହା ପରେ ବିବାହ ରୀତି ରିବାଜ ଆରମ୍ଭ ହେଲା ଏହି ସମୟ ରେ କନ୍ୟା କେଉଁଠୁ ଏହି ଖବର ଶୁଣିବାକୁ ପାଇଲା ଏହା ଶୁଣି କନ୍ୟା ଦୁଃଖିତ ହୋଇଗଲା ।

ରାତି ୯ଟା ରେ କନ୍ୟା ଡ୍ରେସ ପାଲଟିବା ପାଇଁ ଘର ଭିତରୁକୁ ଗଲା ହଟାତ ତାକୁ ଡର ଲାଗିଲା ଏହା ପରେ ଝାଳ ମଧ୍ୟ ବାହାରିଲା ଏବଂ କନ୍ୟା ବେହୋଶ ହୋଇ ପଡି ଗଲା । କନ୍ୟାକୁ ତୁରନ୍ତ ହସ୍ପିଟଲ ନିଆ ଗଲା କିନ୍ତୁ ସେଠାର ଡକ୍ଟର କନ୍ୟାକୁ ମୃତ ଘୋଷିତ କରି ଦେଲେ । ବର ରବୀନ ବହୁତ ବର୍ଷ ଧରି ଦୁବଇ ରେ ଚାକିରି କରୁଛି, ସେ ସେଠାରେ ଗୋଟେ କମ୍ପାନୀ ରେ ଇଞ୍ଜିନିୟର ପୋସ୍ଟରେ କାମ କରୁଛି ।

ସେ ମାସ ପାଇଁ ଛୁଟି ନେଇ ବିବାହ ପାଇଁ ୧୯ ଫେବୃଆରୀ କୁ ଭାରତ ଆସିଥିଲେ । କନ୍ୟା ନିକେଶ କମ୍ପ୍ୟୁଟର ରେ ଡିପ୍ଲୋମା କରିଥିଲେ ଓ ଗୁଡଗାଁ ରେ ଗୋଟେ କମ୍ପାନୀ ରେ କାମ ମଧ୍ୟ କରୁଥିଲେ, ଦୁହେଁ ବିବାହ ପରେ ଦୁବାଇ ଯାଇଥାନ୍ତେ । କିନ୍ତୁ ଭାଗ୍ଯର ଏମିତି ଖେଳ ଯେ ବିବିହାର ମାତ୍ର କିଛି ଘଣ୍ଟାରେ କନ୍ୟା ଟିର ମୃତ୍ୟୁ ଘଟିଲା ।

Leave a Reply

Your email address will not be published. Required fields are marked *