ଚା’ ପିଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ହେବ ଏହି ବଡ ରୋଗ

ଭାରତରେ ଅଧିକାଂଶ ଲୋକ ସକାଳୁ ଉଠି ଚା ପିଅନ୍ତି । ଯେଉଁମାନଙ୍କର ଚା ପିଇବା ଅଭ୍ୟାସ ଥାଏ ସେମାନେ ଚା ବିନା ରହିପାରନ୍ତିନୀ । କିଛି ଲୋକ ଅଛନ୍ତି ଦିନକୁ 4 ବା 5 ଥର ଚା ପିଅନ୍ତି । ହେଲେ ଅଧିକ ଚା’ ପିଇଲେ ଦେହ ପାଇଁ ଖରାପ ହୋଇଥାଏ । ଏମିତିକି କିଛି ଲୋକ ଚା ପିଇବା ସମୟ ରେ କିଛି ଭୁଲ କରିଥାନ୍ତି, ଯାହା ପାଇଁ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ଏହା କଣ ଆଜି ଆମେ ସେହି ବିଷୟରେ ଆପଣଙ୍କୁ କହିବୁ ।

ସକାଳୁ ଉଠି ଖାଲି ପେଟରେ ଚା’ ପିଇଲେ ଏସିଡିଟି ଓ କ୍ୟାନ୍ସର ପରି ଗଭୀର ରୋଗ ହୋଇପାରେ । ଏହା ଦ୍ଵାରା ମନୁଷ୍ୟର ବୟସ ବି କମି ଯାଏ । ତେଣୁ ସକାଳୁ ଚା ପିଇବା ଆଗରୁ ଗୋଟେ ଗ୍ଲାସ ପାଣି ନହେଲେ ବିସ୍କୁଟ ନିଶ୍ଚିତ ଖାଆନ୍ତୁ ।

ଖାଇବା ପରେ ଭୁଲରେ ବି ଚା ପିଇବା ଉଚିତ ନୁହେଁ । ଖାଇବା ପରେ ଖାଦ୍ୟରେ ଥିବା ପୋଷାକ ତତ୍ତ୍ଵକୁ ଆମ ଶରୀର ଅବଶୋଷିତ କରିବା ପାଇଁ କିଛି ସମୟ ନେଇଥାଏ । ହେଲେ ଚା ପିଇବା ଦ୍ଵାରା ଏହା ସଠିକ ଭାବେ ଅବଶୋଷିତ ହୋଇପାରେନି । ଯେଉଁଥି ପାଇଁ ଡାଇବେଟିସ ପରି ରୋଗ ହେବାର ସମ୍ଭାବନା ଥାଏ ।

ଅଧିକାଂଶ ଲୋକ କଡ଼ା ଚା’ ପସନ୍ଦ କରନ୍ତି ସେଥିଲାଗି ଚା କୁ ବେଶୀ ଫୁଟାନ୍ତି । ହେଲେ ଚା’ କୁ ବେଶୀ ଫୁଟାଇବା ଅନୁଚିତ ଓ ଚା ଗରମ ହେବା ପରେ ଦ୍ଵିତୀୟ ଥର ଫୁଟାନ୍ତୁ ନାହିଁ । ଏମିତି କଲେ ଏସିଡିଟି ପରି ସମସ୍ୟା ସୃଷ୍ଟି ହୋଇଥାନ୍ତା । ତେବେ ଯଦି ଆପଣ ବି କଡା ଚା’ ପିଉଛନ୍ତୁ ଆଜିଠୁ ଛାଡନ୍ତୁ ।

କିଛି ଲୋକ ଚା’ ରେ ଗୋଲମରିଚ, ତୁଳସୀ, ଅଳେଇଚ, ଲବଙ୍ଗ, ଜାଇଫଳ ଇତ୍ୟାଦି ମସଲା ଦେଇ ତିଆରି କରନ୍ତି ହେଲେ ଏହା ଶରୀର ପାଇଁ ଅହିତକର ହୋଇଥାଏ । ଏହା ଏ ମସଲାଗୁଡ଼ିକର ଓଷଧିୟ ଗୁଣ ନଷ୍ଟ କରି ଶରୀରରେ ଖରାପ ପ୍ରଭାବ ପକାଏ । ସେଥିପାଇଁ ଏଇ ସବୁ ଜିନିଷ ଚା’ରେ ପକାଇ ପିୟନ୍ତୁ ନାହିଁ । କେବେଳ ସାଦା ଚା’ ପିୟନ୍ତୁ ।

Leave a Reply

Your email address will not be published. Required fields are marked *