ବୈବାହିକ ଜୀବନରେ ଏପରି ଫେରେଇ ଆଣାନ୍ତୁ ହଜିଯାଇଥିବା ରୋମାନ୍ସ- ଦେଖନ୍ତୁ କେମିତି

ଅଧିକାଂଶ ଶୁଣିବାକୁ ମିଳେ ଯେ କପଲ ମାନେ କୁହନ୍ତି, ସେମାନଙ୍କ ମ୍ୟାରେଜ ପରେ ତାଙ୍କ ଲଭ ଲାଇଫରୁ ଯେମିତି ସବୁ ରୋମାନ୍ସ ଶେଷ ହେଇଗଲାଣି । ଏମିତି ହେବା ସମ୍ପର୍କ ପାଇଁ ବିଲକୁଲ ବି ଠିକ୍ ନୁହେଁ । ତ ଆସନ୍ତୁ ଏ ବିଷୟରେ ଏମିତି କିଛି କରିବା ଯାହା ଲଭ ଲାଇଫର ରୋମାନ୍ସ ଫେରେଇ ଆଣିବ ।

ଆସନ୍ତୁ ଜାଣିବା କିଛି ଟିପ୍ସ ଯାହା ଆପଣଙ୍କୁ ଏଥିରେ ସାହାର୍ଯ୍ୟ କରିବ ।

ବୈବାହିକ ଜୀବନରେ ସବୁବେଳେ ସ୍ତ୍ରୀମାନେ ବ୍ରେକଫାଷ୍ଟ ତିଆରି କରନ୍ତି ହେଲେ କେବେ କେବେ ଆପଣ ଜଲଦି ଉଠି ବ୍ରେକଫାଷ୍ଟ ତିଆରି କରି ତାଙ୍କୁ ଦିଅନ୍ତୁ । ଯଦି ରୋଷେଇ ଜଣା ନାହିଁତ ମାର୍କେଟରୁ କିଣି ଆଣନ୍ତୁ । ଏହା ଟେଷ୍ଟି ମଧ୍ୟ ହେବ । ଗୋଟେ ପ୍ରେମଭରା କିସ କରି ଉଠାନ୍ତୁ ଓ ଏକାଠି ବ୍ରେକଫାଷ୍ଟ କରନ୍ତୁ ।

କାମ ବ୍ୟସ୍ତତାରେ ଏକାଠି ହେବାର ସମୟ ମିଳେନି । ଗୋଟେ ଦିନ ବାହାର କରି ଦୁଇଜଣ ଏକାଠି ବିତାନ୍ତୁ । ପାର୍ଟନର ସହ ଅଧିକରୁ ଅଧିକ ସମୟ କଟାନ୍ତୁ ।

ସ୍ତ୍ରୀଙ୍କ ପସନ୍ଦର ରେଷ୍ଟୁରାଣ୍ଟ ଆଡଭାନ୍ସ ବୁକ କରି ସେଠିକୁ ଲଞ୍ଚ ପାଇ ନିଅନ୍ତୁ । ତାଙ୍କୁ ଖାଇବା ପସନ୍ଦ କରୀ ତୁମ ପାଇଁବି ମିଲ ଅର୍ଡର କରିବାକୁ ଦିଅନ୍ତୁ, ତାଙ୍କୁ ସ୍ପେଶିଆଲ ଅନୁଭବ ହେବ ।

ଏମିତି ଜାଗାକୁ ନିଅନ୍ତୁ ଯାହା ଆପଣଙ୍କ ପ୍ରେମ ଜୀବନର ଖାସ ଜାଗା ହେଇଥିବ । ତାପରେ ଆପଣଙ୍କ ପୁରୁଣା ଅନୁଭୂତି ସତେଜ ହେବ ଓ ଆପଣ ମଧ୍ୟରେ କେତେ ପ୍ରେମ ଅଛି ଅନିଭବ କରିପାରିବେ ।

ଆଗରୁ ରୋମାଣ୍ଟିକ ଡିନର ପାଇଁ ହୋଟେଲ୍ ବୁକ କରନ୍ତୁ । ସେଠି ଡିନର ସହ ରୁମ ବି ବୁକ କରି କିଛି ଅନ୍ତରଙ୍ଗ ସମୟ କାଟନ୍ତୁ ।

ତାଙ୍କୁ ଲାଲ ଗୋଲାପ ଦେଇ ଆଉ ଥରେ ଆଇ ଲଭ ୟୁ କୁହନ୍ତୁ । ଏହା ତାଙ୍କୁ ଆଟ୍ରାକ୍ଟିଭ ଫିଲ ହେବା ସହ ଆପଣଙ୍କ ମନରେ ତାଙ୍କ ପ୍ରତି ଥିବା ପ୍ରେମକୁ ସେ ଅନୁଭବ କରିବେ ।

କଣ ସବୁ ନକରିବେ

ସ୍ତ୍ରୀଙ୍କ ସହିତ ଥିଲେ ମୋବାଇଲ ବ୍ୟବହାର କରନ୍ତୁନି ।

ଏମିତି ରେଷ୍ଟୁରାଣ୍ଟ ନ ବାଛନ୍ତୁ ଯେଉଁଠି ଲମ୍ବା ସମୟ ଅପେକ୍ଷା ରେ ମୁଡ୍ ଖରାପ ହେଇଯିବ । ସ୍ତ୍ରୀଙ୍କୁ କମ୍ପ୍ଲିମେଣ୍ଟ ଦେବା ଭୁଲ କରନ୍ତୁନି ।

ପ୍ୟାରେଣ୍ଟସ ଙ୍କୁ ଜଣେଇବା ଭୁଲ କରନ୍ତୁନି, ଯେ ଗୋଟେ ଦିନ ଆପଣ ସ୍ତ୍ରୀଙ୍କ ସହ ବିତେଇବାକୁ ଚାହୁଛନ୍ତି ।

ଗିପ୍ଟ କିଣିବାକୁ ନେଇଛନ୍ତିତ ପ୍ଲିଜ ସେ ଗିପ୍ଟ ବାଛି ସାରିବା ପରେ କୁହନ୍ତୁନି ଏହା ବେଶୀ ଦାମ । ଆଗରୁ ବଜେଟ ଜଣେଇ ତ ମଧ୍ୟରେ କିଣିବାକୁ କୁହନ୍ତୁ ।

ଫିଜିକାଲ ପ୍ରେସର ଦିଅନ୍ତୁ ନାହିଁ । ହେଇପାରେ ସେ ଘର କାମରେ ବ୍ୟସ୍ତ ହୋଇ ଫିଜିକାଲ ସମ୍ପର୍କ ରେ ଇଛା ନଥାଇ ପାରେ ଦୁଇଜଣ ମୁଭି ଦେଖିବାକୁ ଯାଇପାରନ୍ତି

Leave a Reply

Your email address will not be published. Required fields are marked *