ପେଟ୍ରୋଲ ପମ୍ପରେ ପେଟ୍ରୋଲ ଠକେଇରୁ କିପରି ବଞ୍ଚିବେ, ଜାଣନ୍ତୁ କେତେ ପକେଇବା ଦରକାର ପେଟ୍ରୋଲ

ଏହି ଆଧୁନିକ ଯୁଗରେ ବହୁତ କମ ଲୋକ ଅଛନ୍ତି ଯିଏ ଗୋଟେ ଜାଗାରୁ ଆଉ ଗୋଟେ ଜାଗା ଚାଲି କି ଯିବା ଆସିବା କରନ୍ତି । ହେଲେ ଆଜିକାଲି ମଟର ସାଇକେଲ ର ମାତ୍ରା ଏତେ ବଢ଼ିଲାଣି ଯେ ଲୋକମାନଙ୍କ ଜୀବନର ଗୋଟେ ଗୋଟେ ମୁଖ୍ୟ ଅଂଶ ହୋଇଯାଇଛି । ଏହା ବିନା ଗୋଟେ ପାଦବି ମଣିଷ ତଳେ ରଖୁନି । ଯଦି ଯାନବାହାନ ସବୁବେଳେ ବ୍ୟବହାର କରାଯାଏ ତ ବହୁତ ପେଟ୍ରୋଲ ପକେଇବାକୁ ପଡ଼ିବ ।

ହେଲେ ଆମେ ଯେତେ ପେଟ୍ରୋଲ ପକେଇ ଯେତେ ଯାଏ ରହିବ ଭାବିଥାଉ ସେ ଯାଏ ଯାଏନି, ସରିଯାଏ ।

ଏହାର ବଡ଼ କାରଣ ପ୍ରେଟୋଲ୍ ପମ୍ପରେ ପେଟ୍ରୋଲ ପକାଉଥିବା ଲୋକର ଠକାମୀ ହୋଇଥାଏ । ସେମାନେ ବହୁତ ଚାଲାକ ହୋଇଥାନ୍ତି । ସେମାନେ ଆଗରୁ ତାଙ୍କ ମିଟର ସେଟ କରି ରଖିଥାନ୍ତି, ଏହାଦ୍ବାରା ଜଣାପଡେନି ଯେ ସେମାନେ ଲିଟର ଅନୁସାରେ ମିଟର ସେଟ କରିଛନ୍ତି । ସେ ନିଜ ଇଚ୍ଛା ଅନୁସାରେ ସେଟ କରନ୍ତି ଯେମିତିକି ତାଙ୍କର ବେଶୀ ଲାଭ ହେବ ।

ଏହା ଅର୍ଥ ଆପଣ କେତେ ପେଟ୍ରୋଲ କହିଥାନ୍ତି ସେମାନେ ସେତେ ଭରନ୍ତିନି, ତାର 60 ପ୍ରତିଶତ ହୋଇଥାଏ । ଏମିତିରେ ସରକାର ମଧ୍ୟ ଦାମ ବଢେଇଦେଇଛନ୍ତି । ଏଥିରେ ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଛି । ଏବେଠୁ ବ୍ୟସ୍ତ ହେବାର ନାଇଁ କାରଣ ଏହି ଠକେଇରୁ ବଞ୍ଚିବା ପାଇଁ ଭଲ ଆଇଡିଆ ମିଳିଯାଇଛି ।

ଏଥିରେ ସେମାନେ କେବେ ଆପଣଙ୍କୁ ଲୁଟି ପାରିବେନି, ଆପଣ ଯେତେ ପଇସା ଦେବେ ସେତେ ପେଟ୍ରୋଲ ଭରି ପାରିବେ । ଏ ଠକାମୀରୁ ବଞ୍ଚିବା ପାଇଁ କେବଳ କିଛି ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ । ପ୍ରଥମ କଥା ହେଉଚି ଆପଣ ଯେବେବି ପେଟ୍ରୋଲ ଭରିବାକୁ ଯାଉଛନ୍ତି, କେବଳ ସେତିକି ଲିଟର ପେଟ୍ରୋଲ ପକାନ୍ତୁ, ଯାହା ତିନି ସହିତ ଗୁଣା ହେଇପାରିବ । ଯେମିତିକି ପେଟ୍ରୋଲ, 3+ଲିଟର, 6+ଲିଟର, 9+ଲିଟର ଇତ୍ୟାଦି ଭିତରେ ହିଁ ପକାନ୍ତୁ ।

ଏବେ ଭାବୁଥିବେ ଏଥିରେ କଣ ହେବ, ସେମାନେ ଏସବୁ ବାହାନ ମଝିରେ ସେଟ କରି ଠକି ପାରିବେନି । ଯେତିକି କହିବେ ସେତିକି ହିଁ ପଡ଼ିବ । କେବେ ରାତି 10 ଟାରୁ ସକାଳ 6 ବାଜିବା ଭିତରେ ପେଟ୍ରୋଲ ବା ଡିଜେଲ ପକାନ୍ତୁନି । ଯଦି ଏହି ସମୟ ଭିତରେ ପକାନ୍ତି ତ ଆପଣଙ୍କୁ ଠକାମୀରୁ କେହି ବଞ୍ଚେଇପାରିବେନି ।

ତେଣୁ ଏଥିରେ ବିଶେଷ ଧ୍ୟାନ ଦିଅନ୍ତୁ । ଯଦି କେବେ ପ୍ରେଟୋଲ ପମ୍ପରେ ପ୍ରେଟୋଲ ଭରନ୍ତି ତ ସବୁବେଳେ ମିଟର କଣ୍ଟାଟି ଉପରକୁ ଥିବା ଦେଖି ପକେଇବେ । ଯଦି କଣ୍ଟାଟି ତଳକୁ ଥାଏ ତ ଜାଣିବେ ଆପଣଙ୍କ ସହ ଠକାମୀ ହେଉଛି । ଏସବୁ ଉପାୟ ପ୍ରୟୋଗ କରନ୍ତୁ ଓ ଠକାମୀରୁ ବଞ୍ଚନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *