ଘରୁ ବାହାରିବା ବେଳେ କୁକୁର ଭୁକିବା ବା ଶର୍ଟ ବୋତାମ ଭୁଲ ଲାଗିବା ଦେଇଥାଏ ଏହି ସଂକେତ

ଦୁନିଆରେ ସବୁ ଜିନଷ ସହ ସବୁର କିଛି ନା କିଛି ସଂଯୋଗ ଥାଏ । ଏମୀତି ବି ଆମ ଆଖ ପାଖରେ ଘଟୁଥିବା ଘଟଣା ଯେମିତି ଆମ ଭବିଷ୍ୟତର ସୂଚନା ଦେଇଥାଏ । କେତେ ଘଟଣା ଅଛି ଯାହା ଆମେ ଭଲ ବା ଖରାପ କହିଥାଉ । କେତେଥର ଏ ସଂକେତ ମଧ୍ୟ ବିପଦ ଆଗରୁ ଆମକୁ ରକ୍ଷା କରିଦିଏ । ଏସବୁ କୁ ଦୃଷ୍ଟିରେ ରଖି ଆସନ୍ତୁ ଜାଣିବା ଖରାପ ସଂକେତ ର ଅର୍ଥ କଣ ହୋଇଥାଏ ।

ଛି଼ଙ୍କ ଆସିବା –

କେହି ଛିଙ୍କିଲେ ଅଶୁଭ କୁହାଯାଏ । ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ତ ଛି଼ଙ୍କ ଆସିଲେ କିଛି ସମୟ ବସିଯିବା ଉଚିତ । ଯଦି ଅନ୍ୟ ଜଣେ ବାରମ୍ବାର ଛିଙ୍କେ ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଦୋକାନରୁ କେହି ଜିନିଷ କିଣିବାକୁ ଯାଇଛି ଆଉ ଯଦି ଛି଼ଙ୍କେ ତ ଶୁଭ ହୋଇଥାଏ ଓ ବହୁତ ଲାଭ ହେବାର ସଂକେତ ହୋଇଥାଏ । ଯଦି ଗାଈର ଛିଂକ ଶୁଣନ୍ତି ତ ଅଶୁଭ ହୋଇଥାଏ । ତେଣୁ କିଛି ସମୟ ବିଶ୍ରାମ ପରେ ଯାତ୍ରା କରନ୍ତୁ ।

ଚାବି ପେନ୍ଥା-

ସବୁ ଗୃହିଣୀଙ୍କ ପାଖରେ ଚାବି ପେନ୍ଥା ରହିଥାଏ । ଯଦି ଏଥିରେ ଧୀରେ ଧୀରେ ଜଙ୍କ ଲାଗେ ତ ଶୁଭ ସଙ୍କେତ । ଧନ ଲାଭ ହେବ ।

ଡ୍ରେସ ବଟନ-

ଯଦି ଶାର୍ଟ ପିନ୍ଧୁ ପିନ୍ଧୁ ବୋତାମ ଭୁଲ ଯାଗାରେ ଲାଗିଯାଏ ତ ଅଶୁଭ ହୋଇଥାଏ । ଏହାଦ୍ବାରା ସବୁ କାମ ଓଲଟା ହୋଇଥାଏ ତ ଏହାକୁ ଖୋଲି ଆଉଥରେ ଠିକରେ ଲଗେଇବା ଉଚିତ । ଯଦି ରାସ୍ତାରେ ବୋତାମ ମିଳେ ତ ପୁରୁଣା ବନ୍ଧୁ ଦେଖାହେବେ ।

କୁକୁର ଭୂକିବା-

ଯଦି ବାହାରକୁ ଗଲା ବେଳେ ପାଳିତ କୁକୁର ବାରବାର ଭୁକେ ତ ଅଶୁଭ ହୋଇଥାଏ । ଏହାର କାରଣ ଘର ବାହାରେ କିଛି ଦୁର୍ଘଟଣା ଘଟିପାରେ । ଯଦି ବାହାର କୁକୁର ଭୂକେ ତ ଯେଉଁ କାମରେ ଯାଉଛନ୍ତି ତାହା ପୁରା ହେବନି ।

Leave a Reply

Your email address will not be published. Required fields are marked *