ବଜରଙ୍ଗ ବଲିଙ୍କର ଏହି ରୂପ ଆପଣଙ୍କ ଜୀବନରେ ଆଣିବ ସୁଖ ଓ ଶାନ୍ତି – ଏହି ସବୁ ଫୋଟୋର କରନ୍ତୁ ପୂଜା ସବୁ କଷ୍ଟ ହେବ ଦୂର

ଆମ ହିନ୍ଦୁ ଧର୍ମ ରେ ବିଶ୍ଵାସ କରାଯାଏ ଯେ ତେତିଶ କୋଟି ଦେବତା ଅଛନ୍ତି, ସେମାନଙ୍କ ମଧ୍ୟରୁ ମଣିଷ କାହାକୁ ଦେଖିଥିବାର ବିଶ୍ଵାସ କରା ଯାଏ । କେତେକ ଲୋକ ଏହାକୁ କାଳ୍ପନିକ ବୋଲି ବିଶ୍ଵାସ କରନ୍ତି, କିନ୍ତୁ ବଳରାମ ଦାଶଙ୍କର ଲିଖିତ ରାମାୟଣ ଅନୁସାରେ ସଙ୍କଟ ମୋଚନ ମହାବୀର ଏକ ମାତ୍ର ଭଗବାନ, ଯାହାଙ୍କର ମୃତ୍ୟୁ ନାହିଁ ବୋଲି ବିଶ୍ଵାସ କରା ଯାଏ ଅର୍ଥାତ ସେ ଅମର ଅଟନ୍ତି । ଏହି କାରଣରୁ ବର୍ତମାନ ପିଢୀରେ ଅଞ୍ଜନି ପୁତ୍ର ହନୁମାନଙ୍କ ପ୍ରତି ସମସ୍ତଙ୍କ ବିଶ୍ଵାସ ଅଧିକ ରହିଅଛି ।

ଶାସ୍ତ୍ର ରେ ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହା ଯାଇଛି ଅର୍ଥାତ ସେ ତାଙ୍କ ଭକ୍ତ ର ସମସ୍ତ ସଙ୍କଟ କୁ ଦୂର କରିଥାନ୍ତି, ତେଣୁ ସଂସାର ର ଯେଉଁ ବ୍ୟକ୍ତି ତାଙ୍କ ଶରଣକୁ ଆସିଥାଏ ତା ଜୀବନରେ କେବେ ବି ସଙ୍କଟ ଆସି ନଥାଏ ।

ଏଥିପାଇଁ ଆଜି ଆମେ ମହାବୀରଙ୍କର ଏମିତି ଫଟୋ ବିଷୟରେ କହିବୁ ଯାହାକୁ ପୂଜା କଲେ ଆପଣ ଲାଭବାନ ହେବେ ।

ମହାବୀରଙ୍କ ଏହି ପରି ଫୋଟୋକୁ ପୂଜା କରନ୍ତୁ

ସୂର୍ଯ୍ୟ ଅର୍ଗ ହନୁମାନ :

ନିଜ ଘରେ ମହାବୀରଙ୍କର ଏମିତି ଫଟୋ ର ପୂଜା ଅର୍ଚ୍ଚନା କରନ୍ତୁ ଯେଉଁ ଥିରେ ମହାବୀର ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରୁଥିବେ କିମ୍ବା ପ୍ରଣାମ କରୁଥିବେ, ଏହି ପରି କଲେ ଜୀବନ ରେ ସଫଳତା ପ୍ରାପ୍ତ ହେବ ଏବଂ ମାନ ସମ୍ମାନ ରେ ବୃଦ୍ଧି ହେବ ।

ଧ୍ୟାନ ମଗ୍ନ ରତ ମହାବୀର :

ଆମେ ଜାଣିଅଛୁ ଭଗବାନ ରାମଙ୍କର ପରମ ଭକ୍ତ ହନୁମାନ ଅଟନ୍ତି, ତେଣୁ ଯଦି ଆପଣ ଭଗବାନ ଶ୍ରୀରାମଙ୍କ ଧ୍ୟାନରେ ମଗ୍ନ ଥିବା ହନୁମାନଙ୍କ ଫଟୋ କୁ ପୂଜା କରିବେ ତେବେ ଆପଣଙ୍କ ଘର ପରିବାର ରେ ସୁଖ ସମୃଦ୍ଧି ବାସ କରିବ ।

ଉତ୍ତର ମୁଖୀ ହନୁମାନ :

ଯଦି ଆପଣ ନିଜ ଜୀବନ ର ସମସ୍ତ ଦୁଃଖ ଓ ବିଷାଦରୁ ମୁକ୍ତି ପାଇବାକୁ ଚାହନ୍ତି କିମ୍ବା ଭବିଷ୍ୟତ ରେ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି ତେବେ ନିଜ ଘର ମନ୍ଦିର ରେ ଉତ୍ତର ମୁଖୀ ହନୁମାନଙ୍କ ଫଟୋ କୁ ପୂଜା କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭ ଦାଇ ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *