ବାଳକୁ ଧଳା ହେବାରୁ କେମିତି ବଞ୍ଚାଇବେ ? Hair Care Tips

ବୟସ ବଢିବା ସହ ଆମ ତ୍ଵଚାରେ ଋଙ୍କିଲ ଆସିବା, କେଶ ଧଳା ହେବା ସାଧାରଣ କଥା । କିନ୍ତୁ କମ ବଯସରୁ ହିଁ ଯଦି ଆପଣଙ୍କ କେଶ ଧଳା ହେଇ ଯାଉଛି ତେବେ ଏହା ଚିନ୍ତାର ବିଷୟ ଅଟେ । ଆଜି କାଲିର ପିଲା ମାନଙ୍କ ପାଇଁ ଏହା ଏକ ବଡ ସମସ୍ୟା ହୋଇ ସାରିଲାଣି । ଜୀବନଶୈଳୀରେ ଏତେ ପରିବର୍ତ୍ତନ ଆସିଲାଣି କି ଯାହା ଫଳରେ ପିଲା ମାନେ ଅଳ୍ପ ବୟସରୁ ହିଁ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅଧିକ ଜଙ୍କ ଫୁଡ ଖାଇବା, ରାତିରେ ଡେରିରେ ଶୋଇବା ବା ରାତି ଅନିଦ୍ରା ହେବା, ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରିବା କାରଣରୁ ହିଁ ଆଜିକାଲି ପିଲା ମାନଙ୍କର କେଶ ଝଡିବା ଓ କେଶ ଧଳା ହୋଇଯିବାର ସମସ୍ୟା ଦେଖା ଯାଉଛି ।

ତେବେ ଆଜି ଆମେ ଆପଣଙ୍କୁ କିଛି ରେମେଡି କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣ ଙ୍କ ସମସ୍ୟା ଦୂର ହୋଇଯିବ । ଏହା ସହ ଆପଣଙ୍କ କେଶ ସବୁ ଦିନ ପାଇଁ କଳା ଓ ଘନ ହୋଇକି ରହିବ । ଭୂଷଙ୍ଗ ପତ୍ର ଆମେ ବ୍ୟବହାର କରି ପାରିବା ଏହା ମଧ୍ୟରେ ଥିବା ଏଣ୍ଟିଆକ୍ସିଡେଣ୍ଟ, ଭିଟାମିନ ବି, ଭିଟାମିନ ଏ, ଆମ କେଶକୁ କଳା ରଖିଥାଏ ।

ଆପଣ ଏକ କପ ସୋରିଷ କିମ୍ବା ଏକ କପ ନଡିଆ ତେଲ ଆଣିକି ଏହା ମଧ୍ୟରେ ବୃଷଙ୍ଗ ପତ୍ର ପକାଇକି ଏହାକୁ ସେଇ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା କଳା ନ ହୋଇ ଯାଇଛି । ଏହା ପରେ ଆପଣ ଏହାକୁ କଡେଇରୁ ବାହାର କରି କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ଏହା ଥଣ୍ଡା ହେବା ପରେ ଆପଣ ଏହାକୁ ଛାଣି ଦେବେ ଓ ଏକ ବୋତଲ ରେ ଆପଣ ରଖିନେବେ । ଏହାକୁ ଆପଣ ଏକ ବୋତଲ ରେ ରଖିବା ପରେ ଯାହା ଛାଣି ଥିବେ ତାକୁ ଆପଣ ଗ୍ରାଇଣ୍ଡ କରିକି ନିଜ ମୁଣ୍ଡରେ ଲଗେଇ ପାରିବେ । ନହେଲେ ଆପଣ ଏହାକୁ ପକାଇ ଦେଇ ପାରିବେ ।

ଆପଣ ପ୍ରସ୍ତୁତ କରିଥିବା ତେଲକୁ ସପ୍ତାହରେ 2 ରୁ 3 ଥର ମସାଜ କରିବେ । ତେବେ ଏହାକାଉ ରାତିରେ ଲଗାଇ ପୁରା ରାତି ରହିବାକୁ ଦିଅନ୍ତୁ ଓ ସକାଳୁ ସାମ୍ପୂ ସାହାଯ୍ୟରେ ମୁଣ୍ଡ ଧୋଇ ନିଅନ୍ତୁ । ଏହା ଆପଣଙ୍କ କେଶକୁ ମୂଳରୁ ମଜବୁତ କରିବା ସହ ଆପଣଙ୍କ କେଶ କଳା ମଧ୍ୟ ରଖିବ ।

ଯଦି କେହି କଫି ଲଗାଇବେ ତେବେ ଏହା ମଧ୍ୟ ଭଲ ହୋଇଥାଏ । ତେବେ ଏହାକୁ ଲଗାଇବା ପାଇଁ ପ୍ରଥମେ କଫିକୁ ଗୋଟେ ବଡ ଚାମଚ ପାଣି ପକେଇ ଫୁଟେଇ ନିଅନ୍ତୁ, ତ ଅପରେ ହେନା ସହ ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । କିଛି ଘଣ୍ଟା ପାଇଁ ଘୋଡେଇ ରଖି ଦିଅନ୍ତୁ ଓ ତା ପରେ ଗୋଟେ ବଡ ଚାମଚ କୌଣସି ବି ତେଲ ପକାଇ ମିଶାଇ ନିଅନ୍ତୁ ।

ସେହି ମିଶ୍ରଣକୁ ବାଳରେ ଲଗାଇ ଗୋଟେ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏହି ପେଷ୍ଟକୁ ସପ୍ତାହରେ 2 ରୁ 3 ଥର ଲଗାନ୍ତୁ । ଏହାକୁ ଲଗାଇବା ଦ୍ଵାରା ଆପଣଙ୍କ କେଶର ରୂପୀ ସମସ୍ୟା ମଧ୍ୟ ଦୂର ହୋଇ ଥାଏ ଓ ନୂଆ କେଶ ମଧ୍ୟ ବାହାରି ଥାଏ । ଏହା ବାଲକୁ ପ୍ରାକୃତିକ ଉପାଯରେ କଳା ରଖିଥାଏ ।

Leave a Reply

Your email address will not be published. Required fields are marked *