ବଳାତ୍କାର ଉଦ୍ୟମ କରୁଥିବା ବ୍ୟକ୍ତିକୁ ମହିଳା ଜଣଙ୍କ କହିଲେ ‘ମୁଁ HIV ପଜିଟିଭ୍‌’- ତାପରେ ବଳାତ୍କାରୀ କଲା କିଛି ଏମିତି ଯେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଏହି ଦୁନିଆରେ ଏତେ ଅପରାଧୀ ହେଲେଣି ଯେ ସଂସାରରୁ ଅପରାଧ କମିବାର ନା ନେଉଆ ନାହିଁ । ଯେଉଁଠି ଦେଖ ଚୋରୀ, ଡକାୟତି, ଅପହରଣ ଓ ବଳାତ୍କାର ଘଟଣା ବିଷୟରେ ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଘଟଣା ହେଉଛି ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଥିବା ଏମ୍‌ଆଇଡିସି ଅଞ୍ଚଳର । ତେବେ ଏହି ଅଞ୍ଚଳରେ ରହୁଥିବା ଜଣେ ବିଧବା ମହିଳାର ରେପ କରିବାର ଚେଷ୍ଟା କରିଥିଲା ଗୋଟେ ଯୁବକ ।

Image Courtesy: Google

କିନ୍ତୁ ଭାଗ୍ୟ ବଡ ବଳବାନ, ସେହି ମହିଳା ଜଣଙ୍କ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ସେହି ଯୁବକର ଜାଲ ରୁ ବଞ୍ଚି ପାରିଥିଲେ । ତେବେ ଏହି ମହିଳା ଜଣଙ୍କ ନିଜର ଝିଅ ପାଇଆନ କିଛି କିଣିବାକୁ ସନ୍ଧ୍ୟା ସମୟରେ ବଜାରକୁ ବାହାରିଥିଲେ । କିଣାକିଣି କରୁ କରୁ ସମୟ ଡେରି ହୋଇଗଲା, ଏବଂ ସବୁ ପଇସା ମଧ୍ୟ ସରିଗଲା । ଏମିତିକି ତାଙ୍କ ପାକହରେ ଅଟୋ ଭଡା ଦେବାକୁ ବି ଟଙ୍କା ନଥିଲା । ସେଥିପାଇଁ ସେ ଲିପ୍ଟ ମାଗିଥିଲେ । ଯାହାଫଳରେ ଜଣେ ଯୁବକ ଏହାର ଫାଇଦା ଉଠେଇବାର ଚେଷ୍ଟା କରି ତାକୁ ଲିପ୍ଟ ଦେଇଥିଲା।

Image Courtesy: Google

ଏହା ପରେ ସେ ମହିଳା ଜଣଙ୍କୁ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲା । ତା ପରେ ତାକୁ ଛୁରୀ ଦେଖାଇ ଧମକା ଧମକି କରି ରେପ କରିବାର ଉଦ୍ୟମ କରିଥିଲା କିନ୍ତୁ ମହିଳା ଜଣଙ୍କ ତାକୁ କହିଥିଲେ କି ସେ ହେଉଛନ୍ତି HIV ପଜିଟିଭ୍‌ । ଏହି କଥା ଶୁଣିବା ପରେ ସେହି ଯୁବକ ଜଣଙ୍କ ସେହି ମହିଳାକୁ ସେଠୀ ଛାଡି ଚାଲି ଯାଇଥିଲା । ସେଠୁ ବଞ୍ଚିବା ପରେ ମହିଳା ଜଣଙ୍କ ପୁଲିସ ରେ ସେହି ଯୁବକ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *