ଧୋନୀ କିଣିଛନ୍ତି ଏଭଳି କାର ଯାହା ଭାରତରେ କାହା ପାଖରେ ମଧ୍ୟ ନାହିଁ – ଏହାର ଦାମ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ନମସ୍କାର ବନ୍ଧୁଗଣ। ଆଜି ଆମେ ଆପଣଙ୍କୁ ଧୋନୀଙ୍କ ବିଷୟରେ କିଛି କହିବୁ । ଆପଣମାନେ ତ ଜାଣିଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କର ଗାଡି ତାଙ୍କର କେତେ ପ୍ରିୟ । ଏମିତିକି ତାଙ୍କର ଏତେ ଗାଡି ଅଛି ଯେ ସେ ସବୁ ପାଇଁ ଗୋଟେ ୩ ମହଲା ଘର ବନେଇଛନ୍ତି । କିନ୍ତୁ ଯେମିତି କି ଆପଣ ଜାଣିଛନ୍ତି ସେ ଗାଡି ପାଇଁ ପାଗଳ, ଏଥିରେ ବି ତାଙ୍କର ମନ ସନ୍ତୁଷ୍ଟ ନୁହେଁ । ସେ ଏବେ ପୁଣି ଏକ ନୂଆ କାର ଆଣିଛନ୍ତି ନିଜ ପାଇଁ । ତେବେ ସେ ଯେଉଁ ଗାଡି ମଗେଇଛନ୍ତି ତାହା ବର୍ତ୍ତମାନ ଭାରତରେ କାହା ପାଖରେ ମଧ୍ୟ ନାହିଁ ।

ଏମିତି କି ତାର ଦାମ ଏତେ ଯେ ଆପଣ ତ ଆପଣ ବଡ ବଡ ଅମିର ଲୋକ ବି ଶୁଣିଲେ ବେହୋସ ହୋଇଯିବେ । ସେ ଏହାକୁ  ବାହାରୁ ମଗାଇଛନ୍ତି । ତେବେ ଧୋନୀ ନୂଆ ଗାଡି କିଣିଥିବାର ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ ଶେୟାର କରିଥିଲେ ଓ ଲେଖିଥିଲେ ଏହା ଏହି ଦେଶରେ ଏକ ମାତ୍ର ଗାଡି ଯାହା ପ୍ରଥମେ ଧୋନୀ ଆଣିଛନ୍ତି ।

ଏହି ଗାଡି ହେଉଛି  ‘ଜିପ ଗ୍ରାଣ୍ଡ ଚିରୋକେ’ । ଏହି ଗାଡିର ଦାମ  ଭାରତରେ ୯୦ ଲକ୍ଷ ରୁ ୧.୫ କୋଟି ଟଙ୍କା ହେବ । ଏହା ଏକ ଏସୟୁଭି ମଡେଲ ହୋଇଥିବା ବେଳେ ଏଥିରେ ଟ୍ରେକହକ୍ ୬.୨ ଲିଟର ସୁପରଚାର୍ଜଡ ଭି-୮ଏଚଇଏମଆଇ ଇଞ୍ଜିନ ଲାଗିଛି। ଏହି ଇଞ୍ଜିନର କ୍ଷମତା ୭୦୦ ବିଏଚପି ଓ ଟର୍କ ହେଉଛି ୮୭୫ ଏନଏମ। ଏହି କାର ମାତ୍ର ୩.୬ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ବେଗରେ ଗତିକରିପାରିବ।

ତେବେ ମାହିଙ୍କର ଗାଡି ପ୍ରତି ଥିବା ଦୁର୍ବଳତା ବହୁତ ପୁରୁଣା । ସେ ନିଜ ଘରେ ଅନେକ ବ୍ରାଣ୍ଡର ଗାଡି ରଖିଛନ୍ତି ଏବଂ ଏହା ପରେ ବି ଜଣା ନାହିଁ ପୁଣି ଆଉ କେତେ ଗାଡି ଆସି ପାରେ । ତେବେ ମାହି ଏବେ କ୍ରିକେଟ ଦୁନିଆରୁ ଅବସର ନେଇ ମିଲିଟାରୀ ରେ ନିଜ ଡିୟୁଟି ଠିକ ଭାବେ କରୁଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *