ବାପାର ଜିଦ ବଦଳାଇଲା ଛୁଆର ଜୀବନ, ହାତ ନ ଥାଇ ବି ଏମିତି ପୁରା କଲେ ପଢିବାର ସ୍ଵପ୍ନ- ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

କୁହନ୍ତି ମଣିଷ କୁ କେବେ ହାର ମାନିବା କଥା ନୁହ, ଅସୁବିଧା ଯେତେ ବଡ ଥାଉ ନା କାହିଁକି କିନ୍ତୁ ଯଦି ଅସୁବିଧା ସାମ୍ନା ନୀଡର ହୋଇ କରା ଯାଏ ତେବେ ସବୁ ରାସ୍ତା ସହଜ ଲାଗିବ । ଆପଣମାନେ ବହୁତ ଏମିତି ଲୋକ ଦେଖିବେ ଯାହା ପାଖରେ ସବୁ ଥାଇ ମଧ୍ୟ ମନବଳ ନାହିଁ ଯାହା ଦ୍ଵାରା ସେ ଆଗକୁ ବଢି ପାରେ ନାହିଁ କିନ୍ତୁ ଆପଣ ଏମିତି ଲୋକ ମଧ୍ୟ ଦେଖିଥିବେ ଯାହାକୁ ଠାକୁର ସବୁ ଅଙ୍ଗ ଦେଇ ନାହାନ୍ତି ତଥାପି ସେ ଲୋକ ନିଜ ପରିଶ୍ରମ ଦ୍ଵାରା ବହୁତ ଆଗକୁ ଯାଇଥାଏ ।

ଏହି କଥା ସାବକ ନେଇ ଗୋଟେ ୧୩ ବର୍ଷ ଅବୁ ହଜମ ନାମକ ଛୁଆ ଦୁଇଟି ହାତ ନଥାଇ ମଧ୍ୟ ପାଦରେ ତାଙ୍କ ପାଠ ପଢା ସହିତ ଖାଇବା ପିବା ସବୁ କାମ କରନ୍ତି ।

ଇଟାୱା ଜାଗା ରେ ନୂଆ ବସ୍ତି ନାମକ ଗୋଟେ ଜାଗାରେ ଅବୁ ନାମକ ଗୋଟେ ଛୁଆ ଅଛି ଯିଏ ୫ ବର୍ଷ ରେ ୧୧ ହଜାର ଭୋଲ୍ଟ ତାର ଦ୍ଵାରା ଗୋଟେ ଭୟଙ୍କର ଘଟଣା ରେ ନିଜ ହାତ ଦୁଇଟି ହରାଇଥିଲେ ଏହା ପରେ ଅବୁ ଘର ପରିବାର ଲୋକେ ବହୁର ଚିକିତ୍ସା ମଧ୍ୟ କରାଇଲେ କିନ୍ତୁ କିଛି ଲାଭ ହେଲା ନାହିଁ । ଅବୁ ସବୁ ପିଲାଙ୍କ ଭଳି କାମ କରି ପାରୁ ନଥିଲା, ଏହି ଘଟଣା ପରେ ଅବୁ ବାପା ଲଇଉଦିନ ତାକୁ ସାହାସ ଦେଲେ, ହାତ ଅଭାବ ରେ ଗୋଡରେ ଲେଖିବା ଅଭ୍ୟାସ କରାଇଲେ ।

ଲେଖିବା ଛଡା ଅବୁ ଗୋଡରେ କମ୍ପ୍ୟୁଟର ମଧ୍ୟ ଚଲାନ୍ତି, ବିନା ହାତ କଣ୍ଟ୍ରୋଲ ରେ ସେ ସାଇକଲ ମଧ୍ୟ ବହୁତ ଭଲ ଚଲାନ୍ତି । ଘଟଣା ଆଗରୁ ଅବୁ ଇଟାୱା ରୟାଲ ଅକ୍ଷଫୋର୍ଡ ଇଣ୍ଟର କଲେଜ ରେ ପ୍ରଥମ କକ୍ଷା ରେ ଥିଲେ, ଘଟଣା ୩ ମାସ ପର୍ଜନ୍ତ ଅବୁ ଘରେ ରହିଲେ ଓ ଘର ଲୋକ ବିଶେଷ ଧ୍ୟାନ ମଧ୍ୟ ଦେଲେ । ଏହା ପରେ ବାପା ଛୁଆକୁ ନେଇ ସ୍କୁଲ ପହଞ୍ଚିଲେ ଓ ଅବୁକୁ ସାମାନ୍ଯ ପିଲାଙ୍କ ଭଳି ପାଠ ପଢିବା ପାଇଁ କହିଲେ ।

ବାପା କଥା ଶୁଣି ପ୍ରଥମେ ସ୍କୁଲ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହେଲେ କାହିଁକିନା ପାଠ କେବଳ ପଢା ଯାଏ ନାହିଁ ଏହାକୁ ଲେଖିବା ମଧ୍ୟ ଦରକାର ଥାଏ । ସ୍କୁଲ ପ୍ରବନ୍ଧକ ସହ କଥା ହୋଇ ବାପା ଛୁଆକୁ ଗୋଡ ଦ୍ଵାରା ଲେଖିବା ପାଇଁ କଥା କହିଲେ । ସ୍କୁଲ କଥା ମାନି ବାପା ମଧ୍ୟ ୟୁଟୁବ ଦେଖି ପୁଅ ଗୋଡରେ ପେନ ଦେଲେ ଏହା ପରେ ଯେମିତି ଅବୁକୁ ପର ମିଳି ଗଲା ।

Leave a Reply

Your email address will not be published. Required fields are marked *