ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ 3 ରୁ 4 ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ପଶ୍ଚିମ ଝଡ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନ ରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ତୀବ୍ର ବେଗରେ ଦେଖା ଯାଉଛି । ଏମିତିକି କୁଆ ପଥର ବର୍ଷା ମଧ୍ୟ ଅନେକ ଜାଗାରେ ହେବାର ଦେଖା ଯାଇଛି । ଯାହା ପାଇଁ ଅନେକ ବ୍ୟାପକ କ୍ଷୟ କ୍ଷତି ହେଉଛି ।
ତେବେ ଗତ କାଲି 4ଟା ବେଳେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ତେବେ ସାଲେପୁର ରେ କୁଆ ପଥର ବର୍ଷା ହୋଇହି ଯାହାକୁ ଅନେକ କ୍ଷତି ହୋଇଛି ଲୋକ ମାନଙ୍କର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଭିଡିଓ ରେ ଭାଙ୍ଗି ଦେଲା ଘର, ଉଜାଡ଼ି ଦେଲା ଜୀବନ । ସାହାରା ନଷ୍ଟ କଲା ଜୀବନକୁ ସର୍ବସାନ୍ତ କରି ଦେଲା ।
ଆକାଶରୁ ହେଲା ବରଫ ବର୍ଷା କିଭଳି ସାଲେପୁର ରେ ଲୋକଙ୍କ ଜୀବନ ଜୀବିକା ନଷ୍ଟ କଲା କୁଆ ପଥର ବର୍ଷା । କୁଆ ପଥର ବର୍ଷା ନା ପଥର ବର୍ଷା ହେଉଥିଲା ଆକାଶ ରୁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଏମିତି କହିବାର କାରଣ କି ଭାଇରାଲ ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିଭଳି ଆକାଶ ରୁ କୁଆ ପଥର ଖାସୁଛି ଯାହା ପଥର ଆକାର ର ।
ଯାହାକୁ ଦେଖିଲେ ଲାଗୁଛି ସତେ କି ଆକାଶରୁ ପଥର ବର୍ଷା ହୋଇଛି । ଯାହା ଫଳରେ ଲୋକ ମାନଙ୍କର ଚାଷ ଜମିରେ କୁଆ ପଥର ପଡିବା କାରଣରୁ ଫସଲ ନଷ୍ଟ ହୋଇ ଯାଇଛି । ଏମିତିକି ଲୋକ ମାନଙ୍କର ଆଜବେଷ୍ଟିଶ ଘର ଗୁଡିକରେ କୁଆ ପଥର ମାଡ ହୋଇ ଘର କଣା ହୋଇ ଯାଇଛି । ଆଉ ନିରୀହ ଲୋକ ମାନେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି ।
ଜଣେ ମହିଳା କହୁଛନ୍ତି କି ଆମେ କାଲି 4 ଟା ବେଳୁ ଏମିତି ଦାଣ୍ଡରେ ଠିଆ ହୋଇଛୁ । କୁଆ ପଥର ବର୍ଷା ଜୋର ରେ ହେବା କାରଣରୁ ଆମ ଘର ସବୁ କଣା ହୋଇ ଯାଇଛି । ଆମେ କାଲି ଠାରୁ କିଛି ବି ଖାଇ ନାହୁଁ । ସରକାର ଏଥିପ୍ରତି ଦ୍ରୁଷ୍ଟି ଦିଅନ୍ତୁ ଆଉ ଆମକୁ କିଛି ସାହାଜ୍ଯ କରନ୍ତୁ । ଫସଲ ନଷ୍ଟ ହେବା କାରଣରୁ ଲୋକ ମାନଙ୍କର ଜୀବିକା ଉପରେ ମଧ୍ୟ ପ୍ରଭାବ ପଡିବ ।
ତେବେ ଏଭଳି ଦ୍ରୁଶ୍ଯ ପୂର୍ବରୁ କେବେ ବି ଦେଖା ଯାଇ ନ ଥିଲା । କୁଆ ପଥର ବର୍ଷା ଏମିତି ହୋଇଛି ଯେ ଯାହାର ପ୍ରଭାବରେ ଘର ଦ୍ଵାରା କଣା ହୋଇ ଫସଲ ସବୁ ନଷ୍ଟ ହୋଇ ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।