ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଦୁଇ ଦିନ ହେବ ସାରା ରାଜ୍ୟ ରେ ବର୍ଷା ଲଗାତାର ଲାଗି ରହିଛି । ଯାହା ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା କରା ଯାଉଛି । ତେବେ ଏହାରି ମଧ୍ୟ ଶ୍ରୀ କ୍ଷେତ୍ର ପୁରୀ ଧାମ ରେ ବନ୍ୟା ସୃଷ୍ଟି ହୋଇଛି । ଆଜ୍ଞା ହଁ ଏହି କଥା ଟି ଶୁଣିବାକୁ ଅଜବ ଲାଗିଥିଲେ ବି ସତ ଅଟେ । ଗତ କିଛି ଦିନ ତଳେ ସିଂହଦ୍ଵାର କୁ ପ୍ରବେଶ କରିବା ରାସ୍ତାରେ ବର୍ଷା ପାଣି ଜମା ହୋଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବାଇଶି ପାହାଚ ରୁ ପାଣି ସବୁ ଆସି ସିଂହଦ୍ଵାର ଆଗରେ ଜମା ହୋଇଥିଲା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ତେବେ ବର୍ତ୍ତମାନ ସମୟରେ ଶ୍ରୀ ମନ୍ଦିର ସମୁଖହରେ ବର୍ଷା ପାଣି ଜମା ହୋଇ ବନ୍ୟା ସ୍ଥିତି ଦେଖା ଯାଇଛି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ବଡ ଦାଣ୍ଡ ରେ ବର୍ଷା ପାଣିର ମାତ୍ରା ଏତେ ଅଧିକ ହୋଇ ଯାଇଛି ବଡ ବଡ ଗାଡି ଯେମିତି ଅଟୋ ଆଉ କାର ମଧ୍ୟ ବୁଡି ଯାଇଛି । ହୁ ହୁ କରି ବନ୍ୟା ପଣି ମାଡି ଆସୁଛି ସତେ ଯେମିତି ସମୁଦ୍ର ମାଡି ଆସିବାର ମନେ ହେଉଛି ।
ଏମିତି କୁ ମହାପ୍ରଭୁ ସେବକ ମାନେ ମଧ୍ୟ ନାହି ନ ଥିବା ସମସ୍ୟାର ସମୁଖିନ୍ନ ହେଉଛନ୍ତି । ସିଂହଦ୍ଵାର ଆଗରେ ପାଣି ଜମା ହୋଇ ପାଣି ମନ୍ଦିର ଭିତରକୁ ପ୍ରବେଶ କରିବାରେ ଲାଗିଛି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ଲୋକେ ପାଣି ରେ ଅଧା ଅଧା ବୁଡି ମନ୍ଦିର ଭିତରକୁ ଯିବା ଆସିବା କରୁଛନ୍ତି । ତେବେ ପୁରୀ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବା ନିହାତି ଜରୁରୀ ଅଟେ ।
ସ୍ଥିତି ଏମିତି ହୋଇ ଯାଇଛି କି ସେଠାରେ ଦୋକାନ ବଜାର ଖୋଲିବା ମଧ୍ୟ ଅସମ୍ଭାଳ ହୋଇ ପଡିଛି । କାରଣ ବର୍ଷା ପାଣି ରାସ୍ତାରେ ଜମା ହୋଇ ବନ୍ୟା ର ସ୍ଥିତି ସୃଷ୍ଟି କରିଛି । ଲୋକ ମାନେ ଯାତାୟତ କରିବାରେ ନାହି ନ ଥିବା ଭଳି ସମସ୍ୟାର ସମୁଖିନ୍ନ ହେଉଛନ୍ତି । କେହି କେହି କହୁଛନ୍ତି ବଡ ଦାଣ୍ଡ ରେ ବନ୍ୟା ମାଡି ଆସିଲା । ଯାହାକୁ ଏବେ ଆଉ କେହି ରୋକୀ ହେବ ନାହି ।
ତେବେ କଣ ସତରେ ବଡ ଦାଣ୍ଡ ରେ ବନ୍ୟା ଏମିତି ଆଗକୁ ଲାଗି ରହିବ ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏହି ସବୁ ଦିଗ ପ୍ରତି ଜିଲ୍ଲା ପ୍ରଶାସନ ଯେତେ ସମ୍ଭବ ଦ୍ରୁଷ୍ଟି ଦେବା ସହ ପଣି ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଉଚିତ । ନଚେତ ବନ୍ୟା ପଣି ମହାପ୍ରଭୁ ଙ୍କ ପାଖକୁ ନ ଯିବ ତାହା କିଏ ବା କହିବ ?
ଯେଉଁ ଭଳି ଭାବେ ବର୍ଷା ଲାଗି ରହିଛି ଆଉ ବନ୍ୟା ସ୍ଥିତି ଦେଖା ଯାଇଛି ହୁଏ ଆଗାମୀ ସମୟରେ ବନ୍ୟା ପାଣି ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିପାରେ ଯାହା ପାଇଁ ହୁଏ ତ ବଡ ଅସୁବିଧା ମଧ୍ୟ ସୃଷ୍ଟି ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।