“ଛୋଟ ପିଲା ଏଠି ବୁଡି ଯାଉଥିଲେ..ମୁଁ ତାଙ୍କୁ ଉଦ୍ଧାର କଲି କିନ୍ତୁ ବଡ ଲୋକ ମାନେ…. ଦେଖନ୍ତୁ Video ଏହି ଛୁଆଟି ଯାହା କହୁଛି ଶୁଣି ଆପଣଙ୍କ ମୁଣ୍ଡ ଘୁରେଇବ

ନମସ୍କାର ବନ୍ଧୁଗଣ, ଏତେ କମ ବୟସରେ କୁନି ପ୍ରତିଭା ଏମିତି ଏକ କାମ କରୁଛି ଯାହାକୁ ଯିଏ ବି ଦେଖିଲେ ଦେଖିକି ରହିଯାଉଛି । ଇସ୍କନ ମନ୍ଦିର ପାଖରେ ଅଳ୍ପ ବର୍ଷା ହେଲେ ବି ସେଠାରେ ପାଣି ଜମିଥାଏ । ଆପଣ ମାନେ ଏହି ଭିଡିଓ ରେ କୁନି ପୁଅକୁ ଦେଖି ପାରୁଥିବେ ଯାହାର ବୟସ ମାତ୍ର ୧୨ କି ୧୩ ବର୍ଷ ହେବ ଯିଏ ଅଭିନବ ଉପାୟରେ ପ୍ରୟାସ କରିବାରେ ଲାଗିଛି ଛୋଟ ପିଲାଙ୍କୁ ପାଣିରୁ ଉଧାର କରିବା ପାଇଁ । ସେଥିପାଇଁ ସେ ଗାଡିର ଟିୟୁ ଧରି ପାଣିରେ ବସି ରହିଛି । ପିଲାର ନାଁ ହେଉଛି ସତ୍ୟ । ସତ୍ୟ କହୁଛନ୍ତି ପିଲାମାନେ ପାଣିରେ ପଡି ଯାଉଥିଲେ ସେ ତାଙ୍କୁ ଉଠାଇବାରେ ସାହାଜ୍ଯ କରୁଛନ୍ତି ।

ସତ୍ୟ ଆଗକୁ କହିଛନ୍ତି ଗୋଟେ କୁନି ପିଲାଟି ରାସ୍ତାରେ ପାଣି ଜମା ହେବା କାରଣରୁ ବୁଡି ଯାଇଥିଲା ଆଉ ସେ ତାଙ୍କୁ ଉଧାର କରି ପାଣି ଉପରକୁ ଆଣିଥିଲେ । ସତ୍ୟ କହୁଛନ୍ତି ଲୋକ ମାନେ ଅନ୍ୟ ମାନେ ପାଣିରେ ବୁଡି ଯାଉଥିବାର ଦେଖି ସେମାନଙ୍କୁ ଉଧାର କରିବା ବଦଳରେ ତାଙ୍କ ଉପରେ ହସୁଛନ୍ତି କଣ ଏମିତି କିଏ କରିଥାଏ ?

ଏଭଳି ଲୋକଙ୍କୁ କିଛି କହିବାର ନାହି ବୋଲି ସତ୍ୟ କହିଛନ୍ତି । ବଡ ଲୋକ ମାନଙ୍କୁ କହିଲେ ସେମାନେ କହୁଛନ୍ତି ତୁ ଯା ଉଧାର କର ବୋଲି ସତ୍ୟ ମତ ଦେଇଛନ୍ତି । ସରକାରଙ୍କୁ ସତ୍ୟ ଏତିକି ଅନୁରୋଧ କରି କହିଛନ୍ତି ଇସ୍କନ ମନ୍ଦିର ପାଖରେ ଯେପରି ଭାବେ ଅସରାଏ ବର୍ଷା ହେଲେ ପାଣି ଜମା ହୋଇ ଯାଇଛି କେମିତି ପାଣି ନିଷ୍କାସନ କରି ହେବ ସେଥିପ୍ରତି କୌଣସି ପଦକ୍ଷେପ ତୁରନ୍ତ ନିଅନ୍ତୁ ।

ସରକାର ବଡ ବଡ ବ୍ରିଜରେ ବଡ ନାଳ ରଖିଲେ ପାଣି ଚାଲିଯିବ ବୋଲି ସତ୍ୟ କହିଛନ୍ତି । ସତ୍ୟଙ୍କ ବୟସ ମାତ୍ର ୧୩ ବର୍ଷ ତଥାପି ସେ ଏତେ ବଡ କାମ କରୁଛନ୍ତି ଯାହା ପରେ ତାଙ୍କ ବାପା ମା ତାଙ୍କୁ ପାଟି କରୁଛନ୍ତି । ସେ ଘରେ ମିଛ କହି ଆସୁଛନ୍ତି ଗାଧୋଇବା ବାହାନାରେ ।

ବାପା ମା ଙ୍କ ଠାରୁ ଗାଳି ଶୁଣିବା ପରେ ବି ସତ୍ୟ ଏଠାକୁ ଆସି କିଛି କରିବାର ଯେଉଁ ସଂକଳ୍ପ ନେଇଛନ୍ତି ଆଉ ତାଙ୍କର ଯେଭଳି ଚିନ୍ତାଧାରା ରହିଛି ତାକୁ ପରିପ୍ରକାଶ କରୁଛନ୍ତି । ସରକାର ଏଥିପାଇଁ କିଛି କରିବା ଦରକାର କିଛି ଭାବିବା ଦରକାର ବୋଲି ସତ୍ୟ କହିଛନ୍ତି । ଯେତେବେଳେ ଛୋଟ ଶିଶୁ ଟି ନିଜର ବୁଦ୍ଧି କୌଶଳ ଦ୍ଵାରା ଏକ ନୂଆ ଉପାୟ ଅବଲମ୍ବନ କରି ଲୋକ ମାନଙ୍କୁ ବଞ୍ଚିବାକୁ ପ୍ରୟାସ କରୁଛି ସତରେ ଏହା ପ୍ରଶଂସା ଯୋଗ୍ୟ ଅଟେ ।

ସତ୍ୟ ଯେପରି ପ୍ରତିବାଦ କରୁଛନ୍ତି ତାହା ପ୍ରତି ସରକାର କେବେ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା । ଛୋଟ ପିଲା ଙ୍କୁ ପାଣି ବୁଡି ଯାଉଥିବାର ଦେଖି ସତ୍ୟ ଯେପରି ମହାନ କାମ କରୁଛନ୍ତି ସେଥିପାଇଁ ତାଙ୍କୁ ଯେତେ ସାବାସୀ ଦେଲେ କମ ହେବ । ବନ୍ଧୁଗଣ ଆପଣଙ୍କର ସତ୍ୟ କରୁଥିବା ଏଭଳି ମହାନ କାମ ଓ ଚିନ୍ତାଧାରା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *