ଗାଁର ସବୁଠୁ ବଡ଼ ଚୋର ପାଲଟିଛି ଏ ତେନ୍ତୁଳିଆ ନାଗ…. କରୁଛି ଏମିତି କିଛି କାମ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ସାପ କୁ ଦେଖି ପାରୁଥିବେ ଯାହାର ନାଁ ହେଉଛି ତେନ୍ତୁଳିଆ ତମ୍ପ ନାଗ । ତମ୍ପ ନାଗ ପାଟି ରୁ ବାହାରୁଛି ଦୁଇଟି କୁକୁଡା ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏବେ ତମ୍ପ ସାପ ଟି ଧରା ପଡିବା ପରେ ସାରା ଅଞ୍ଚଳରେ ଏହି ସାପ କୁ ନେଇ ବହୁତ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଏଥିପାଇଁ ହେଉଛି ଲୋକ ମାନଙ୍କର କୁକୁଡା ସବୁବେଳେ ଗାଏବ ହୋଇ ଯାଉଥିଲା । କୁକୁଡା ହେଉ ବା ଚିଆଁ ସନ୍ଧ୍ୟାରେ ରଖିଥିଲେ ସକାଳୁ କୁଆଡେ ଗାଏବ ହୋଇଯାଏ । କିଏ ଖାଉଥିଲା ଆଉ କୁଆଡେ ଯାଉଥିଲା କୁକୁଡା ଆଉ ଚିଆଁ ସମସ୍ତେ ଚିନ୍ତାରେ ଥିଲେ ।

ସମସ୍ତେ ସନ୍ଦେହରେ ଥିଲେ କାଳେ କୁକୁଡା ଗୁଡିକୁ ବିଲୁଆ ବା ଅନ୍ୟ କୌଣସି ପଶୁ ଖାଇଦେବାର । ଏଭଳି ପ୍ରାୟ ୪୦ରୁ ଅଧିକ କୁକୁଡା ଆଉ ଚିଆଁ ଗାଏବ ହୋଇଯାଇଥିଲା । କିନ୍ତୁ ପରେ ଜଣା ପଡିଥିଲା ତମ୍ପ ନାଗ ସବୁ କୁକୁଡା ଆଉ ଚିଆଁ କୁ ଗିଳି ଦେଉଥିଲା । ଶିମିଳିପାଳ ପାଦ ଦେଶରେ ଥିବା ଖୁଣ୍ଟାରେଞ୍ଜ ଅଧୀନ ବଡ ଖୁଣ୍ଟା ଗାଁ ରୁ ପ୍ରାୟର ସାଢେ ୪ ଫୁଟରୁ ଉର୍ଦ୍ଧ ଲମ୍ବ ର ବିରାଟ ତେନ୍ତୁଳିଆ ତମ୍ପ ସାପ ଉଧାର କରାଯାଇଛି ।

ଏମିତିକି କୁହାଯାଏ ତମ୍ପ ନାଗ ର ଚୋଟ ରୁ ବଞ୍ଚିବା ସମ୍ଭବ ନୁହେଁ । ଏହି ସାପ ବହୁତ କ୍ରୋଧୀ ବୋଲି କୁହାଯାଏ । ସୌରଭ ବାରିକ ନାମକ ବ୍ୟକ୍ତିଙ୍କ ଘରେ ଥିବା କୁକୁଡା ଭାଟି ଭିତରେ ଲୁଚି ରହିଥିଲା ତମ୍ପ ନାଗ । ସ୍ଥାନୀୟ ଲୋକେ ତମ୍ପ ନାଗକୁ ଠାବ କରିବା ସହ ବନ ବିଭାଗକୁ ଅବଗତ କରାଇଥିଲେ । ଖୁଣ୍ଟାରେଞ୍ଜ ରୁ ସ୍ନେକ ହଲେପ ଲାଇନ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାଏତଙ୍କୁ ଡକା ଯାଇଥିଲା ।

କୃଷ୍ଣଚନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ତମ୍ପ ନାଗକୁ ଧରିବା ସହ ସାପଟି ଗିଳି ଦେଇଥିବା କୁକୁଡାକୁ ବାହାରକୁ କାଢୁଛି । ତମ୍ପ ନାଗର ବୟସ ସାଢେ ୪ ବର୍ଷ ହେବାର ଅନୁମାନ କରାଯାଉଛି । ଗାଁ ର ଅନେକ ଲୋକଙ୍କ ଘରୁ ୫୦ରୁ ୧୦୦ କୁକୁଡା ସହ ଅଗଣିତ ଅଣ୍ଡା ଚୋରୀ ହେବାକୁ ନେଇ ଚର୍ଚ୍ଚା ହେବ ସହ ଚିନ୍ତିତ ଥିଲେ ।

ତମ୍ପ ନାଗ ଉଧାର ହେବା ପରେ ଚୋରୀ କରି ଖାଇଥିବା ଦୁଇଟି କୁକୁଡାକୁ ଗୋଟି ଗୋଟି କରି ଉଗାଳିଥିଲା । ତେନ୍ତୁଳିଆ ତମ୍ପକୁ ଉଧାର କରି ଶିମିଳିପାଳ ଘଞ୍ଚ ଜଙ୍ଗଲରେ ଛାଡି ଦିଆ ଯାଇଥିଲା । ତେବେ ଆଉ ଗାଁ ରୁ କାହାର କୁକୁଡା ଭାଟି ରୁ କୁକୁଡା କି ଚିଆଁ ଆଉ ଚୋରୀ ହେବ ନାହି କାରଣ ତମ୍ପ ନାଗ ଏବେ ଧରା ପଡି ଯାଇଛି ।

ଏ ବିଷୟରେ କୃଷ୍ଣଚନ୍ଦ୍ର ରାଏ ଦେଇଛନ୍ତି କି ଗାଁ ଲୋକେ ତାଙ୍କୁ ଫୋନ କରି ଜଣାଇଥିଲେ ସାପଟି କୁକୁଡା ଗୁଡିକୁ ଗିଳି ଦେଉଛି । ଏହା ପରେ ସେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଧରିବା ସହ ସେ ଖାଇଥିବା କୁକୁଡା ମଧ୍ୟ ବାହାର କରିଥିଲା । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *