ନମସ୍କାର ବନ୍ଧଗଣ । ଲୋକ ଜୀବିତ କିନ୍ତୁ ସରକାରୀ କାଗଜପତ୍ରରେ ମୃ-ତ ବୋଲି ଲେଖା ଯାଇଛି । ଏ ହେଉଛନ୍ତି ନବରଗପୁର ଜିଲ୍ଲା ପାପଡା ହାଣ୍ଡି ବ୍ଲକ ମାଇଦଲପୁର ଗାଁ ର ସନ୍ତୋଷ ହରିଜନ । ସରକାରୀ ଅଧିକାରୀ ମାନେ ତାଙ୍କୁ ସରକାରୀ ଯୋଜନାରେ ମୃତ ବୋଲି ଘୋଷିତ କରିବା ପରେ ସେ କାଳିଆ ଯୋଜନାରୁ ବଞ୍ଚିତ ଅଛନ୍ତି । ଖାଲି କାଳିଆ ଯୋଜନା ନୁହେଁ ବରଂ ଅନ୍ୟ ସରକାରୀ ଯୋଜନା ମଧ୍ୟ ପାଇପାରୁ ନାହାନ୍ତି ସନ୍ତୋଷ । ନିଜର ଅଢେଇ ଏକର ଜମିରେ କହସା କରି ସେ ତାଙ୍କ ପରିବାରର ଜୀବିକା ନିର୍ବାହ କରନ୍ତି ।
ତାଙ୍କୁ ଏହି ଯୋଜନାରେ ପ୍ରଥମ କିସ୍ତିରେ ୨୦୧୯ ଫେବ୍ରୁଆରିରେ ୫ହଜାର ଟଙ୍କା ପାଇଥିଲେ । ଏହା ପରେ ତାଙ୍କୁ କାଳିଆ ଯୋଜନାର ଆଉ କିସ୍ତି ଟଙ୍କା ନ ମିଳିବାରୁ ସେ କୃଷି ଅଧିକାରୀ ଅଫିସରେ କାରଣ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ତାଙ୍କୁ ଅନ ଲାଇନରେ ଆଉ ଥରେ ପଞ୍ଜୀକରଣ କରିବାକୁ କହିବା ପରେ ଏହା ନ ହେବାରୁ ସେ ଜାଣିବାକୁ ପାଇଲେ ତାଙ୍କୁ ମୃ-ତ ଘୋଷଣା କରା ଯାଇଛି । ଏହା ଜାଣିବା ପରେ ସନ୍ତୋଷ କୃଷି ଅଫିସ ବାରାମ୍ବାର ଦୌଡିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନାହାନ୍ତି ବୋଲି ଅ-ଭି-ଯୋ-ଗ କରିଛନ୍ତି ।
ଏଠାରେ ପ୍ରଶ୍ନ ଉଠିଛି ବଞ୍ଚିଥିବା ଲୋକକୁ କାହିଁକି ମା-ରି ଦିଆଗଲା ? କିଏ ହଡପ କରିଛି କାଳିଆ ଯୋଜନା ଟଙ୍କା ? ଏହା ପଛରେ କାହାର ହାତ ରହିଛି ? କେବଳ ସନ୍ତୋଷ ହରିଜନ ନାଁ ଆଉ କାହାକୁ ଏଭଳି ମୃ-ତ ଘୋଷଣା କରାଯାଇଛି ? ଏ ସବୁର ତଦନ୍ତ ପାଇଁ କଡା କାର୍ଯ୍ୟ ଅନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସନ୍ତୋଷଙ୍କ ପରିବାର । ନବରଗପୁର ଜିଲ୍ଲା କୃଷି ଅଧିକାରୀ ଏହି ଅ-ଭି-ଯୋ-ଗକୁ ସ୍ଵୀକାର କରିଛନ୍ତି । ତେବେ କିପରି ଓ କେଉଁ ସ୍ଥିତିରେ ସନ୍ତୋଷଙ୍କୁ ମୃତ ଘୋଷଣା କରାଗଲା ତାହା ଏବ ପ୍ରଶ୍ନ ଉଠିଛି ।
ଏହାର ତଦନ୍ତ କରି କାର୍ଯ୍ୟ ଅନୁଷ୍ଠାନ ନେବାକୁ କୃଷି ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଘଟଣା ର ନିରପେକ୍ଷ ତଦନ୍ତ ହେଲେ ସତ କଣ ସାମନାକୁ ଆସି ପାରିବ । ତେବେ ଏ ନେଇ ଗାଁ ଲୋକ ମାନେ ମଧ୍ୟ ଦାବି କରିଛନ୍ତି ଯେ କିପରି ଭାବେ ବଞ୍ଚି ଥାଉ ଥାଉ ଲୋକକୁ ମୃ-ତ ବୋଲି ସରକାରୀ ଅଧିକାରୀ ମାନେ ଘୋଷଣା କରିଛନ୍ତି । ଯିଏ ଏହି କାମ କରିଥିବ ତାହା ବିରୁଦ୍ଧରେ କଡା ପଦକ୍ଷେପ ନେବା ସହ ସେହି ବ୍ୟକ୍ତିକୁ ଚାକିରି ରୁ ବାହାର କରିବା ପାଇଁ ଦାବି କରିଛନ୍ତି ଗାଁ ଲୋକ ମାନେ ।
ତେବେ ସନ୍ତୋଷ ଙ୍କ ପରିବାର ଲୋକେ ବର୍ତ୍ତମାନ ଆର୍ଥିକ ଅଭାବ ରେ ନିଜର ଜୀବିକା ନିର୍ବାହ କରୁଛନ୍ତି । ଏଥିପାଇଁ ତାଙ୍କ ସହ ହୋଇଥିବା ଏଭଳି ଅନ୍ୟାୟ ପାଇଁ ତାଙ୍କୁ ତୁରନ୍ତ ନ୍ୟାୟ ମିଳିବା ଉଚିତ । ତାଙ୍କୁ ପୁଣି ଥରେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲେ ସେ ଉପକୃତ ହୋଇ ପାରିବେ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।