ବେଲଗଛ ପାଖରେ ତୁଳସୀ ଗଛ ରହିବା ଶୁଭ ନା ଅଶୁଭ ?

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ । ଏହାର ପୂଜା କରିଲେ କୋଟି ପୂଣ୍ୟ ମିଳିଥାଏ । ଆଜି ଆମେ ଜାଣିବା ବେଲଗଛ ଓ ତୁଳସୀ ଏକତ୍ର ରହିବା ଉଚିତ ନା ନୁହେଁ । ଶାସ୍ତ୍ର ଅନୁଯାୟୀ ସେହି ବ୍ୟକ୍ତି ସହସ୍ର ବର୍ଷ ଯାଏଁ ବଞ୍ଚିଥାନ୍ତି ଯେଉଁ ବ୍ୟକ୍ତି ନିଜର ନିବାସ ସ୍ଥାନରେ ତୁଳସୀ ଗଛ କୁ ରୋପଣ କରି ସେବା ଯତ୍ନ କରିଥାନ୍ତି । ସନାତନ ଧର୍ମରେ ମାତା ତୁଳସୀ ଙ୍କର ବିଏ ଭାବେ ବର୍ଣ୍ଣନା କରା ଯାଇଛି ।

ପଦ୍ମ ପୂରାଣ, ଦେବୀ ପୂରାଣ, ସ୍କନ୍ଧ ପୁରାଣ, ଦେବୀ ଭଗବତ ରେ ଏହାର ପ୍ରମାଣ ମିଳିଯିବ । ତୁଳସୀ ଗଛର ପତ୍ର, ଫୁଲ, ଶାଖା, ଚେର, ଛେଲି, ମାଟି ସବୁ ପବିତ୍ର ଅଟେ । ବ୍ରତ, ଶ୍ରାଦ୍ଧ, ଦାନ, ଦେବତା ଅର୍ଚ୍ଚନ, ପ୍ରତିଷ୍ଠା ସମୟରେ ତୁଳସୀ ପତ୍ରର ଆବଶ୍ୟକ ରହିଛି । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ନିଜ ଘରେ ବେଲଗଛ କୁ ରୋପଣ କରି ସେବା ଯତ୍ନ କରନ୍ତି ସେହି ବ୍ୟକ୍ତି ଭଗବାନ ଶିବ ଙ୍କ ସାନିଧ୍ୟ କୁ ପ୍ରାପ୍ତ କରନ୍ତି ।

ଏବଂ ଧନର ଦେବୀ ମାତା ଲକ୍ଷ୍ମୀ ସେହି ଗୃହରେ ସ୍ଥାୟୀ ନିବାସ କରନ୍ତି । ରୁକ ବେଦରେ ମାତା ଲକ୍ଷ୍ମୀ ଙ୍କ ଠାରୁ ବେଲଗଛର ଉତପତି ହୋଇଥିଲା ବୋଲି ବର୍ଣ୍ଣନା କରା ଯାଇଛି । ବେଲଗଛରେ ମା ଲକ୍ଷ୍ମୀ ନିବାସ କରନ୍ତି । ଭବିଷ୍ୟ ପୂରଣ ଅନୁଯାୟୀ ବେଲଗଛ ହେଉଛି ସାକ୍ଷାତ ଲକ୍ଷ୍ମୀ ଙ୍କ ସ୍ଵରୁପା ।

ବେଲଗଛର ଅନ୍ୟ ନାମ ହେଉଛି ଶ୍ରୀ ବୃକ୍ଷ । ଶାସ୍ତ୍ର କୁହନ୍ତି ଯଦି ତୁଳସୀ ଗଛ ପାଖରେ ଅଁଳା ଗଛ ଥାଏ ସେହି ସ୍ଥାନ ପବିତ୍ର ସ୍ଥାନ ହୋଇଥାଏ । ଯଦି ତୁଳସୀ ଗଛ ନିକଟରେ ବେଲଗଛ ଓ ଅଁଳା ଗଛ ଥାଏ ସେହି ସ୍ଥାନ ତୀର୍ଥ ସମାନ ହୋଇଥାଏ । ସେହି ସ୍ଥାନରେ ଭଗବାନ ଶିବ। ଦେବୀ ଭଗବତୀ, ପ୍ରଭୁ ବିଶୁଣୁ ଙ୍କୁ ଭକ୍ତି ଭାବରେ ପୂଜା କରିଲେ ମହାପାପ ର ନାସ ହୋଇଥାଏ ।

ଏବଂ ବହୁ ପୂଣ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ବେଲଗଛ ଓ ତୁଳସୀ ଗଛ ଏକତ୍ର ରହିବା ବହୁତ ଶୁଭଦାୟକ ଅଟେ । ଏହା ସହ ଅଁଳା ଗଛ ରହିଲେ ଆହୁରି ଶୁଭ ହୋଇଥାଏ । ଯଦି ଅଁଳା ଗଛ, ତୁଳସୀ ଗଛ, ବେଲଗଛ ଏକା ସ୍ଥାନରେ ପାଖା ପାଖି ଥାନ୍ତି ତେବେ ସେହି ବେଲଗଛର ଗୋଟେ ମାତ୍ର ପାତ୍ର ଭଗବାନ ଶିବ ଙ୍କୁ ଅର୍ପଣ କରିଲେ ବ୍ୟକ୍ତି ଦିବ୍ୟ ଲୋକକୁ ପ୍ରାପ୍ତ ହୋଇଥାଏ । ଏଣୁ ବେଲଗହ ପାଖରେ ତୁଳସୀ ଗଛ ରହିବା ଉଚିତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *