ବେଲ ପତ୍ର ର ୯ ଟି ଔଷଧୀୟ ଗୁଣ । ବେଲପତ୍ର ଖାଇଲେ ମୂଳରୁ ଶେଷ ହୋଇଥାଏ ଏହି ସବୁ ରୋଗ ।

ବନ୍ଧୁଗଣ ବେଲପତ୍ର କୁ ବହୁ ପୁରାତନ କାଳ ରୁ ବ୍ୟବହାର କରା ଯାଉଛି । ଏହା ଆମର ସୁନ୍ଦରତା ବଢାଇବା ସହ ପେଟ ଜନିତ ଅନେକ ସମସ୍ଯା ପାଇଁ ବହୁତ ଉପୋଯୋଗୀ ହୋଇଥାଏ । ଆଜି ଆମେ ଜାଣିବା ବେଲପତ୍ର ର ଫାଇଦା ବିଷୟରେ । 1- ଛୋଟ ପିଲାଙ୍କୁ ଜ୍ଵର ହେଉଥିଲେ ତେବେ ବେଲପତ୍ରର କାଢା ତିଆରି କରି ସେବନ କରିଲେ ଜ୍ଵର ତୁରନ୍ତ ଛାଡି ଯାଇଥାଏ । ଏହା ଛଡା ମହୁମାଛି ବା ବିରୁଡି ଶରୀରର କେଉଁଠି କି କାମୁଡି ଦେଇଥାଏ ତେବେ ବେଲପତ୍ର ରସ ଲଗାଇଲେ ଯନ୍ତ୍ରଣା ଦୂର ହୋଇଥାଏ ।

2- ବେଲପତ୍ର ହୃଦ ରୋଗୀଙ୍କ ପାଇଁ ଭଲ ହୋଇଥାଏ । ବେଲପତ୍ରର କାଢା ସେବନ କରିଲେ ଏହା ହୃତ୍ପିଣ୍ଡ କୁ ଶାକ୍ତ କରିଥାଏ ଓ ହାର୍ଟ ଆଟାକ ସମସ୍ଯା ଦୂର ହୋଇଥାଏ ।

ବେଲପତ୍ର ରସ ପିଇଲେ ଶ୍ଵାସକ୍ରିୟା ସମସ୍ଯା ଦୂର ହୋଇଥାଏ ।

3- ବେଲପତ୍ର ଶରୀରର ତାପ କୁ କମ କରିବାରେ ବହୁତ ଲାଭଦାୟକ ହୋଇଥାଏ । ଶରୀରର ତାପମାତ୍ରା ବଢିଗଲେ ବେଲପତ୍ର ଖାଇବା ଉଚିତ ।

4- ଅର୍ଶ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ବରଦାନ ଠାରୁ କମ ନୁହେଁ । ଅର୍ଶ ରୋଗ ହୋଇଥିଲେ ବେଲପତ୍ର କୁ ଶୁଖାଇ ମିଶ୍ରି ମିଶାଇ ଏହାର ଗୁଣ୍ଡ ତିଆରି କରନ୍ତୁ । ଏହି ଗୁଣ୍ଡ କୁ ପ୍ରତିଦିନ ସକଳେ ଓ ସନ୍ଧ୍ୟାରେ ସେବନ କରିଲେ ସେବନ କରିବା ଉଚିତ । ଅର୍ଶ କାରଣରୁ ଅଧିକ କଷ୍ଟ ହେଉଥିଲେ ଦିନକୁ 2-3 ଥର ଏହାର ସେବନ କରନ୍ତୁ ।

5- ଚେହେରାରେ କୌଣସି ଦାଗ ଥିଲେ ବେଲପତ୍ରର ଲେପ ଲଗାଇଲେ ମୁହଁ ର ଦାଗ ଓ ଚିହ୍ନ ଦୂର ହୋଇଥାଏ । ଏହି ଲେପ ତିଆରି କରିବା ପାଇଁ ବେଲପତ୍ରକୁ ବାଟି ଦିଅନ୍ତୁ । ଏହି ପେଷ୍ଟ କୁ ମୁହଁ ରେ ଲଗାଇ 30 ମିନିଟ ରଖିକି ମୁହଁ ଧୋଇ ଦିଅନ୍ତୁ ।

6- ଯଦି ଆପଣ ନିଜର ଚେହେରା କୁ କୋମଳ ରଖିବାକୁ ଚାହୁଁଛନ୍ତି ତେବେ ଏକ ଚାମଚ ବେଲପତ୍ର ରସରେ ଏକ ଚାମଚ ମହୁ ମିଶାଇ ଏହାକୁ ପାଣିରେ ପକାଇ ସେବନ କରନ୍ତୁ । ଏହା ତ୍ଵଚା ରେ ପ୍ରାକୃତିକ ଉପାୟ ରେ ସୁନ୍ଦରତା ଆଣିଥାଏ ।

7- ଖରା ଦିନରେ ଝାଳ ବାହାରିବା କାରଣରୁ ଶରୀରରେ ଦୁର୍ଗନ୍ଧ ବାହରି ଥାଏ । ଅନେକ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ଯା ଦେଖାଯାଏ । ଏହି କ୍ଷେତ୍ରରେ ବେଲପତ୍ର ର ପେଷ୍ଟ ପ୍ରସ୍ତୁତ କରି ଗାଧୋଇବା ପୂର୍ବରୁ ଲଗାନ୍ତୁ ।

8- କେଶ ସମସ୍ଯା ପୂର୍ବରୁ ଝଡୁଥାଏ ବା ହେୟାର ଫଲ ହେଉଥାଏ ତେବେ ସକାଳୁ 2ଟି ବେଲପତ୍ର ସେବନ କରିବା ଉଚିତ । ଏହା କେଶ ଝଡିବା ବନ୍ଦ କରିବା ସହ ନୂଆ କେଶ ସୃଷ୍ଟି କରିଥାଏ ।

9- ବେଲପତ୍ର ମଧୁମେହ ରୋଗୀଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ଏହାର ସେବନ କରିଲେ ରକ୍ତ ରେ ସୁଗାର ପରିମାଣ ନିୟନ୍ତ୍ରଣ ରେ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *