ଆପଣ ମାନେ ସମସ୍ତେ ଏହି କଥା ବହୁତ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ଶିବଙ୍କୁ ବେଲପତ୍ର ବହୁତ ପ୍ରିୟ ଅଟେ । ଯେଉଁ ଭକ୍ତ ଶ୍ରଦ୍ଧା ସହ ବେଲପତ୍ର ଭଗବାନ ଶିବଙ୍କୁ ଅର୍ପଣ କରିଥାଏ ସେହି ବ୍ୟକ୍ତି ଜୀବନ ସବୁ ଦୁଃଖ କଷ୍ଟ ଭଗବାନ ନିବାରଣ କରିଥାନ୍ତି ଯଦି ଆପଣଙ୍କ ଘରେ ମଧ୍ୟ ଅସୁବିଧା ଓ ସମସ୍ଯା ଅଛି ତେବେ ଆପଣଙ୍କୁ ମଧ୍ୟ ସୋମବାର ଦିନ ଶିବ ମନ୍ଦିରରେ ଯାଇ ବେଲପତ୍ର ଶିବଲିଙ୍ଗ ଉପରେ ଅର୍ପଣ କରିବା ଆବଶ୍ୟକ ଅଟେ ।
ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଘରେ ବେଲପତ୍ର ଗଛ ଲଗାଇବା ଶୁଭ ଅଟେ ନା ଅଶୁଭ, ତେବେ ଆସନ୍ତୁ ଏହା ବିଷୟରେ ବିସ୍ତାର ସହ ଜାଣିବା । ବେଲପତ୍ର ଏମିତି ଗୋଟେ ଗଛ ଯାହା କେବଳ ମାନ୍ୟତା ବା ଧର୍ମ ପାଇଁ ନୁହଁ ଆୟୁର୍ବେଦିକ ଅନୁଯାଇ ମଧ୍ୟ ଲାଭକାରୀ ଅଟେ ।

କୁହା ଯାଇଛି ଯେ ଯେଉଁ ଘରେ ବେଲପତ୍ର ଗଛ ହୋଇଥାଏ ସେହି ଘରେ କେବେ କୌଣସି ସୁବିଧା ଆସେ ନାହିଁ ଏହି ଭଳି ଘରେ ବାସ କରୁଥିବା ବ୍ୟକ୍ତି ବହୁତ ସୁଖୀ ଜୀବନ ବ୍ୟକ୍ତି କରିଥାନ୍ତି । ତେବେ ବେଲପତ୍ର ଗଛ ଲାଗିଥିବା ଜାଗାକୁ କାଶୀଠାରୁ କମ କେବେ ଭାବିବେ ନାହିଁ । ବେଲପତ୍ର ବହୁତ ଶୁଭ ଗଛ ଅଟେ ଯଦି ବେଲପତ୍ର ଗଛ ଏମିତି ଜାଗାରେ ହୋଇଛି ଯେଉଁଠି ଉଚିତ ନୁହ ତେବେ ଆପଣ ଏହାକୁ ବାହାର କରି କୌଣସି ଶିବ ମନ୍ଦିରରେ ଦେଇ ଦିଅନ୍ତୁ ଆପଣଙ୍କୁ ପାପ ଲାଗିବ ନାହିଁ ଏହା ଛଡା ଘରେ ବେଲପତ୍ର ଗଛ ଲଗାଇବା ବହୁତ ଶୁଭ ହୋଇଥାଏ । ତେବେ ଶାସ୍ତ୍ରରେ ବେଲପତ୍ର ଅନ୍ୟ ଦିଶାରେ ଲଗାଇବାର ଲାଭ ବିଷୟରେ କୁହା ଯାଇଛି ।

୧. ଉତ୍ତର ପଶ୍ଚିମ ଦିଶା :
ଏହି ଦିଗରେ ବେଲପତ୍ର ଗଛ ଲଗାଇଲେ ଘର ଲୋକ ମାନେ ତେଜୱାନ ହୋଇଥାନ୍ତି ଓ ଏହା ସହ ଆପଣଙ୍କ ଘର ଲୋକଙ୍କ ସମାଜରେ ମାନ ସମ୍ମାନ ବଢିବାକୁ ଲାଗିଥାଏ ।
୨. ଉତ୍ତର ପୂର୍ବ ଦିଶା :
ଏହି ଦିଗରେ ବେଲପତ୍ର ଗଛ ଲଗାଇଲେ ସେହି ଘର ଲୋକଙ୍କୁ କେବେ ଆର୍ଥିକ ସମସ୍ଯା ହୋଇନଥାଏ, ଏହି ଭଳି ଘର ସବୁ ସଦସ୍ୟ ଧନୱାନ ହୋଇଥାନ୍ତି । ତେବେ ଧନୀ ହବା ପାଇଁ ଏହି ଦିଗରେ ବେଲପତ୍ର ଗଛ ଅବଶ୍ୟ ଲଗାନ୍ତୁ ।

୩. ସେଣ୍ଟର :
ଯଦି ଆପଣ ସବୁ ପ୍ରକାର ସୁଖ ଓ ସମୃଦ୍ଧି ଚାହୁଁଛନ୍ତି ତେବେ ଆପଣ ଘର ମଝିରେ ବେଲପତ୍ର ଗଛ ଲଗାନ୍ତୁ ଯାହା ଦ୍ଵାରା ଏହାର ଊର୍ଜା ଆପଣଙ୍କ ଘରେ ବାସ କରିଥାଏ ଓ ଆପଣଙ୍କୁ ସବୁ ପ୍ରକାର ସୁଖ ସୁବିଧା ସହ ଶାନ୍ତି ପ୍ରାପ୍ତ ହୋଇଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁଯାଇ କୁହା ଯାଇଥିବା କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି । ପଞ୍ଚାଙ୍ଗ ଅନୁଯାଇ କୌଣସି ଅଷ୍ଟମୀ, ଅମାବ୍ସ୍ଯା, ପୁର୍ଣିମା ବା କୌଣସି ସୋମବାର ଦିନ ବେଲପତ୍ର ତୋଳିବା ଉଚିତ ନୁହ । ଏହି କଥା ବହୁତ କମ ଲୋକ ଜାଣିଛନ୍ତି ଯେ ଆପଣ ବ୍ୟବହାର କରା ଯାଇଥିବା ବେଲପତ୍ର ଧୋଇ ଆଉଥରେ ବ୍ୟବହାର କରି ପାରିବେ।