କରୋନା ଭାଇରସ: କଣ ତୃତୀୟ ସ୍ଟେଜ ଦିଗକୁ ବଢୁଛି ଭାରତ ? ଜାଣନ୍ତୁ

କରୋନା ଭାଇରସ ରଫତାର ଦିନକୁ ଦିନ ବଢି ଚାଲିଛି, କରୋନା ଭାରତରେ ଡବଲ ରଫତାର ରେ ଚାଲିଛି, ଦିଲ୍ଲୀ ଲାଗୁଛି ଯେମିତି କରୋନା ଭାଇରସ କେନ୍ଦ୍ର ହୋଇଯାଇଛି, ମଙ୍ଗଳବାର ଦିନ ଦେଶରେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ୩୧୫ ନୂଆ ଲୋକ ସାମ୍ନାକୁ ଆସିଛନ୍ତି, ପ୍ରଥମ ଥର ୨୪ଘଣ୍ଟା ରେ ଦେଶରେ ୩୦୦ ଠାରୁ ଅଧିକ ସଂକ୍ରମଣ କଥା ସାମ୍ନାକୁ ଆସିଛି, ଗୋଟେ ଦିନରେ କରୋନା ସଂକ୍ରମଣ ଦୁଇ ଡବଲ ହୋଇଯାଇଛି ଓ ସୋମବାର ତୁଳନା ରେ ମଙ୍ଗଳବାର କରୋନା ସଂକ୍ରମଣ ଦୁଇ ଗୁଣ ବଢି ଯାଇ ଅଛି ।

ଦେଶରେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୫୦୦ ପାର ହୋଇଯାଇଛି, ତେବେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବଢି ଯାଇ ୭୨ ହୋଇଯାଇଛି ।

ଯଦି ସଂକ୍ରମିତ ଲୋକଙ୍କ ସଂଖ୍ୟା ବିଷୟରେ କୁହା ଯାଏ ତେବେ ତିନି ଦିନରେ ୬୫୦ ଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି, ଦେଶରେ ବ୍ୟାପୁ ଥିବା ଏହି ସଂକ୍ରମଣ ର ଏହା ୪୦% ବଢିଯାଇଛି । କୋରୋନା ଭାରତରେ ସବୁଠାରୁ ଅଧିକ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଏହି ସବୁ ରାଜ୍ୟ ଠାରୁ ଆସିଛି, ତେବେ କରୋନା ଝାରଖଣ୍ଡକୁ ମଧ୍ୟ ନିଜ ଶିକାର ବନେଇଛି, ଆସାମରେ ଏହା ବ୍ୟାପୀ ନଥିଲା କିନ୍ତୁ ଏବେ ଆସାମ ରେ ମଧ୍ୟ ଏହା ବ୍ୟାପୀ ଗଲାଣି ।

ରାଜଧାନୀ ଦିଲ୍ଲୀ କଥା ଆପଣ ମାନେ ସମସ୍ତେ ବୁଝି ପାରୁଥିବେ ଏହା କରୋନା ଭାଇରସ ମୁଖ୍ୟ କେନ୍ଦ୍ର ହୋଇଯାଇଛି, ଏହାର ମୁଖ୍ୟ କାରଣ ମଧ୍ୟ ଆପଣମାନେ ସମସ୍ତେ ଜାଣିଥିବେ । ଏହି ଜାଗାରେ ୨୪ ଘଣ୍ଟା ରେ ୨୩ ନୂଆ ସଂକ୍ରମଣ ଖବର ଆସୁଛି, ଦିଲ୍ଲୀ ରେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨୦ ଠାରୁ ଅଧିକ ବଢି ଯାଇଛି, ସେଥିରୁ କେବଳ ୮ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି ।

ଦିଲ୍ଲୀ ରେ କରୋନା ସଂକ୍ରମଣ ବହୁତ ଶୀଘ୍ର ବଢି ପାରେ ଏହାର ଆଶଂକା କରା ଯାଉଛି, ତବଲିଗି ଜମାତ ରେ ୧୫୪୮ ଲୋକମାନଙ୍କ ମଧ୍ୟରୁ ରବିବାର ଓ ସୋମବାର ଭିତରେ ୪୪୧ ଲୋକଙ୍କୁ କରୋନା ଲକ୍ଷଣ ଦେଖା ଯାଇଛି ଯାହା ବହୁତ ଗମ୍ଭୀର ସ୍ଥିତି ଅଟେ । ତେଣୁ ଯଦି ଆପଣ ସତର୍କ ନ ରହିବେ ତେବେ ଏହା ଏମିତି ବଢିବ, ସେଥିପାଇଁ ଆପଣମାନେ ନିଜେ ସତର୍କ ରୁହନ୍ତୁ ଓ ନିଜ ଜୀବନ ବଞ୍ଚାନ୍ତୁ ।

Leave a Reply

Your email address will not be published. Required fields are marked *