ଭାରତରେ ୭୨ ଘଣ୍ଟାରେ କରୋନା ଭାଇରସ ଦ୍ଵାରା ତୃତୀୟ ମୃତ୍ୟୁ, ମରିବା ଲୋକଙ୍କ ମଧ୍ୟରେ ସାଧାରଣ ଅଟେ ଏହି କଥା

କରୋନା ସଂକ୍ରମଣ ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି, ମହାରାଷ୍ଟ୍ର ରେ ବୁଲଢାଣା ରେ କରୋନା ଭାଇରସ ଦ୍ଵାରା ସନ୍ଦିଗ୍ଧ ୭୧ ବର୍ଷ ରୋଗୀ ମୃତ୍ୟୁ ହବାର ଖବର ସାମ୍ନାକୁ ଆସିଛି । କୁହା ଯାଉଛି ଯେ ଏହି ଲୋକ ସାଉଦି ଆରବ ଯାତ୍ରା କରି ଫେରିଥିଲା, ଡକ୍ଟର କହିବା ଅନୁଯାଇ ବୃଦ୍ଧ ଲୋକଙ୍କୁ ଡାଇବେଟିଜ ଓ ହାଇପର ଟେନସନ ଥିଲା ଏବେ ମୃତକ ଶ୍ୟାମପଲ ନାଗପୁର ପଠା ଯାଇଛି, ଏପର୍ଯ୍ୟନ୍ତ କରୋନା ଦ୍ଵାରା ମୃତ୍ୟୁ ବୋଲି ସ୍ପଷ୍ଟ ହୋଇ ନାହିଁ ।

ଖବର ଅନୁଯାଇ ଭାରତରେ ମୃତ୍ୟୁ ହୋଇଥିବା ତିନି ଲୋକଙ୍କ ମଧ୍ୟରେ ଗୋଟେ କଥା କମନ ଥିଲା, ତିନି ଜଣଙ୍କୁ ଡାଇବେଟିଜ, ବିପି ଓ ହାଇପରଟେନସନ ରୋଗ ଆଗରୁଥିଲା ଓ ଏହି ତିନି ଜଣଙ୍କ ବୟସ ୬୫ ବର୍ଷ ଠାରୁ ଅଧିକ ଥିଲା ।

ଭାରତରେ କରୋନା ଦ୍ଵାରା ତିନୋଟି ଲୋକଙ୍କ ମୃତ୍ୟୁ :

ଖବର ଅନୁଯାଇ ଭାରତରେ ଏହି ବୃଦ୍ଧ ଲୋକଙ୍କୁ ମିଶାଇ ତିନି ଜଣଙ୍କ ମୃତ୍ୟୁ ହୋଇଛି, ପ୍ରଥମ ମୃତ୍ୟୁ ୧୨ ମାର୍ଚ୍ଚ କର୍ଣ୍ଣାଟକ ରେ ୭୬ ବର୍ଷ ବୁଢା ଲୋକର ହୋଇଥିଲା, ଏହା ପରେ ଦିଲ୍ଲୀ ରେ ରାମ ମନୋହର ଲୋହିୟା ହସ୍ପିଟଲରେ ଭର୍ତି ଥିବା ୬୫ ବର୍ଷର ମହିଳା ୧୩ ମାର୍ଚ୍ଚରେ ମୃତ୍ୟୁ ପାଇଥିଲେ ଓ ୭୨ ଘଣ୍ଟା ଭିତରେ ତୃତୀୟ ମୃତ୍ୟୁ ମହାରାଷ୍ଟ୍ର ରେ ବୁଲଢାଣା ରେ ହୋଇଥିଲା ।

ଭାରତରେ ୧୨୯ ଲୋକ କରୋନା ସଂକ୍ରମିତ :

ଭାରାତରେ କୋରୋନା ଭାଇରସ ସଂକ୍ରମଣ ଲଗାତାର ବଢିବାକୁ ଲାଗିଛି, ଏପର୍ଜନ୍ତ ୧୨୯ ଲୋକଙ୍କୁ କରୋନା ସଂକ୍ରମଣ ଅଛି ବୋଲି ଚିହ୍ନଟ କରା ଯାଇଛି, ଏଥିରେ ଇଟାଲୀର ୧୬ଟି ନାଗରିକ ମଧ୍ୟ ଅଛନ୍ତି । ଦିଲ୍ଲୀ ରେ ୬ଟି ଲୋକ, ହରିୟାଣା ରେ ୧୭ଟି ଲୋକ, କେରଳ ରେ ୨୨ଟି ଲୋକ, ରାଜସ୍ଥାନ ରେ ୩ଟି ଲୋକ, ତେଲେଙ୍ଗାନା ରେ ଗୋଟେ, ଉତ୍ତର ପ୍ରଦେଶ ରେ ୧୧ଟି ଲୋକଙ୍କୁ କୋରୋନା ଚିହ୍ନଟ କରା ଯାଇଛି ଏହା ବ୍ୟତୀତ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏହାର ସଂଖ୍ୟା ବଢି ଚାଲିଛି ।

ଲଦାକ ରେ ୩ଟି ଲୋକଙ୍କୁ କରୋନା ହୋଇଛି, ତାମିଲନାଡୁ ରେ ଗୋଟେ ଚିହ୍ନଟ ହୋଇଛି, ଜମ୍ମୁ କାଶ୍ମୀର ରେ ୨ଟି ଲୋକ, ପଞ୍ଜାବ ରେ ଗୋଟେ ଚିହ୍ନଟ, କର୍ଣ୍ଣାଟକରେ ୭ଟି ଚିହ୍ନଟ ଅଟେ, ଆନ୍ଧ୍ର ପ୍ରଦେଶ ରେ ଗୋଟେ ଲୋକ କରୋନା ଦ୍ଵାରା ସଂକ୍ରମିତ ହୋଇଛି । ପୁରା ଦୁନିଆରେ ୭୧୭୪ ଲୋକଙ୍କ କରୋନା ଦ୍ଵାରା ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *