ଭାରତର ଭାବି ରାଷ୍ଟ୍ରପତି Draupadi Murmuଙ୍କ ଗାଁ ରେ ନାହିଁ ବିଜୁଳି…. ଦେଖନ୍ତୁ ତାଙ୍କ ଗାଁ ବିଷୟରେ Special Report

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବିଜଳି ନ ଥିଲେ ଚାଲିବା ସମ୍ଭବ ନୁହେଁ । କାରଣ ବିନା ଲାଇଟ ରେ ହୁଏ ତ ଦିନରେ ଚାଲି ହୋଇଯିବ କିନ୍ତୁ ରାତିର ଅନ୍ଧକାର ଭିତରେ ଚାଲିବା ସମ୍ଭବ ନୁହେଁ । କିନ୍ତୁ ଏବେ ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁ ଠାରେ ଦୀର୍ଘ ୨୦ ବର୍ଷ ହେବ ବିଜୁଳି ନାହି । ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । ତେବେ ଗାଁ ଝିଅ ହେଲେ ରାଷ୍ଟ୍ରପତି ହେଲେ ଗାଁ କୁ ମିଳିବ ବିଜୁଳି । ଆଶା ବାନ୍ଧି ଅନ୍ଧାରେ ବସିଛନ୍ତି ଉପରବେଡା ବାସୀ । ଏ ଯାଏଁ ଭାବି ରାଷ୍ଟ୍ରପତି ଦ୍ରୌପଦୀ ଙ୍କ ଗାଁ ରେ ବିଜୁଳି ନାହି ।

ଇଏ ହେଉଛି ସେହି ଗାଁ ଯେଉଁ ଗାଁ ରେ ଜନ୍ମ ହୋଇଥିଲେ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାଁ ରେ ଆଜି ଖୁସି ର ମାହୋଲ ରହିଛି । ସମସ୍ତଙ୍କ ମୁହଁ ରେ ହସ ମଧ୍ୟ ରହିଛି । ମନରେ ଅସରନ୍ତି ଗର୍ବ ଭରି ରହିଛି । ଉପରବେଡା ଆଜି ଖିଲିଖିଲି ହସୁଛି ସତ କିନ୍ତୁ ରାତି ହେଲେ କିନ୍ତୁ ପୁଣି କାନ୍ଦିବ ଆଉ ନିଜକୁ କୋସିବ । କହିବ ମୋ ଝିଅ ରାଷ୍ଟ୍ରପତି ହେବାକୁ ଯାଉଛି ଅଥଚ ମୁଁ କିଟି କିଟି ଅନ୍ଧାରରେ ବଞ୍ଚୁଛି ।

ଝିଅ ରାଷ୍ଟ୍ରପତି ହେବା ପରେ ବୋଧ ହୁଏ ମୋତେ ମୋର ହକ ମିଳିବ । ମୋ ଛାତିରେ ବଢୁଥିବା ମଣିଷ ରାତିର ଆଲୁଅ ଦେଖିବ ସତରେ ଭାବି ରାଷ୍ଟ୍ରପତି ଙ୍କ ଗାଁ କୁ ଆଜି ଯାଏଁ ପହଞ୍ଚି ପାରି ନାହି ବିଜୁଳି । ଦୀର୍ଘ ୨୦ ବର୍ଷ ହେଲା ସଂଘର୍ଷ ଜାରି ରହିଛି । କେବଳ ପ୍ରତିଶ୍ରୁତି ଛାଡ ଆଉ କିଛି ମିଳୁ ନାହି ।

ଯେଉଁଠି ଭାବି ରାଷ୍ଟ୍ରପତି ଙ୍କ ଗାଁ କୁ ବିଜୁଳି ପହଞ୍ଚି ପାରି ନାହି ସେଠାରେ ବିକାଶ ଓ ଉନ୍ନତିର କଥା ପ୍ରୋଶ୍ଚାହନ କହିଲେ କିଛି ଭୁଲ ହେବ ନାହି । ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ଗାଁ ଲୋକଙ୍କର ଉଦାସ ମୁହଁ ଦେଖି ପାରିବେ । ସେମାନେ କିପରି ଆଶା ବାନ୍ଧିଛନ୍ତି ଗାଁ ର ଝିଅ ରାଷ୍ଟ୍ରପତି ହେଲେ ବୋଧ ବିଜୁଳି ଟିକେ ମିଳିବ ।

ସବୁଠାରୁ ବଡ କଥା ହେଉଛି ଏହି ଗାଁ ରେ ଏ ଯାଏଁ ବିଜୁଳି ନାହି । ଅନୁମାନ କରି ହେଉଛି ସେହି ଗାଁ ର ଲୋକ ମାନେ କିପରି ନିଜର ଜୀବନ ବ୍ଯତୀତ କରୁଛନ୍ତି । ତେବେ ଯଦି ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୁଅନ୍ତି ତେବେ ଗାଁ ଲୋକେ ବିଜୁଳି ଦେଖି ପାରିବେ ବୋଲି ଆଶା କରିଛନ୍ତି ।

ତେବେ ଭାରତର ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଗାଁ କୁ କେବେ ବିଜୁଳି ଆସିବ ତାହା ତ ସମୟ କହିବ । କିନ୍ତୁ ସେଠିକାର ଜନ ଜୀବନ କିପରି ସମୟ ବ୍ୟତିତ କରୁଛନ୍ତି ତାହା ସବୁଠାରୁ ଦୁଖଦ କଥା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *