Rashmirekha ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ବେଳକୁ 3 ମାସର ଗର୍ଭବତୀ ଥିଲେ ଅଭିନେତ୍ରୀ ରଶ୍ମି ! ଦେଖନ୍ତୁ କଣ ରହିଛି ଏହା ପଛର ସତ୍ୟ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଟଣକ ମୃତ୍ୟୁ ମାମଲାକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । କାରଣ ରଶ୍ମୀ ଆତ୍ମହତ୍ୟା କରୁଥିବା କଥା ପୋଲିସ କହୁଥିବା ବେଳେ ତାଙ୍କ ଘର ଲୋକେ ତାଙ୍କ ହତ୍ୟା କରା ଯାଇଛି ବୋଲି ଅଭିଯୋଗ କରିଛନ୍ତି । ରଶ୍ମିଙ୍କର ରାଜାଙ୍କ ସହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା କିନ୍ତୁ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ତେବେ ମୃତ୍ୟୁ ପୂର୍ବରୁର ରଶ୍ମୀ ସନ୍ତୋଷ ନାମକ ଯୁବଙ୍କ ସହ ଲିଭିଙ୍ଗରେ ରହୁଥିଲେ ଯାହା ସୂତ୍ରୁରୁ ଜଣା ପଡିଛି ।

ତେବେ ଦିନ ଯେତିକି ଗଡି ଗଡି ଯାଉଛି ଟେଲିଭିଜନ ଜଗରର ଅଭିନେତ୍ରୀ ରଶ୍ମିରେଖା ଓଝା ଙ୍କ ମୃତ୍ୟୁ ଘଟଣା ରେ ସେତିକି ନା ନୂଆ କଥା ସାମନାକୁ ଆସିବାରେ ଲାଗିଛି । ଏକ ବିଶ୍ଵସ୍ତ ସୂତ୍ର ରୁ ଜଣା ପଡିଛି କି ଅଭିନେତ୍ରୀ ରଶ୍ମୀ ୩ ମାସର ଗର୍ଭବତୀ ଥିବାର କୁହା ଯାଉଛି । ଯାହା କି ଘଟଣା କୁ ଭିନ୍ନ ମୋଡ ଦେଇଛି ।

ଆଉ ଏହି ଖବର ଜଣା ପଡିବା ପରେ ପୋଲିସକୁ ସହଯୋଗ କରୁଥିବା ରଶ୍ମୀ ଙ୍କ ପୁରୁଷ ବନ୍ଧୁ ସନ୍ତୋଷ ଫେରାର ହୋଇ ଯାଇଛି । ଯାହାକୁ ଧରିବା ପାଇଁ ନୟାପଲ୍ଲୀ ପୋଲିସ ୨ଟି ଟିମ ଗଠନ କରି ସାରିଛି । ଗତ ଶନିବାର ଦିନ ରଶ୍ମିଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ଦିନ ଶବ ବ୍ୟବଛେଦ ହୋଇଥିଲା । ଆଉ ବ୍ୟବଛେଦ ବେଳେ ଅଭିନେତ୍ରୀ ରଶ୍ମୀ ୧୨ ରୁ ୧୪ ସପ୍ତାହ ର ଗର୍ଭବତୀ ଥିଲେ ।

ଏହି ସମ୍ପର୍କରେ ଶବ ବ୍ୟବଛେଦ ରିପୋର୍ଟ ରେ ଉଲେଖ ରହିଛି । ତେବେ ଏହାକୁ ନେଇ ବଡ ପ୍ରଶ୍ନ ଉଠୁଛି । ଯଦି ରଶ୍ମୀ ଗର୍ଭବତୀ ଥିଲେ ତେବେ କାହିଁକି ଜୀବନ ହାରିଲେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ବ୍ୟବଛେଦ ରିପୋର୍ଟ ରେ ରଶ୍ମୀ ଗେଭବତୀ ଥିବା ବେଳେ ପୋଲିସ ର ସୂଚନା ଅନୁଯାୟୀ ୪୫ ଦିନ ସନ୍ତୋଷ ଓ ରଶ୍ମୀ ଉଭୟ କୋର୍ଟ ମ୍ୟାରେଜ କରିଥିଲେ ।

ତେବେ ଏହି କଥା ରୁ ସ୍ପଷ୍ଟ ଜଣା ପଡୁଛି ରଶ୍ମିରେଖା କୋର୍ଟ ମ୍ୟାରେଜ କରିବା ପୂର୍ବରୁ ଗର୍ଭବତୀ ଥିଲେ । ଆଉ ରଶ୍ମୀ ରେଖା ଗର୍ଭବତୀ ହେବା ପରେ ବୋଧ ହୁଏ ଜିଦି କରିଥିଲେ ରୀତିନୀତି ଅନୁଯାୟୀ ବାହା ହେବା ପାଇଁ । ସମସ୍ତଙ୍କ ସମୁଖରେ ସନ୍ତୋଷ ରଶ୍ମିରେଖା ଙ୍କ ମଥା ରେ ସିନ୍ଦୁର ହାତରେ ଶଙ୍ଖା ଭରିଥାନ୍ତେ । ବୋଧ ହୁଏ ଏହି ସବୁ କଥାରେ ପୁରୁଷ ବନ୍ଧୁ ସନ୍ତୋଷ ରାଜି ହୋଇ ନ ଥିଲେ ।

ପରବର୍ତ୍ତୀ ସମୟରେ ପୁରୁଷ ବନ୍ଧୁ ସନ୍ତୋଷ ଓ ଅଭିନେତ୍ରୀ ରଶ୍ମିରେଖା ଙ୍କ ମଧ୍ୟରେ ବୋଧ ହୁଏ ପାଟି ତୁଣ୍ଡ ହୋଇଥିଲା । ଆଉ ଏମିତି କିଛି କାରଣ ପାଇଁ ବୋଧ ହୁଏ ଅଭିନେତ୍ରୀ ରଶ୍ମିରେଖା ଜୀବନ ହାରିଥିବା କଥା ପୋଲିସ ସନ୍ଦେହ କରୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *