ଭଗବାନଙ୍କ ସାମ୍ନାରେ କାନ୍ଦିଲେ କଣ ହୋଇଥାଏ ? ଆପଣଙ୍କୁ ଜଣା ନଥିବ ଏହି ଚମତ୍କାର ବିଷୟରେ

ମେ ସମସ୍ତେ ଜାଣିଛୁ ଯେ ଭଗବାନ ଶ୍ରୀ କୃଷ୍ଣ ରାଧା-ରାଣୀଙ୍କୁ ପ୍ରେମ କରନ୍ତି । ରାଧାଙ୍କର ପ୍ରେମ ଅନାଧି ସମୟଧରି ଚାଲି ଆସିଛି । ଏବଂ ଏହି ସୁନ୍ଦର ବାଲ୍ୟଲୀଳା ଆମକୁ କେବଳ ଆନନ୍ଦ କରିଥାଏ । ଗୋଟିଏ ଥର ଭଗବାନ ଶ୍ରୀ କୃଷ୍ଣ ମାଟି ଖାଇଲେ । ସଖୀମାନେ କହିଲେ ମାତା ତୁମ ପୁତ୍ର ମାଟି ଖାଇଛନ୍ତି । ମଇୟା କହିଲେ କାହ୍ନା ତୁ କଣ ମାଟି ଖାଇଛୁ ?

କୃଷ୍ଣ କହିଲେ ନା ମାତା ମୁଁ ଖାଇନାହିଁ । ମାତା କହିଲେ ମୁଖ ଖୋଲ । କାହ୍ନା ମୂଖ ଖୋଲିଲେ ଯେତେବେଳେ ଏତେ ଛୋଟ ମୁଖରେ ପୁରା ବ୍ରମ୍ହାଣ୍ଡକୁ ଦେଖିବାକୁ ପାଇଲେ । ଏହି ଲୀଳା କଣ ପାଇଁ ? ଏଥିପାଇଁ କି ଭଗବାନଙ୍କ ଉପରେ କାହାର ସନ୍ଦେହ ନହେବ । ଭଗବାନଙ୍କର ଭଗବତା ଉପରେ କାହାର ସନ୍ଦେହ ନହେବ । ଏହା କି ଭଗବାନ ଯେ ଲହୁଣୀ ଚୋରୀ କରୁଛି ? କିନ୍ତୁ ଆପଣ ମାନେ ଜାଣନ୍ତି କି ଯଦି ଭଗବାନ ଲହୁଣୀ ଚୋରୀ କରିବାର ତାକତ ରଖୁଛନ୍ତି, ସେହିପରି ନିଜ ଛୋଟ ମୁଖରେ ପୁରା ବ୍ରହ୍ମାଣ୍ଡ ଦେଖାଇବାର କୌଶଳ ମଧ୍ୟ ରଖୁଛନ୍ତି । ସେ ପରମାତ୍ମା ଅଟନ୍ତି ତେଣୁ ତାଙ୍କ ଉପରେ ସନ୍ଦେହ କରିବା ଉଚିତ ନୁହେଁ ।

ଜଣେ ଶିଷ୍ୟ ନିଜ ଗୁରୁଙ୍କୁ ପ୍ରଶ୍ନ କଲେ,ହେ ଗୁରୁଦେବ ଏମିତି କେଉଁ ପୂଣ୍ୟ କରିଛନ୍ତି ମାତା ଯଶୋଧା ଏବଂ ନନ୍ଦଲାଲା । ଗୁରୁ କୁହନ୍ତି, ଯେଉଁ ପରମାତ୍ମାଙ୍କୁ କେହି ଦେଖି ନାହାନ୍ତି ଆଜି ସେ ଭଗବାନ ମାତା ଯଶୋଧାଙ୍କ କୋଳରେ ବସି କ୍ଷୀର ପାନ କରୁଅଛନ୍ତି । ଭଗବାନ ମାତା ଯଶୋଧାଙ୍କର କ୍ଷୀର କଣ ପାଇଁ ପାନ କରୁଛନ୍ତି ? କିଏ ମା ଯଶୋଧା ? ବନ୍ଧୁଗଣ ମାତା ଯଶୋଧା ପୂର୍ବ ଜନ୍ମରେ ଧରା ନାମକ ସ୍ତ୍ରୀ ଅଟନ୍ତି । ଧରା ଜଙ୍ଗଲରେ ଭଗବାନଙ୍କ ନାମ-କୀର୍ତ୍ତନ କରି ଘୂରି ବୁଲୁଥିଲେ । ସେ ନିଜର ସମ୍ପୂର୍ଣ ସମୟ ଭଗବାନଙ୍କ ନାମରେ ଲଗାଇଦେଲେ । କୌଣସି ସୁଖ ଚାହିଁଲେନି ସଂସାରର ।

କୌଣସି ସୁଖର କାମନା ମଧ୍ୟ କରିଲେ ନାହିଁ । ଜଣେ ବ୍ୟକ୍ତି ଏମିତି ମଧ୍ୟ ଅଛନ୍ତି ଯାହାକି ନିଜର ସୁଖର କାମନା କରିଥାନ୍ତି । ମାତ୍ର ତାଙ୍କୁ ମିଳିନଥାଏ । ଯେପରିକି, ଜଣେ ସାଧୁ ସ୍ତ୍ରୀଙ୍କର କାମନା କରିନଥାଏ । ସେହିଭଳି ଜଣେ ବ୍ୟକ୍ତି ଭଗବାନଙ୍କ ପାଖରେ କାନ୍ଧିଥାଏ ଯେ ତାହାର ବିବାହ ହେଉନାହିଁ । ଏ ଉଭୟଙ୍କ ପାଖରେ ସ୍ତ୍ରୀ ନାହିଁ । ଉଭୟ ସମାନ ବୟସର ଅଟନ୍ତି ମାତ୍ର ସାଧୁଙ୍କୁ ଲୋଡା ନାହିଁ କିନ୍ତୁ ଆର ବ୍ୟକ୍ତି ଜଣକ ଚାହୁଁଛି ମାତ୍ର ତାକୁ ମିଳୁନାହିଁ । ଏହାର ମାନେ ବ୍ୟକ୍ତି ଜଣକ ମନରେ ଆଶା ଅଛି କିନ୍ତୁ ତାକୁ ମିଳୁନାହିଁ । କିନ୍ତୁ ସାଧୁ ଜଣକଙ୍କ ମନରେ ସ୍ତ୍ରୀର କାମନା ହିଁ ନାହିଁ ।

ତେଣୁ ଆପଣଙ୍କ ଜୀବନରେ ଯେଉଁ ଜିନିଷର ଅଭାବ ଅଛି, ସେହି ଜାଗାରେ ଭଗବାନଙ୍କର ଭାବ ରଖନ୍ତୁ । ଯାହା ଆପଣଙ୍କୁ ମିଳିନାହିଁ ତାହା ନମିଳିବା ଆପଣଙ୍କ ପାଇଁ ଭଲ ଥିଲା ତେଣୁ ବିଧାତା ଆପଣଙ୍କୁ ଦେଇନାହାନ୍ତି । ତେଣୁ ଈଶ୍ବରଙ୍କ ଭଜନ କରନ୍ତୁ ନିଜର ମନ ଭୋଗରେ ଲଗାନ୍ତୁ ନାହିଁ । ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *