ଭଗବାନ କୃଷ୍ଣଙ୍କ ମିତ୍ର ହୋଇ ମଧ୍ୟ ସୁଦାମ କାହିଁକି ନିର୍ଧନ ଥିଲେ ? Krishna Vani

ଯେବେ ବନ୍ଧୁତାକୁ ନେଇ ପ୍ରଶ୍ନ ଉଠିଥାଏ ତେବେ ଭଗବାନ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ନାମ ଉଠିଥାଏ । ଦୁହିଙ୍କର ବନ୍ଧୁତାକୁ ନେଇ ଅନେକ ପୌରାଣିକ କଥା ରହିଛି । ଦୁହେଁ ଗୋଟିଏ ଆଶ୍ରମରେ ଶିକ୍ଷା ଲାଭ କରିଥିଲେ ମଧ୍ୟ ଭଗବାନ କୃଷ୍ଣ ଧନୀ ହୋଇଥିଲେ ଓ ସୁଦାମା ଗରିବ ଭଳି ଜୀବନ ବିତାଉଥିଲେ । ଏହା ପଛରେ କଣ ରହିଛି କାହାଣୀ ଆସନ୍ତୁ ଜାଣିବା । ଏହି କଥା ପଛରେ ଏକ ପୌରାଣିକ କଥା ରହିଛି । ଏହି କଥା ସେହି ସମୟ ଯେବେ ଭଗବାନ କୃଷ୍ଣ ଗୁରୁ ସନ୍ଦିପାନିଙ୍କ ଆଶ୍ରମରେ ଶିକ୍ଷା ନେଉଥିଲେ । ସେହି ଆଶ୍ରମ ପାଖ ଗାଁ ରେ ଜେଣ ଗରିବ ମହିଳା ଭିକ ମାଗି ନିଜର ଜୀବିକା ନିର୍ବାହ କରୁଥିଲେ ।

କିନ୍ତୁ ଗୋଟେ ଦିନ ସେହି ବୃଦ୍ଧ ମହିଳାଙ୍କୁ ଦୀର୍ଘ ୫ ଦିନ ଧରି କେଉଁଠାରୁ ଭିକ ମିଳିଲା ନାହି । କିନ୍ତୁ ସେହି ବୃଦ୍ଧ ମହିଳା ହାର ନ ମାନି ପାଣି ପିଇ ନିଜର ଗୁଜାରା କରୁଥିଲେ । କିନ୍ତୁ ଷଷ୍ଠ ଦିନ ତାଙ୍କୁ ଭିକରେ କିଛି ଚଣା ମିଳିବା ପରେ ସେ ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଜଣାଇଥିଲେ ।

ଏହା ପରେ ବୃଦ୍ଧ ମହିଳା ଗୋଟେ ପୁଟୁଳିରେ ସେହି ଚଣାକୁ ସକାଳେ ଭୋଗ ଲଗାଇ ଖାଇବ ବୋଲି ଚିନ୍ତା କରି ରାତିରେ ଶୋଇ ପଡିଲେ । କିନ୍ତୁ କିଛି ଚୋରା ଆସି ସେହି ପୁଟୁଳିକୁ ଚୋରୀ କରିନେଲେ । ଚୋରା ଏମାନେ ଭାବିଲେ କି ସେହି ପୁଟୁଳିରେ କିଛି ମୂଲ୍ୟବାନ ଜିନିଷ ରହିଛି ଯାହା ପାଇଁ ବୃଦ୍ଧ ମହିଳା ନିଜ ପାଖରେ ରଖି ଶୋଇଛି ।

ଚୋର ମାନେ ଗୁରୁ ସନ୍ଦିପନିଙ୍କ ଆଶ୍ରମରେ ଲୁଚିଗଲେ ଯେଉଁଠାରେ ଭଗବାନ କୃଷ୍ଣ ଓ ସୁଦାମା ଶିକ୍ଷା ଲାଭ କରୁଥିଲେ । ଚୋରା ମାନେ ଲୁଚିଥିବ ସମୟରେ ସେଠାରେ ଗୁରୁ ସନ୍ଦିପନିଙ୍କ ସ୍ତ୍ରୀ ସେଠାରୁ ଆସିବାରୁ ପୁଟୁଳିକୁ ତଳେ ପକାଇ ଚୋର ମାନେ ସେଠାରୁ ପଳାୟନ କରିଥିଲେ । ଯେତେବେଳେ ଗୁରୁଙ୍କ ସ୍ତ୍ରୀ ପୁଟୁଳି ଖୋଲି ଦେଖିଥିଲେ ସେଥିରେ କିଛି ଚଣା ରହିଛି ।

ଏହା ପରେ ସେ ପୁଟୁଳିରେ ଥିବା ଚଣାକୁ ଭଗବାନ କୃଷ୍ଣ ଓ ସୁଦାମାଙ୍କୁ ଦେଇଥିଲେ । ଏହା ପରେ ବୃଦ୍ଧ ମହିଳା ନିଦାରୁ ଉଠି ଦେଖିଲେ କି ସେ ପୁଟୁଳି ନାହି ଯାହା ପାଇଁ ସେ ଯେଉଁ ବ୍ୟକ୍ତି ତନକର ଖାଦ୍ଯ ଚୋରୀ ଅରିଛି ତାକୁ ଅଭିଶାପ ଦେଲେ କି ସେ ମଧ୍ୟ ଜୀବନ ସାରା ତାଙ୍କ ଭଳି ଦରିଦ୍ରତା ଜୀବନ ବିତାଇବ ଯାହାର ଆଭାସ ସୁଦାମା ପାଇ ସାରିଥିଲେ ।

ସୁଦାମା ଓ ଭଗବାନ କୃଷ୍ଣ ବନରେ ଥିବା ସମୟରେ ବର୍ଷା ହେବା ଯୋଗୁ ଦୁହିଙ୍କୁ ବହୁତ ଜୋରରେ ଭୋକ ଲାଗିଲା । ଏହା ପରେ କୃଷ୍ଣ ସୁଦାମାଙ୍କୁ ଚଣା ଥିବା ପୁଟୁଳି ମାଗିଥିଲେ କିନ୍ତୁ ସୁଦାମା ନିଜେ ଚଣା ଖାଇ ସେ ପୁଟୁଳି କେଉଁଠି ପଡି ଯାଇଛି ବୋଲି ଉତ୍ତର ଦେଇଥିଲେ । କାରଣ ସୁଦାମା ନିଜ ମିତ୍ରକୁ ଦରିଦ୍ର ଭାବେ ଦେଖିବାକୁ ଚାହୁଁ ନ ଥିଲେ ।

ଏହି କାରଣରୁ ସେ ନିଜେ ସେ ଅଭିଶପ୍ତ ଚଣା ଖାଇଥିଲେ ଯାହା ପାଇଁ ସେ ସାରା ଜୀବନ ଦରିଦ୍ରତା ସହ ରହିଥିଲେ । ଏହିଭଳି ଭାବେ ସୁଦାମା ନିଜ ବନ୍ଧୁତାର କର୍ତ୍ତବ୍ୟ ନିଭାଇଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *