ଭଗବାନ ଭୋଳାନାଥଙ୍କର ମହାଭକ୍ତ ଅଟେ ଏହି ନାଗ, ୧୫ ବର୍ଷ ହେବ ପ୍ରତିଦିନ ଏହି ମନ୍ଦିର ରେ କରିଆସୁଛି ପୂଜା !

ହିନ୍ଦୁ ଧର୍ମ ଲୋକ ଆସ୍ଥା ଉପରେ ବହୁତ ବିଶ୍ଵାସ କରନ୍ତି, ତେବେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ସବୁଠାରୁ ଅଧିକ ପୂଜା ଦେବୀ ଦେବତାଙ୍କର ଏହି ଧର୍ମ ରେ ହୋଇଥାଏ । ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ମାନ୍ୟତା ଅନୁଯାଇ ୩୩କୋଟି ଦେବୀ ଦେବତା ହୋଇଥାନ୍ତି । ଅଲଗା ଅଲଗା ଦେବୀ ଦେବତାଙ୍କ ପୂଜା ଅଲଗା ଅଲଗା ଜାଗା ରେ ହୋଇଥାଏ କିନ୍ତୁ ଏମିତି କିଛି ଦେବୀ ଦେବତା ଅଛନ୍ତି ଯାହା ପୂଜା କେବଳ ଦେଶ ରେ ନୁହଁ ବିଦେଶ ରେ ମଧ୍ୟ ହୋଇଥାଏ । ଏହି ସବୁ ଭଗବାନ ମଧ୍ୟରେ ଶିବ ଭଗବାନକୁ ଲୋକ ବହୁତ ମାନନ୍ତି, ଭଗବାନ ଶିବ ତ୍ରିଦେବଙ୍କ ମଧ୍ୟରୁ ଗୋଟେ ଅଟନ୍ତି ।

ଭଗବାନ ଶିବଙ୍କର ବହୁତ ନାମ ଅଟେ, ଭଗବାନ ଶିବଙ୍କୁ ଶଙ୍କର, ମହାଦେବ, ଜଟାଧାରୀ, ତ୍ରିକାଲ, ଭୋଲେନାଥ ଇତ୍ୟାଦି ନାମ ଅଟେ । ଶିବ ଭଗବାନ ନିଜ ସବୁ ଭକ୍ତ କଥା ଶୁଣନ୍ତି, ତେବେ ସେ ମଣିଷ ହେଉ ବା ଜୀବ ଜନ୍ତୁ । ଭଗବାନ ଶିବଙ୍କ ମହିମା ଅପାରମ୍ପାର ଅଟେ, ଭଗବାନ ଶିବ ସବୁବେଳେ ନିଜ ବେକ ରେ ସର୍ପ ଧାରଣ କରିଥାନ୍ତି, ଜୀବ ଜନ୍ତୁ ପ୍ରତି ଭଗବାନ ଶିବଙ୍କ ପ୍ରେମ ଏହି ଭଳି ଦେଖିବାକୁ ପ୍ରାପ୍ତ ହୋଇଥାଏ । ତେବେ ଭଗବାନ ଶିବଙ୍କ ବହୁତ ମନ୍ଦିର ପ୍ରସିଦ୍ଧ ଅଟେ କିନ୍ତୁ କିଛି ମନ୍ଦିର ନିଜ ବିଶେଷତା ପାଇଁ ପ୍ରସିଦ୍ଧ ଅଟନ୍ତି ।

ତେବେ ଆସନ୍ତୁ ଭଗବାନ ଶିବଙ୍କ ଏମିତି ଏକ ମନ୍ଦିର ବିଷୟରେ ଜାଣିବା ଯାହା ନିଜ ଅଦ୍ଭୁତ କାମ ପାଇଁ ଚର୍ଚା ର ବିଷୟ ହୋଇଛି । ପ୍ରାୟତଃ ଆପଣ ଲୋକଙ୍କୁ ମନ୍ଦିରରେ ପୂଜା କରୁଥିବାର ଦେଖିଥିବେ କିନ୍ତୁ କଣ କେବେ କୌଣସି ମନ୍ଦିର ରେ ସାପକୁ ଭଗବାନଙ୍କ ପୂଜା କରିବାର ଦେଖିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ନାଗ ସାପ ବିଷୟରେ କହିବାକୁ ଯାଉଛୁ ଯିଏ ଶିବଙ୍କ ମନ୍ଦିର ରେ ଆସି ଭଗବାନଙ୍କ ଆରାଧନା କରି ଫେରି ଯାଉଛି, ତେବେ ଏହି ଅଦ୍ଭୁତ ମନ୍ଦିର ଉତ୍ତର ପ୍ରଦେଶ ଆଗ୍ରା ଜିଲା ରେ ଅଟେ ଏହି ଗାଁ ନାମ ସଲେମାବାଦ ଅଟେ ।

ଏହି ମନ୍ଦିର ବହୁତ ପୁରୁଣା ଅଟେ ଏବଂ ସ୍ଥାନୀୟ ଲୋକଙ୍କ କଥା ଅନୁଯାଇ ଗତ ୧୫ ବର୍ଷ ଧରି ଏହି ମନ୍ଦିର ରେ ପ୍ରତିଦିନ ଗୋଟେ ନାଗ ସାପ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଆସିଥାଏ ଏବଂ ଏହି ସାପ କୌଣସି ଭକ୍ତକୁ ହାନି କରି ନଥାଏ । ଏହି ମନ୍ଦିରରେ ବହୁତ ଦୂର ଦୂର ବାଟରୁ ଲୋକ ପୂଜା କରିବା ପାଇଁ ଆସନ୍ତି ତେବେ ଲୋକଙ୍କ କହିବା ଅନୁଯାଇ ପ୍ରତିଦିନ ଏହି ନାଗ ସାପ ପ୍ରାୟତଃ ୫ଘଣ୍ଟା ଏଠାରେ ଆରାଧନା କରିଥାଏ ଏବଂ ଏହା ପରେ ଫେରି ଯାଇଥାଏ । ତେବେ ସାପ ସାକାଳେ ୧୦ଟା ରେ ଆସିଥାଏ ଯାହା ପରେ ମନ୍ଦିର କବାଟ ବନ୍ଦ କରା ଯାଏ ଏବଂ ୩ଟା ରେ ଖୋଲା ଯାଏ ଯାହା ପରେ ସାପ ବାହାରକୁ ଫେରି ଯାଇଥାଏ, ତେବେ ଏହା କୌଣସି ଚମତ୍କାର ଠାରୁ କମ ନୁହ ।

Leave a Reply

Your email address will not be published. Required fields are marked *