ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 8 ଟି ଭୁଲ ମଣିଷକୁ ନିର୍ଧନ ବନେଇ ଦିଏ- Vastu tips

ମାନ୍ୟତା ଅଛି ମା ଲକ୍ଷ୍ମୀ କେବେ ବି ସ୍ଥିର ହୋଇ ଗୋଟେ ସ୍ଥାନରେ ରୁହନ୍ତି ନାହିଁ । ଏଥିପାଇଁ ମା ଙ୍କୁ ପ୍ରସନ୍ନ ରଖିବା ଜରୁରୀ ହୋଇଥାଏ । ଯେଉଁ ଠାରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ ତାହା ଗରିବୀର କାରଣ ହୋଇଥାଏ । ଯାହା ଆଜିର ସମୟରେ ମଣିଷର ବଡ ଦୁଃଖର କାରଣ ଅଟେ । ମଣିଷ ବେଳେବେଳେ ଏମିତି କିଛି ଭୁଲ କରିଥାଏ ଯାହା ପାଇଁ ଘରେ ଅସାନ୍ତି ଦେଖାଯିବା ସହ ଧନର ଅଭାବ ଦେଖାଯାଏ । ଓ ମା ଲକ୍ଷ୍ମୀ ଗୃହରୁ ଚାଲି ଯାଇଥାନ୍ତି । ଆଜି ଆମେ ଜାଣିବା ସେହି ଭୁଲ ବିଷୟରେ ଯାହା ଦ୍ଵାରା ଗରିବୀ ଆସିଥାଏ ।

1- ଭଗବାନ କୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତି ଭୋଜନ କରିବା ପରେ ଅଇଁଠା ଛାଡିଥାଏ ବା ଖାଦ୍ୟ ପିଙ୍ଗିଥାଏ ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଓ ଏହା ବ୍ଯକ୍ତିର ଗରିବ ଆସିବାର ମୁଖ୍ୟ କାରଣ ହୋଇଥାଏ ।

2- ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାଇବା ଉଚିତ ନୁହେଁ । ଏମିତି କରିବା ଅଶୁଭ ମାନାଯାଏ । ଏହା ଦ୍ଵାରା ଘରୁ ଖୁସି ଚାଲିଯାଏ । ଜୋଟା ଚପଲ ଓଲଟା ପଡିଲେ ବା ଏଣେତେଣେ ପଡିବା ଠିକ ନୁହେଁ ।

3- କ୍ଷୀର ଉତୁରି ତଳେ ପଡିବା ଶୁଭ ଅଟେ । କିନ୍ତୁ ପ୍ରତିଦିନ କ୍ଷୀର ଉତୁରିବା ଅଶୁଭ ସଂକେତ ଦେଇଥାଏ । ଯଦି ଘରେ ଏମିତି ହେଉଥାଏ ତେବେ ଅସୁବିଧା ଆସିଥାଏ ଓ ଆର୍ଥିକ ସମସ୍ଯା ଆସିଥାଏ ।

4- ଯେଉଁ ବ୍ୟକ୍ତି ତୁଳସୀ ଗଛରେ ପାଣି ଅର୍ପଣ କରନ୍ତି ସେମାନେ ଧ୍ୟାନ ରଖନ୍ତୁ ରବିବାର ଦିନ ତୁଳସୀ ଗଛରେ ପାଣି ଦେବା ଅନୁଚିତ । ଏହା ସହ ତୁଳସୀ ଗଛର ଆଖପାଖ ସଫା ସୁତୁରା ରଖିବା ଉଚିତ । ନଚେତ ଘରେ କଳହ ଲାଗି ରୁହେ ।

5- ସକାଳୁ ଉଠି କେବେ ବି କାହା ସହ ଝଗଡା କରିବା ଉଚିତ ନୁହେଁ । ଏହା ଦ୍ଵାରା ପରିବେଶରେ ନେଗେଟିଭ ଶକ୍ତି ବଢିଥାଏ । ସକାଳୁ ଉଠି ବିନା ବ୍ରସ ରେ ଚାହା ବା ଜଳଖିଆ କରିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

6- ଅନେକ ଲୋକ ବାଥରୁମ ସଫା ରଖନ୍ତି ନାହିଁ । ଏଭି ଅଭ୍ୟାସକୁ ଶାସ୍ତ୍ରରେ ବାର ଅଣ କରାଯାଇଛି । ବାଥରୁମ ଅପରିଷ୍କାର ରଖିଲେ ଚନ୍ଦ୍ରମାଙ୍କ ଖରାପ ଦ୍ରୁଷ୍ଟି ପଡିଥାଏ । ଯେଉଁ କାରଣରୁ ଆର୍ଥିକ କ୍ଷତି ହୋଇଥାଏ ।

7- ମହିଳା ମାନେ ରାତିରେ ଅଇଁଠା ବାସନ ପକାଇ ରଖିବା ଅନୁଚିତ । ଏହା ଦ୍ଵାରା ଶନିଙ୍କ କ-ପ୍ରଭାବ ପଡିଥାଏ ।

8- ଘର ସହ ଶେଯ ର ମଧ୍ୟ ସଫା ରଖିବା ଉଚିତ । ଘରର ଆଖପାଖରେ ଛେପ ପକାଇବା ଦ୍ଵାରା ଗରିବୀ ଆସିଥାଏ । ଏହା ଛଡା କୌଣସି କାମରେ ବାଧା ଆସୁଛି ବା ନେଗେଟିଭ ଊର୍ଜା ଅନୁଭବ ହେଉଛି ତେବେ ସ୍ପଟିକ ର ପାଉଡର ପ୍ରସ୍ତୁତ କରି ଧଳା କପଡା ରେ ବାନ୍ଧି 8ଟି ଗଣ୍ଠି ପକାନ୍ତୁ । ଏହାକୁ ଘରର ମୁଖ୍ୟଦ୍ଵାରରେ ଟାଙ୍ଗିବା ଦ୍ଵାରା ସବୁ ସମସ୍ଯା ଦୂର ହୁଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *