‘ଭଗବତ ଗୀତା’ ରେ କଳିଯୁଗ ର ୫ ଟି ସତ୍ୟ- Sri Krishna

ବନ୍ଧୁଗଣ, ମହାଭାରତ କେବଳ ହିନ୍ଧୁ ମାନଙ୍କର ନୁହେଁ, ଏହା ସମଗ୍ର ମାନବ ଜାତିର ଗ୍ରନ୍ଥ ଅଟେ । ଦର୍ଶକବନ୍ଧୁ ପ୍ରତ୍ୟକ ମନୁଷ୍ୟ କୁ ଏହାକୁ ପଢିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହାଭାରତ ପ୍ରସଙ୍ଗରେ ଏଭଳି କଥା କହିବାକୁ ଯାଉଅଛୁ, ଯାହା ଦ୍ଵାରା ମନୁଷ୍ୟ ଅନେକ କିଛି ଶିଖି ପାରିବ । ବନ୍ଧୁଗଣ ଏହି ବିଷୟ ଟି ସେହି ଦିନର ଅଟେ, ଯେବେ ପାଣ୍ଡବ ମାନଙ୍କୁ ବନବାସ କରିବାକୁ ହୋଇଥିଲା । ବନବାସ ଯିବା ପୂର୍ବରୁ ପାଣ୍ଡବ ମାନେ ଶ୍ରୀ କୃଷ୍ଣ ଙ୍କୁ ପଚାରିଥିଲେ,- ହେ’ ଶ୍ରୀ କୃଷ୍ଣ ଏବେ ଏହା ଦ୍ଵାପର ର ଅନ୍ତକାଳ ଚାଲୁଅଛି ।

ଆପଣ ଆମ୍ଭ ମାନଙ୍କୁ କୁହନ୍ତୁ ଯେ, ଆସୁଥିବା କଳିଯୁଗର ସ୍ଥିତି କିଭଳି ହେବ ? ଶ୍ରୀ କୃଷ୍ଣ କୁହନ୍ତି,- ମୁଁ ତୁମ୍ଭ ମାନଙ୍କୁ ଏହାର ସିଧାସଳଖ ଉତ୍ତର ତ ଦେଇପାରିବି ନାହିଁ, ତୁମ୍ଭେ ୫ ଭାଇ ବନକୁ ଜାଅ, ଏବଂ ଯାହା କିଛି ଦେଖିବା ତାହା ଆସି ମତେ ଜଣାଇବ । ମୁଁ ତୁମ୍ଭ ମାନଙ୍କୁ ସେହି ଦୃଶ୍ୟର ପ୍ରଭାବ କଳିଯୁଗରେ କଣ ଅଟେ ତାହା ଦର୍ଶାଇବି । ଏହାପରେ ୫ ଭାଇ ବନକୁ ଚାଲିଗଲେ । ବନରେ ଯାହା ଦେଖିଲେ, ତାକୁ ଦେଖି ଆଚମ୍ବିତ ହୋଇଗଲେ । ଆସନ୍ତୁ ଏବେ ଜାଣିବା ୫ ପାଣ୍ଡବ ବନ ରେ କଣ ଦେଖିଲେ ? ଏବଂ ଉତ୍ତର ସ୍ଵୋରୂପ ବ ଭଗବାନ ଶ୍ରୀ କୃଷ୍ଣ ସେମାନଙ୍କୁ କଣ କହିଲେ ?

୧- ‘ଯୁଧିଷ୍ଠିର’ ;- କହିଲେ, ଯେ ହେ’ ପ୍ରଭୁ ମୁଁ ସର୍ବ ପ୍ରଥମେ ୨ ଟି ଶୁଣ୍ଢ ଥିବା ହାତୀକୁ ଦେଖିଲି । ଏହା ମୋ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ ବିଷୟ ଅଟେ । ଏହାର ଉତ୍ତର ସ୍ଵୋରୂପ ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେ କଳିଯୁଗ ରେ ଏହିଭଳି ବ୍ୟକ୍ତି ବିଶେଷଙ୍କ ରାଜୁତି ଚାଲିବ । ଏମାନେ ଦୁଇ ଆଡୁ ଶୋଷଣ କରିବେ କହିବେ ଗୋଟିଏ କଥା ମାତ୍ର କର୍ମ କରିବେ ଆଉ ଗୋଟିଏ । କଳିଯୁଗରେ ଏହିଭଳି କିଛି ଲୋକଙ୍କ ସମାଗମ ହେବ ।

୨- ‘ଅର୍ଜୁନ’ ;- କୁହନ୍ତି ମୁଁ ଯାହା ଦେଖିଲି ତାହା ଏହାଠୁ ଅଧିକ ଆଶ୍ଚର୍ଯ୍ୟ ଜନକ ଅଟେ । ମୁଁ ଦେଖିଲି ଯେ ଗୋଟିଏ ପକ୍ଷୀ ର ପର ମାନଙ୍କରେ ବେଦ ଲେଖାଅଛି । ସେହି ପକ୍ଷୀଟି ମୃତ ମନୁଷ୍ୟର ମାଂସ ଖାଉଥିଲା । ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ କୁହନ୍ତି ଯେ, କଳିଯୁଗରେ ଏହିଭଳି ବ୍ୟକ୍ତି ରହିବେ ଯେ କି ବହୁତ ଜ୍ଞାନୀ ନାମରେ ପରିଚିତ ଥିବେ, ମାତ୍ର ସେମାନଙ୍କର ଆଚରଣ ରାକ୍ଷାସ ପ୍ରକୃତି ର ପରିଲକ୍ଷିତ ହେବ ।

୩- ‘ଭୀମ’ ;- ନିଜର ଅନୁଭବ ପ୍ରକାଶ କରି କୁହନ୍ତି ଯେ, ଗାଈ ନିଜ ବାଛୁରି କୁ ଏଭଳି ଚାଟୁଅଛି ଯେ ସେହି ବାଛୁରି ଟି ସଂପୂର୍ଣ୍ଣ ରକ୍ତାକ୍ତ ହୋଇଯାଉଛି । ଭଗବାନ ଉତ୍ତର ସ୍ଵୋରୂପ କୁହନ୍ତି ଯେ, କଳିଯୁଗର ମନୁଷ୍ୟ ଶିଶୁପାଳ ହୋଇଯିବ । କଳିଯୁଗରେ ମା ମାନଙ୍କର ନିଜ ସନ୍ତାନ କୁ ନେଇ ମମତା ଏଭଳି ପରିପୂର୍ଣ୍ଣ ହୋଇଯିବ ଯେ ତାଙ୍କୁ ସେମାନଙ୍କର ବିକାଶ ର ଅବସର ମିଳିବ ନାହିଁ । ମୋହ ମାୟାରେ ସେମାନଙ୍କ ଘର ବର୍ବାଦ ହୋଇଯାଏ ।

୪- ‘ସହଦେବ’ ;- ଭଗବାନ ଙ୍କୁ ପଚାରିଲେ, ହେ’ ଶ୍ରୀ କୃଷ୍ଣ ମୁଁ ଦେଖିଲି ଯେ, ୫, ୭ ବଡ କୂପ ମଧ୍ୟରେ ଏକ ଗଭୀର କୂପ ସଂପୂର୍ଣ୍ଣ ଖାଲି ଅଛି । ଯାହାକି ଏଭଳି ସମ୍ଭବ ଆଦୌ ଅଟେ ନାହିଁ । ଶ୍ରୀ କୃଷ୍ଣ ଉତ୍ତର ସ୍ଵୋରୂପ କୁହନ୍ତି ଯେ, କଳି ଯୁଗରେ ମନୁଷ୍ୟ ଅଧିକାଂଶ ଛୋଟ ବଡ ଉଶ୍ଚବ ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦେବେ । ମାତ୍ର ପଡୋଶୀ ରେ ଯଦି କେହି ଭୋକ ଶୋଷ ରେ ମରୁଥିବ, ତାହା କେହି ଦେଖିବେ ନାହିଁ । ତାଙ୍କର ପେଟ ପୂର୍ଣ୍ଣ ଅଛି କି ନାହିଁ । ତାଙ୍କର ଅତି ଆପଣାର ଲୋକ ଭୋକରେ ପ୍ରାଣ ତ୍ୟାଗ କରୁଥିବେ । ମାତ୍ର ସେମାନେ କେବଳ ତାହାକୁ ଦେଖି ଆନନ୍ଦ ନେଉଥିବେ । କହିବାର ତାର୍ପଜ୍ୟ ଏହା ଅଟେ କି କଳିଯୁଗରେ ଅନ୍ନ ଭଣ୍ଡାର ତ ଥିବ ମାତ୍ର ଲୋକେ ଭୋକରେ ମରିଯିବେ ।

୫- ‘ନକୁଳ’ ;- କୁହନ୍ତି ଭଗବାନ ମୁଁ ଦେଖିଲି ଯେ, ଏକ ବିଶାଳ ଚଟାଣ ଖଣ୍ଡ ପର୍ବତ ରୁ ପଡୁଅଛି କିନ୍ତୁ ବଡରୁ ବଡ ବୃକ୍ଷ ମଧ୍ୟ ତାକୁ ଅଟକାଇବାରେ ସକ୍ଷମ ହେଉନାହିଁ । ମାତ୍ର ସେହି ସମୟରେ ଏକ ଛୋଟ ବୃକ୍ଷ ରେ ଟକ୍କର ହେଇ ଅଟକି ଯାଉଅଛି । ଏଭଳି କେମିତି ହେଲା ? ପ୍ରଭୁ ଶ୍ରୀ କୃଷ୍ଣ ଉତ୍ତର ଦିଅନ୍ତି ଯେ, କଳିଯୁଗରେ ମନୁଷ୍ୟର ବୁଦ୍ଧି ଛିର ହୋଇଯିବ । ଏବଂ ତାଙ୍କର ଜୀବନର ପତନ ଘଟିବ । ସେହି ପତନକୁ ଧନ ତଥା ବଡରୁ ବଡ ସତ୍ତା ରୂପି ବୃକ୍ଷ ମଧ୍ୟ ରକ୍ଷା କରିପାରିବ ନାହିଁ । ପରନ୍ତୁ ହଋ ନାମ ର ଛୋଟ ଶବ୍ଦଟିକୁ ଉଚ୍ଚାରଣ କରିବା ଦ୍ଵାରା ମନୁଷ୍ୟ ଜୀବନର ପତନ ରୋକି ଯାଇପାରିବ । ଶ୍ରୀ କୃଷ୍ଣ କହିଲେ, ଯେ କଳିଯୁଗରେ ହଋ ନାମ ହିଁ ଏକ ମାତ୍ର ମୋକ୍ଷର କାରଣ ହେବ । ବନ୍ଧୁଗଣ ଏହି ବିବରଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *