ସୁଖୀ ବୈବାହିକ ଜୀବନ ପାଇଁ ଦ୍ରୌପଦୀ କହିଥିଲେ ଏହି ସୂତ୍ର 

ମହା ଭାରତରେ ଦ୍ରୌପଦୀଙ୍କ ବିବାହ ଅର୍ଜୁନଙ୍କ ସହିତ ହୋଇଥିଲା କିନ୍ତୁ ମାର ଆଦେଶକୁ ଟାଳି ପାରି ନଥିଲେ ଓ ଦ୍ରୌପଦୀଙ୍କୁ ନିଜର ପତ୍ନୀ ଭାବେ ସ୍ଵୀକାର କରିଥିଲେ । ବେଦଭ୍ୟାସ ଏହି ବିବାହ ସହିତ ଜଡିତ କିଛି ନିର୍ଧାରିତ କରିଥିଲେ । ଯାହାର ପାଳନ କରିବା ଦ୍ରୌପଦୀ ସମେତ ପାଞ୍ଚ ପାଣ୍ଡବ ପାଇଁ ପାଇଁ ଅନିବାର୍ଯ୍ୟ ଥିଲା ।ବନବାସ ସମୟରେ ଦ୍ରୌପଦୀ ସମେତ ପଞ୍ଚୁ ପାଣ୍ଡବ ଗଛର ଛାୟା ତଳେ ବାସ କରୁଥିଲେ   । ସେହି ସମୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହିତ ସେଠାରେ ପହଞ୍ଚିଲେ । ଶ୍ରୀ କୃଷ୍ଣ ପାଣ୍ଡବଙ୍କ ସହିତ ବର୍ତା ଆଳାପରେ ବ୍ୟସ୍ତ ରହିଥିଲେ । ତାପରେ ଏହି ଦୁଇଜଣ ଗପସପ କରିବା ପାଇଁ ଅଲଗା ବସିଥିଲେ ।

କଥା କଥାରେ ସତ୍ୟଭାମା ଦ୍ରୌପଦୀକୁ ପଚାରିଥିଲେ ସେ କେମିତି ନିଜର ପାଞ୍ଚ ପତିଙ୍କୁ ସମାନ ରୂପରେ ନିଜ ସହିତ ଯୋଡିକି ରଖୁଛନ୍ତୁ । ଆଉ କେମିତି ପାଞ୍ଚ ଜଣକୁ ଗୋଟେ ଭଲ ବିବାହିତା ଜୀବନ ଦେଇପାରୁଛନ୍ତି । ଏହାର ଉତରରେ ସେ ସଫଳ ବିବାହିତ ଜୀବନ ପାଇଁ କେତେ ଗୁଡିଏ କଥା କହିଛନ୍ତି । ଦ୍ରୌପଦୀ କହିଛନ୍ତି ସ୍ଵାମୀ ସ୍ତ୍ରୀ ଯଦି ଦୁଇଜଣ ଦୁଇଜଣଙ୍କ ସହିତ ଖୁସିରେ ରହିବାକୁ ଚହୁଁଛନ୍ତି ତେବେ ଦୁଇଜଣଙ୍କ ଭିତରେ ଈର୍ଷା ଭଳି ଭାବନା ରହିବା ଠିକ ନୁହେଁ । ଦ୍ରୌପଦୀ ସତ୍ୟ ଭାମାକୁ କହିଲେ ସ୍ତ୍ରୀ ମାନେ କେବେ ସ୍ଵାମୀ ମାନଙ୍କୁ ନିୟତ୍ରଣରେ ରଖିବାକୁ ଚେଷ୍ଟା କରିବା ଉଚିତ ନୁହେଁ ।

ଦ୍ରୌପଦୀ ଏହା ମଧ୍ୟ କହିଛନ୍ତି  କୌଣସିବି ନାରୀ ସ୍ଵାମୀର ସବୁ କାର୍ଯ୍ୟ କଳାପ ଉପରେ ନଜର ରଖିବା ଠିକ ନୁହେଁ । ଏମିତି କଲେ ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଦ୍ରୌପଦୀଙ୍କ ଅନୁସାରେ ସ୍ଵାମୀ ସହିତ ସ୍ଵାମୀର ପରିବାର ଲୋକଙ୍କର ସବୁ ଆବଶ୍ୟକତାର ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ । ଯେଉଁ ମହିଳା ଶ୍ଵଶୁର ଘରର ସବୁ ଆବଶ୍ୟକତାକୁ ପୁରା କରିବାର ଚେଷ୍ଟା କରିଥାଏ  ତାର ପତି ମଧ୍ୟ ତା ଉପରେ ଖୁସି ରହିଥାଏ । ଦ୍ରୌପଦୀ ସତ୍ୟଭାମାଙ୍କୁ କହିଲେ ବିବାହ ପରେ ମହିଳାଙ୍କୁ ନିଜର ସଙ୍ଗତ ମଧ୍ୟ ଠିକ ରଖିବା ଆବଶ୍ୟକ ।

ତାଙ୍କୁ ଚରିତ୍ର ହିନ ଓ ଝଗଡା କରୁଥିବା ମହିଳା ମାନଙ୍କ ସାଙ୍ଗ ଛାଡିଦେବା ଉଚିତ ହୋଇଥାଏ । ଅନ୍ଯଥା ସେହି ସବୁ କାରଣ ଲାଗି ବୈବାହିକ ଜୀବନ ଖରାପ ମଧ୍ୟ ହୋଇଥାଏ । ଦ୍ରୌପଦୀ କହିଛନ୍ତି ପରିବାରରେ ରହିଲେ ସ୍ଵାମୀ ସ୍ତ୍ରୀ ଦୁଇଜଣ ଦୁଇଜଣଙ୍କର ସନମାନ କରିବା ଆବଶ୍ୟକ ହୋଇଥାଏ ।  କାହାକୁ ମଧ୍ୟ ନିଜ ଦାୟିତ୍ଵରୁ ବଞ୍ଚିତ ରହିବା ଆବଶ୍ୟକ ନୁହେଁ । ବିବାହ ପରେ ସ୍ତ୍ରୀ ମାନେ ନିଜ ରାଗ ଉପରେ ନିୟତ୍ରାଣ ରଖିବା ଆବଶ୍ୟକ ।

ଏହା ସହିତ କୌଣସି ଅଚିହ୍ନା ଲୋକ ସହିତ ଖୋଲିକି କଥା ହେବା ଅନୁଚିତ । ଯେଉଁ ମହିଳା ଏମିତି କରିଥାନ୍ତି ସମାଜରେ ତାଙ୍କ ଛବି ବିଗିଡି ଥାଏ । ଗୋଟେ ସୁଖୀ ବୈବାହିକ ଜୀବନ ପାଇଁ ସ୍ବାମୀଙ୍କୁ ତାର ସବୁ ଆବଶ୍ୟକତାକୁ ପୁରା କରିବାର ହୋଇଥାଏ । ପତ୍ନୀ ମଧ୍ୟ ନିଜ ସ୍ଵାମୀ ଉପରେ ଅନାବଶ୍ୟକ ଇଛା ଜାହିର କରିବା ଅନୁଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *