ଭାଇରାଲ ହେଉଛି ଦୁଇ ଯା’ଙ୍କ ଝଗଡାର ଏହି Video, ଡ୍ରେନ ଭିତରେ ଗଳି ବି ଚାଲିଛି ଘମାଘୋଟ ଲଢେଇ….

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ସାରା ଭିଡିଓ ଭାଇରାଲ ହେଉଛି ଯାହା ବିଷୟାରେ ଆପଣ ଜାଣିଥିବେ ନିଶ୍ଚିନ୍ତ ଓ ଦେଖିଥିବେ ମଧ୍ୟ । ତେବେ ବର୍ତ୍ତମାନ ଆଉ ଏକ ନୂଆ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ରେ ଦୁଇ ଜା ସମ୍ପତି ଲୋଭରେ ନାଳ ଭିତରେ ମାର ପିଟ ହେବାର ନଜର ଆସୁଛନ୍ତି । ସମ୍ଭ୍ରାନ୍ତ ପରିବାରର ଦୁଇ ମହିଳା ଲୋକ ଲଜ୍ୟାକୁ ଭୁଲି ଯାଇଛନ୍ତି । ଦୁହେଁ ଝଗଡା କରୁ କରୁ ଡ୍ରେନ ଭିତରକୁ ଗଳି ପଡିଲେ ଗୋଟିଏ ପରିବାରର ଦୁଇ ଜା ।

ରାଜସ୍ଥାନର ଆଜମେର ସ୍ଥିତ ବ୍ୟାବର ରେ ସମ୍ପତି ବିବାଦକୁ ନେଇ ଦୁଇ ଜଣ ମହିଳା ମୁହାଁ ମୁହିଁ ହୋଇଛନ୍ତି । ଏବେ ଝଗଡା ଏତେ ଉଗ୍ର ରୂପ ଧାରଣ କରିଲା କି ସେମାନେ କେତେବେଳେ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚି ଯାଇଥିଲେ  ଜାଣି ପାରିଲେ ନାହି । ଆଉ ଝଗଡା ଯେତେବେଳେ ହାତାହାତୀ ରେ ପହଞ୍ଚିଥିଲା ଦୁହେଁ ନାଳରେ ଖସି ପଡିଥିଲେ ।

ହେଲେ ନାଳରେ ପଡିବା ପରେ ମଧ୍ୟ ସେମାନଙ୍କର ଝଗଡରେ ଫୁଲ ଷ୍ଟପ ଲାଗି ନ ଥିଲା । ବରଂ ନାଳ ପାଣି ଭିତରେ ବି ଧମାଧମ ଝଗଡା ଓ ମାରପିଟ ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧ କୁ ଶାନ୍ତ କରି ଉଭୟଙ୍କୁ ଥାନାକୁ ନେଇଠିଛି ପୋଲିସ ।

ଆଜମେର ସହରର ଟାଟଗର ରାସ୍ତା ନିକଟସ୍ଥ ନାଏରା ପେଟ୍ରୋଲ ପମ୍ପରେ ହଠାତ ଲୋକଙ୍କ ଗହଳି ଲାଗିଥିଲା । କାରଣ ସମ୍ପତି ବିବାଦକୁ ନେଇ ଦୁଇ ଜା ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ । ଲୋକେ ଦୁହିଙ୍କର ଯୁଦ୍ଧକୁ ଉପୋଭୋଗ କରୁଥିବା ବେଳେ ଦୁଇ ମହିଳାଙ୍କର ସେଥିପ୍ରତି ନଜର ନ ଥିଲା । ଦୁହିଙ୍କୁ ନା ଲାଜ ଥିଲା ନା ଭୟ ।

ଉଭୟ ଉଭୟଙ୍କର ଚୁଟି ଝିଙ୍କାଝିଙ୍କି ଖରାପ ଭାଷାରେ ଗାଳି ଗୁଲଜ କରି ଚାଲିଥିଲେ । ଏହି ଝଗଡା ଭ୍ଜିତରେ ଉଭୟ ପଡି ଯାଇଥିଲେ ଡ୍ରେନ ଭିତରେ । ଦୁହେଁ ଦୁର୍ଗନ୍ଧ ଓ ମଇଳା ଡ୍ରେନରେ ପଡିଥିଲେ ମଧ୍ୟ ସେଠାରେ ବି କଳି ଶେଷ ହୋଇନ ଥିଲା ।

ସେଠାରେ ଉପସ୍ଥିତ ଥିବା ଯୁବକ ଡ୍ରେନରେ ଡେଇଁ ପଡି ଜଣେ ମହୀଳାଙ୍କୁ ପିଟିବା ଆରମ୍ଭ କରିଥିଲା । ଏହା ଦେଖି ଆଉ ଜଣେ ଯୁବକ ମଧ୍ୟ ଡ୍ରେନକୁ ଡେଇଁ ପଡି ମହିଳାଙ୍କୁ ମାଡ ମାରୁଥିବା ଯୁବକଙ୍କୁ ଜୋର ରେ ମାରିବା ଆରମ୍ଭ କରିଥିଲା । ସେହି ସମୟରେ ରାସ୍ତା ରେ ଯାଉଥିବା ଲୋକଙ୍କ ହସ୍ତକ୍ଷେପ ପରେ ଡ୍ରେନ ରୁ ମହୀଳା ମାନଙ୍କୁ ବାହାର କରା ଯାଇଥିଲା ।

ତେବେ ସେ ଯାହା ବି ହେଉ ଏବେ ଦୁଇ ଜା ଙ୍କ ଝଗଡା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *