ବିବାହକୁ ନେଇ ନୂଆ ନିୟମ, ଦାଢି ନିଶ ରଖିଲେ ବିବାହ କରି ପାରିବେନି ଯୁବକ…. ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ରାଜସ୍ଥାନର ବିବାହରେ ଏକ ନୂଆ ନିୟମ ଏବ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରୁଛି । ଗଣ ମାଧ୍ୟମର ରିପୋର୍ଟ ଅନୁଯାୟୀ ଦାଢି ନିଶ ରଖିଥିବା ଯୁବକଙ୍କୁ ବିଭର ଅନୁମତି ଦିଆଯିବ ନାହି ବୋଲି ସଂପ୍ରଦାୟର ପଞ୍ଚାୟତ ନିସ୍ପତି ନେଇଛନ୍ତି । ପାଲି ଜିଲ୍ଲାର ୧୯ ଟି ଗାଁ ରେ ଏହି ନିୟମ ଲାଗୁ କରା ଯାଇଛି । ଏଠିକାର କୋମାବତ ସଂପ୍ରଦାୟ ଦ୍ଵାରା ଏ ନେଇ ପ୍ରସ୍ତାବ ପାଳିତ ହୋଇଛି । ଏହି ପ୍ରସ୍ତାବ ଅନୁଯାୟୀ କେବଳ ଦାଢି ନିଶ ନ ଥିବା ଯୁବକ ଙ୍କୁ ହିଁ ବିବାହର ଅନୁମତି ମିଳିବ । ଫ୍ୟାସନ ନାଁ ରେ ବରକୁ ବିବାହରେ ଦାଢି ରଖିବାକୁ ଅନୁମତି ଦିଆଯିବ ନାହି ।

କାରଣ ବିବାହ ଏକ ପବିତ୍ର ସାମାଜିକ ସଂସ୍କାର ଓ ବର ଏଥିରେ ରାଜା ଭଳି ଦେଖାଯିବା ଉଚିତ । ତେଣୁ ବାର ଦଦହି ନିଶ ରଖିବା ଅନୁଚିତ ବୋଲି ସମ୍ପ୍ରଦାୟ ର ମୁଖ୍ୟ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ବରଂ ୧୯ ଟି ଜିଲ୍ଲାର ପଞ୍ଚାଯତ ବିଭର ଖର୍ଚ୍ଚ କାଟ କରିବାକୁ ଓ ବିବାହକୁ ସିଧା ସାଧା କରିବାକୁ ନିସ୍ପତି ନେଇଛନ୍ତି ।

ଡିଜେ ବାଜା ଓ ବରଯାତ୍ରୀଙ୍କ ନାଚକୁ ମଧ୍ୟ ଏହି ସଂପ୍ରଦାୟ ପୂର୍ବ ରୁ ବିରୋଧ କରି ଆସୁଥିଲା । ପରେ ଏହା ଉପରେ କଡା କଟକଣା ଲଗାଇଲେ । ଏହା ପରେ ବିବାହ ଉଶ୍ଚବରେ କୌଣସି ପ୍ରକାରସା ନିଶାଦ୍ରବ୍ୟ ସେବନ ଉପରେ କଟକଣା ଲଗା ଯାଇଛି । ଆଜିକାଲି ବିବାହ ଉଶ୍ଚବ ଖର୍ଚ୍ଚ ବହୁଳ ହେଲାଣି । ଅନ୍ୟ କୁ ଦେଖି ଉପର ଦେଖାଣିଆ ଉଶ୍ଚବ ପାଳନ କରି ଲୋକେ ଅଯଥା ଖର୍ଚ୍ଚ ହେଉଛନ୍ତି ।

ଏବେ ଯୁବ ଗୋଷ୍ଠୀ ହଳଦୀ ରସମ, ମେହେନ୍ଦି ରସମ ଭଳି ଇଭେଣ୍ଟ କରି ସାଙ୍ଗ ସାଥିଙ୍କ ସହ ବିପୁଳ ଟଙ୍କା ଖର୍ଚ୍ଚା କରୁଛନ୍ତି । ତାହା ସହ ସଂଗୀତ କାର୍ଯ୍ୟକ୍ରମ ଓ କେକ କଥାରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ତା ସାଙ୍ଗକୁ ନିର୍ବନ୍ଧ ବା ଋଂ ସେରିମନି ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଏ ସବୁ ଅଯଥା ଖର୍ଚ୍ଚ ବିରୁଦ୍ଧରେ ସମ୍ପ୍ରଦାୟ ଲଗାଇଛି କଟକଣା ।

କୁମାବତ ସମ୍ପ୍ରଦାୟ ରେ ରହିଛି କନ୍ୟା ର ପୋଷାକ ଓ ଗହଣା ପିନ୍ଧିବା ଉପରେ କଟକଣା । ଯେତିକି ଆବଶ୍ୟକ ସେତିକି ଗହଣା ପିନ୍ଧିବା ସହ ନିଜର ସାମର୍ଥ୍ୟ ଅନୁଯାୟୀ ପୋଷାକ କିଣିବାକୁ ଏଠିକାର ମୁଖ୍ୟ ଘୋଷଣା କରିଛନ୍ତି । ବିବାହ ସହ ଅନ୍ୟ ଉଶ୍ଚବ ରେ ମଧ୍ୟ ତିଆରି କରା ଯାଉଥିବା ବ୍ୟଞ୍ଜନ ଉପରେ ବି କଟକଣା ରହିଛି । ତେବେ କୁମାବତ ସଂପ୍ରଦାୟ ର ଏଭଳି କଟକଣା ପଛରେ ଏକ ଭଲ ଉଦେଶ୍ୟ ରହିଛି ।

ଏବେ ସମାଜରେ ବିବାହ ହେଉ ବା ଅନ୍ୟ କିଛି ଉଶ୍ଚବ ବଡ ବଡ ଲୋକିଆ ଆଖି ବୁଜା ଖର୍ଚ୍ଚ କରୁଛନ୍ତି । ଆଉ ତାଙ୍କ ସହ ନିଜକୁ ସମକକ୍ଷ କରିବାକୁ ଯାଇ ବଳି ପଡ଼ୁଛନ୍ତି ମଧ୍ୟବିତ୍ତ ଲୋକ । ଏପରି କଟକଣା ଦ୍ଵାରା ସମାଜରେ ସାକାରାତ୍ମକ ପରିବର୍ତ୍ତନ ଆସିବା ବୋଲି ଆଶା କରାଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ନିୟମ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *