ଭଲ ସମୟ ଆସିବା ପୂର୍ବ ରୁ ଭଗବାନ ଦେଇଥାନ୍ତି ଏହି 7 ସଂକେତ ।

ବନ୍ଧୁଗଣ ପ୍ରତେକ ମଣିଷଙ୍କ ଜୀବନରେ ସୁଖ ଦୁଖ ଲାଗି ରହିଥାଏ । ଏହି ସବୁ କିଛି ସମୟର ଚକ୍ର ଅନୁଯାୟୀ ହୋଇଯାଏ । ସମୟ ବଳବାନ । ତେଣୁ ସମୟ ଆଗରେ ଦିନେ ନା ଦିନେ ନଇଁବାକୁ ପଡିଥାଏ । ଆପଣ ମାନେ ନିଜ ଜୀବନରେ ବ୍ୟକ୍ତିକୁ ଧନୀରୁ ଗରିବ ଓ ଗରିବରୁ ଧନୀ ହେବାର ନିଶ୍ଚୟ ଦେଖିଥିବେ । ସମୟ ଏମିତି ଶକ୍ତିଶାଳୀ ଅସ୍ତ୍ର ଯାହାର ପ୍ରହାର ତେଜ ହୋଇଥାଏ ।

କେହି ବି ସମୟ ଅନୁଯାୟୀ ଚାଲିପାରେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ଭଲ ସମୟ ଆସିବା ପୂର୍ବରୁ ଭଗବାନ କେଉଁ କେଉଁ ସଂକେତ ମନୁଷ୍ୟ ଙ୍କୁ ଦେଇଥାନ୍ତି । 1- ଯଦି ଆପଣଙ୍କ ନିଦ ସକାଳ 4ଟା ରୁ 5 ଟା ମଧ୍ୟରେ ଖୋଲିଥାଏ ଏବଂ ଆପଣଙ୍କୁ ଭଗବାନ ଙ୍କ ସ୍ମରଣ ହୋଇଥାଏ ବା ଆପଣଙ୍କୁ ଅନୁଭବ ହେଉଛି କି ଆପଣଙ୍କୁ କେହି ଅନ୍ୟ ଦିଗକୁ ନେଇ ଯାଉଛି ତେବେ ଜାଣି ରଖନ୍ତୁ ଆପଣଙ୍କ ପାଇଁ ସଫଳତାର ନୂଆ ମାର୍ଗ ଖୋଲିବାକୁ ଯାଉଛି । ଆପଣଙ୍କୁ ଜୀବନର ଯୋଗ୍ୟ ରାସ୍ତା ମିଳିବାକୁ ଯାଉଛି ।

2- ଯଦି ଆପଣ ଅନୁଭବ କରୁଛନ୍ତି କି ବିନା କାରଣରେ ଅନେକ ସମୟରେ ମନ ପ୍ରସନ୍ନ ରହିଥାଏ, ଆପଣଙ୍କ ଚେହେରା ଖୁସି ଖୁସି ରହିଥାଏ, କ୍ରୋଧୀ ହୋଇଥାନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁଶିର ଆଗମନ ହେବାକୁ ଯାଉଛି । ଏହି ସମୟରେ ଆପଣ ଯାହା ଭାବି ନ ଥିବେ ତାହା ହୋଇଯିବ ।

3- ଯଦି ଆପଣଙ୍କ ଘର ବାହାରେ ଗୋ-ମାତା ବାରମ୍ବାର ଖାଇବାକୁ ଆସନ୍ତି, ବିଲେଇ ଘରେ ଛୁଆ ଜନ୍ମ କରେ, ବିଲେଇ ଖାଇବାର ନେଇଯାଏ, ପକ୍ଷୀ ଅଗଣାରେ ବସା ବାନ୍ଧେ ତେବେ ଏହା ଶୁଭ ସଂକେତ ହୋଇଥାଏ । ଆଗାମୀ ସମୟରେ ଆପଣ ଧନବାନ ହେବାର ସୂଚକ ହୋଇଥାଏ ।

4- ଛୋଟ ପିଲାଙ୍କ ଠାରେ ଇଶ୍ଵର ରହିଥାନ୍ତି ଏମିତି ମାନ୍ୟତା ଅଛି । ଯଦି ଛୋଟ କନ୍ୟା ବା ଶିଶୁ ଆପଣଙ୍କୁ ବାରମ୍ବାର ଦେଖିକି ହସନ୍ତୀ କିମ୍ବା ଆପଣଙ୍କ ଘରକୁ ଆଗମନ କରନ୍ତି ବା ଖୁସିରେ କେଲନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ସମୟ ଆସିବାର ସଂକେତ ହୋଇଥାଏ । ଆପଣଙ୍କ ଜୀବନରେ ନୂଆ ଖୁସିରେ ଭରିବାକୁ ଯାଉଛି ।

5- ଯଦି ଅଚାନକ ଖର୍ଚ୍ଚ କମ ହୁଏ, ଆସୁଥିବା ସଙ୍କଟ ତଳିଯାଏ, ଧନର ନୂଆ ସ୍ରୋତ ଖୋଲିଯାଏ ତେବେ ଜାଣି ରଖନ୍ତୁ ଆପଣଙ୍କର ଖରାପ ସମୟ ଶେଷ ହେବାକୁ ଯାଉଛି । ଧନ ଆଗମନର ରାସ୍ତା ଖୋଲିବାକୁ ଯାଉଛି ।

6- ଘରେ ଅତିଥିଙ୍କ ଆଗମନ, ଚାନ୍ଦି ବା ସୁନା ଆସିବା, ପୁରୁଷଙ୍କ ଡାହାଣ ଓ ମହିଳାଙ୍କ ବାମ ଆଖି ଡେଇଁବା ଶୁଭ ସଂକେତ ହୋଇଥାଏ । ଏହା ଶୁଭ ସମୟର ସୂଚକ ହୋଇଥାଏ ।

7- ସକାଳୁ ଶୁଭ କାମରେ ଯିବା ସମୟରେ ଗୋମାତାଙ୍କ ଦର୍ଶନ ହେଲେ, କୌଣସି ସାଧୁ ସନ୍ଥଙ୍କ କୃପା ମିଳିଯାଏ ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣ ଯେଉଁ କାମରେ ଯାଉଛନ୍ତି ତାହା ଅବଶ୍ୟ ମିଳିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *