ଭାରତର ସବୁଠାରୁ ଡେଙ୍ଗା ପୋଲିସ, ଯିଏ WWE ସୁପର ଷ୍ଟାର ଗ୍ରେଟ ଖଲିଙ୍କ ଠାରୁ ବି ଅଧିକ ଡେଙ୍ଗା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, WWE ସୁପର ଷ୍ଟାର ଗ୍ରେଟ ଖଲି ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ବଳିଷ୍ଠ ଚେହେରା ଆଉ ହାଇଟ ତାଙ୍କୁ ସବୁବେଳେ ଚର୍ଚ୍ଚା ରେ ରଖିଥାଏ । ଗ୍ରେଟ ଖଲି ନିଜର ପ୍ରତିଭା ପାଇଁ ଯେତିକି ଚର୍ଚ୍ଚା ରେ ରୁହନ୍ତି ତାଙ୍କର ଉଚ୍ଚତା ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଗ୍ରେଟ ଖଲି ଙ୍କ ଆହୁରି ଅଧିକ ଉଚ୍ଚତା ତାଙ୍କର ରହିଛି । ବୋଲି ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି ।

ସେହି ବିଷୟରେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ କହିବୁ ଯିଏ ହେଉଛନ୍ତି ଗ୍ରେଟ ଖଲି ଙ୍କ ଠାରୁ ଅଧିକ ଉଚ୍ଚା । ଜଗଦୀପ ସିଂ ଯିଏ ପଞ୍ଜାବ ପୋଲିସରେ କାର୍ଯ୍ୟରତ ଥିବା ଏହି ଯୁବକ ଜଣକଙ୍କର ଉଚ୍ଚତା ଗ୍ରେଟ ଖଲି ଙ୍କ ଠାରୁ ୫ ଇଞ୍ଚ ଅଧିକ । ଗ୍ରେଟ ଖଲି ଙ୍କ ଉଚ୍ଚତା ୭ଫୁଟ ୧ ଇଞ୍ଚ ହୋଇଥିବା ବେଳେ ଜଗଦୀପ ଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ।

ଖାଲି ସେତିକି ନୁହେଁ ଜଗଦିପଙ୍କ ବୟସ ୩୭ ବର୍ଷ ହୋଇଥିବା ବେଳେ ତାଙ୍କର ଓଜନ ପାଖାପାଖି ୧୯୦ କିଲୋଗ୍ରାମ । ଖାସ କଥା ହେଉଛି ଜଗଦୀପ ତଳେ ଛିଡା ହେଲେ ତାଙ୍କ ହାତ ତାଙ୍କ ଘରର ଛାତକୁ ଲାଗିପରେ । ଆଉ ସେ ତଳେ ରହି ଛାତ ଉପରକୁ ହାତ ବଢାଇ ପାରନ୍ତି ।

ଜଗଦୀପ ସିଂ ଦୀର୍ଘ ୨୦ ବର୍ଷ ଧରି ପଞ୍ଜାବ ପୋଲିସ ରେ କାମ ରୁଛନ୍ତି । ସେ ହେଡ କନେଷ୍ଟବଳ ପୋଷ୍ଟ ରେ ଥିବା ବେଳେ ତାଙ୍କ ଅସୁବିଧା ଏତିକି ଯେ ସେ ତାଙ୍କ ମନ ପସନ୍ଦ ଅନୁଯାୟୀ କୌଣସି ଡ୍ରେସ ପିନ୍ଧିପାରୁ ନାହାନ୍ତି । ତାଙ୍କ ଜୋତା ସାଇଜ ୧୯ ନମ୍ବର ଥିବା ବେଳେ ଏହା ମାର୍କେଟ ରେ ମିଳୁ ନାହି । ତେଣୁ ସେ ତାଙ୍କ ଜୋତା ବିଦେଶରୁ ଅର୍ଡର କରି ପିନ୍ଧୁଛନ୍ତି ।

ଜଗଦୀପ ଙ୍କ ହାଇଟ ଅଧିକ ଥିବା କାରଣରୁ ସେ କୌଣସି ବସ ବା ଅଟୋ ରେ ଜୀବ ଆସିବା କରିପାରନ୍ତି ନାହି । ସେ ଯେଉଁଠି କି ଯାଆନ୍ତୁ ନିଜ ବାଇକ ରେ ବସି ଯାତ୍ରା କରିଥାନ୍ତି । ପଞ୍ଜାବ ପୋଲିସରେ କାମ ଅରୁଥିବା ଜଗଦୀପ ଅଭିନୟରେ ମଧ୍ୟ ବେଶ ଆଗ୍ରହୀ ଅଟନ୍ତି ।

ଆମେରିକାର ପ୍ରସିଦ୍ଧ ରିୟାଲିଟି ସୋ ଆମେରିକା ଗଟ ଟ୍ୟାଲେନ୍ଟ ରେ ଭାଗ ନେଇ ସାରିଥିବା ବେଳେ ବଲିଉଡ ଫିଲ୍ମ ରଙ୍ଗ ଦେ ବାସନ୍ତୀ, ୱେଲକମ, ତିନ ଥେ ଭାଇ, ହେରା ଫେରି ଭଳି ଫିଲ୍ମରେ ଅଭିନୟ କରି ସାରିଛନ୍ତି । ତାଙ୍କୁ ଭାରତର ସବୁଠାରୁ ଡେଙ୍ଗା ପୋଲିସ ବୋଲି ଅନେକ ଲୋକ ଜାଣିଛନ୍ତି ।

ତେବେ ଜଗଦୀପ ସିଂ ଙ୍କ ଜୀବନର କାହାଣୀ ରେ ସବୁ କିଛି ଭଲ ଥିବା ବେଳେ ତାଙ୍କର ଅଧିକ ଡେଙ୍ଗା କାରଣରୁ ସେ ନିଜର ମନ ମୁତାବକ ଡ୍ରେସ ପିନ୍ଧି ପାରନ୍ତି ନାହି କି ବସ ବ ଅନ୍ୟ କୌଣସି ଗାଡିରେ ବସି ଯାତାୟାତ କରିପାରନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କର ଜଗଦୀପ ସିଂ ଙ୍କ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *