ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ ସର୍ବପ୍ରଥମେ କେଉଁ ରାଜ୍ୟରେ ପଡେ ? General Knowledge

ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ତେଣୁ ଯେଉଁ ବ୍ୟକ୍ତିର ସବୁଥିରୁ କିଛି କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ ବିଶେଷତଃ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।

1- ଭାରତରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଇଥାଏ ?

ଉତ୍ତର;- ଅଗଷ୍ଟ 15 ।
2- ଭାରତ କେବେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହୋଇଥିଲା ?
ଉତ୍ତର;- 15 ଅଗଷ୍ଟ 1947 ।
3- 2021 ମସିହାରେ ଆମେ ଭାରତର କେତେ ତମ ସ୍ଵାଧୀନତା ଦିବସ ପାଳନ କରିଅଛୁ ?
ଉତ୍ତର;- 75 ତମ ।
4- ଭାରତର ପ୍ରଧାନମନ୍ତ୍ରୀ ଅଗଷ୍ଟ 15 ତାରିଖ ଦିନ କେଉଁଠାରେ ପତାକା ଉତ୍ତୋଳନ କରିଥାନ୍ତି ?
ଉତ୍ତର;- ଦିଲ୍ଲୀର ଲାଲକିଲ୍ଲା ।
5- ଇଂରେଜ ମାନେ ଭାରତରେ କେତେ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ ?
ଉତ୍ତର;- 200 ବର୍ଷ ।
6- 17 ଅଗଷ୍ଟ 1947 ମସିହାରେ ଭାରତ ଏବଂ ପାକିସ୍ତାନକୁ ବିଭାଜିତ କରିବା ପାଇଁ କେଉଁ ରେଖା ଟଣା ଯାଇଥିଲା ?
ଉତ୍ତର;- ରେଡକ୍ଲିଫ ରେଖା ।
7- 6 ଅଗଷ୍ଟ 1906 ମସିହାରେ ଭାରତର ଜାତୀୟ ପତାକା ସର୍ବ ପ୍ରଥମେ କେଉଁଠାରେ ଉତ୍ତୋଳନ କରାଯାଇଥିଲା ?
ଉତ୍ତର;- ପାରସୀ ବାଗାନ, କଲିକତା ।


8- ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ଜୟ ଶବ୍ଦ କେତେ ଥର ବ୍ୟବହାର କରାଯାଇଛି ?
ଉତ୍ତର;- 10 ଥର ।
9- ଆମ ଦେଶର ଜାତୀୟ ସଙ୍ଗୀତ ଜନ ଗଣ ମନ ମୂଳତଃ କେଉଁ ଭାଷାରେ ଲେଖା ଯାଇଥିଲା ?
ଉତ୍ତର;- ବଙ୍ଗଳା ।
10 – ଆମ ଦେଶର ଜାତୀୟ ସଙ୍ଗୀତ ଜନ ଗଣ ମନ ମୂଳତଃ ବଙ୍ଗଳା ଭାଷାରେ କେଉଁ ନାମରେ ଲେଖା ଯାଇଥିଲା ?
ଉତ୍ତର;- ଭାରୋତୋ ଭାଗ୍ୟୋ ବିଧାତା ।
11- ଜନ ଗଣ ମନ ର ହିନ୍ଦୀ ସଂସ୍କରଣକୁ କେବେ ସମ୍ବିଧାନକାରୀ ସଭା ଦ୍ଵାରା ଜାତୀୟ ସଙ୍ଗୀତ ରୂପେ ଘୋଷଣା କରାଯାଇଥିଲା ?
ଉତ୍ତର;- 24 ଜାନୁଆରୀ 1950 ।
12- ଆମ ଦେଶର ଜାତୀୟ ସଙ୍ଗୀତ ଜନ ଗଣ ମନ ସଂପୂର୍ଣ୍ଣ ଗାଇବା ପାଇଁ କେତେ ସେକେଣ୍ଡ ନିଆଯାଇଥାଏ ?
ଉତ୍ତର;- 52 ସେକେଣ୍ଡ ।
13- ବେଳେବେଳେ ଜାତୀୟ ସଙ୍ଗୀତର ପ୍ରଥମ ଏବଂ ଶେଷ ଧାଡିକୁ ନେଇ ସଂକ୍ଷିପ୍ତ ରୂପେ ଗାନ କରାଯାଏ । ଏଥିପାଇଁ କେତେ ସେକେଣ୍ଡ ନିଆଯାଏ ?
ଉତ୍ତର;- 20 ସେକେଣ୍ଡ ।
14- ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନ ସର୍ବ ପ୍ରଥମେ କେବେ ଏବଂ କେଉଁଠାରେ ଗାନ କରାଯାଇଥିଲା ?
ଉତ୍ତର;- 1911 କଙ୍ଗ୍ରେଶର କଲିକତା ଅଧିବେଶନ ।
15- ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡିଥାଏ ?
ଉତ୍ତର;- ଅରୁଣାଚଳ ପ୍ରଦେଶ ।


ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *