“କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ”, ବନ୍ଧୁଗଣ ଇଶ୍ଵର ଏହି ସମଗ୍ର ବିଶ୍ଵ କୁ ପରିଚାଳନା କରୁଛନ୍ତି । ହିନ୍ଦୁ ଧର୍ମର ପୁରାଣ ତଥା ମାଳିକା ରେ ବହୁତ ଭବିଷ୍ୟତ କଥା ଉଲ୍ଲେଖ ହୋଇଛି । ବନ୍ଧୁଗଣ ଆପଣ ମାନେ ପ୍ରାଏ ସମସ୍ତେ ଜାଣିଥିବେ ମାଳିକା ବଚନ ସତ୍ୟ ବଚନ ଅଟେ । ଏବଂ ଏହା ବର୍ତ୍ତମାନ ସତ୍ୟ ହେବାକୁ ମଧ୍ୟ ଲାଗିଛି । ଓଡିଶାର ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ରେ ଆମ୍ଭେ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଉଭୟଙ୍କ ଅଲିଅଳି ଭଉଣୀ ଶୁଭଦ୍ରାଙ୍କୁ ଦର୍ଶନ କରିଥାଉ । ବନ୍ଧୁଗଣ ଶ୍ରୀ କ୍ଷେତ୍ର ଅଥବା ପୁରୀ କୁ ଓଡିଶାର ତୀର୍ଥ ସ୍ଥାନ ବୋଲି କୁହାଯାଏ ।
ଏହି ପୃଥିବୀ କୁ କୌଣସି ପ୍ରକାରର ବିପତ୍ତି ଆସିଲେ ଆମ୍ଭକୁ ପ୍ରଭୁ ସୂଚନା ଦେଇଥାନ୍ତି । ବନ୍ଧୁଗଣ ଆମ ଦେଶ ଭାରତ ବର୍ଷ ଏକ ଆଧ୍ୟାତ୍ମିକ ଦେଶ ଅଟେ । ଭାରତରେ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।
ବନ୍ଧୁଗଣ ଆମ ଓଡିଶାର ଶ୍ରୀ କ୍ଷେତ୍ରରେ ଗତକାଲି ନୀଳଚକ୍ରରେ ଧଳା ବାନା ଅଥବା ନେତ ଉଡୁଥିବାର ଦୃଶ୍ୟ ନଜରକୁ ଆସିଅଛି । ଧଳା ନେତା ପ୍ରବଳରୁ ପ୍ରବଳ ବର୍ଷା ର ସଙ୍କେତ ଦେଇଥାଏ । ଏଣୁ ଆସନ୍ତା ୨୬ ତାରିଖରେ ହେବାକୁ ଯାଉଥିବା ବାତ୍ୟା ଭୟାନକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଅଛି । କାରଣ “ବାନା ଯଦି ବନ୍ଧା ହୁଏ ଧବଳ, ବର୍ଷା ହୁଏ ପ୍ରବଳ” – ବନ୍ଧୁଗଣ ଶ୍ରୀ ମନ୍ଦିରରେ ଯେଉଁଦିନ ଏହି ବାନା ବନ୍ଧା ହୁଏ ଏହା ଏକ ବାତ୍ୟା ତଥା ବର୍ଷା ହେବାର ପ୍ରାକ ସୂଚନା ଅଟେ ।
ବନ୍ଧୁଗଣ ଶ୍ରୀକ୍ଷେତ୍ରରେ ଗତକାଲି ସନ୍ଧ୍ୟା ୫ ଟାରୁ ବାନା ବନ୍ଧା ହୋଇଛି । ବନ୍ଧୁଗଣ ଗତକାଲି ଶ୍ରୀକ୍ଷେତ୍ର ରେ ଶୁଖିଲା ପାଗ ଥିଲା ମାତ୍ର ସନ୍ଧ୍ୟା ୫ ଟାରୁ ଧବଳା ବାନା ବନ୍ଧାହେଲା ପରେ ବର୍ଷା ପବନ ଆରମ୍ଭ ହେଲା । ମହାପ୍ରଭୁ ଙ୍କର ଏକ ନମ୍ବର ବାନା ର ଗୋଟେ ଲଟେରୀ ସିଷ୍ଟମ ହୁଏ । ଲଟେରୀ ରେ ଯେଉଁ ଭକ୍ତଙ୍କର ବାନା ଗୁଡିକ ବନ୍ଧା ହୁଏ, ସେଥିରେ ଗୋଟିଏ ଧଳା ବାନା ଗତ କାଲି ଉଠିଥିଲା ।
ଏବଂ ଯେଉଁ ଧଳାବାନା କାଲି ନୀଳଚକ୍ରରେ ବନ୍ଧା ହୋଇଥିଲା ତାହା ପରଠାରୁ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ବନ୍ଧୁଗଣ ଆସନ୍ତା କାଲି ୨୬ ତାରିଖରେ ଆଣ୍ଡାମାନ ନିକୋବର ରୁ କେନ୍ଦ୍ରୀଭୂତ ହୋଇ ପାରାଦୀପ ରେ ଆସି ପହଞ୍ଚିବାକୁ ଯାଉଅଛି । ଏହା ଫଳରେ ଓଡିଶା କୁ ବିପଦ ଆଶଙ୍କା ରହିଅଛି । ବନ୍ଧୁଗଣ ପାଣିପାଗ ମଧ୍ୟ ପୂର୍ବରୁ ଏହି ବିପଦ ର ସଙ୍କେତ ଦେଇଅଛି ।
ବନ୍ଧୁଗଣ ଗୋଟେ ଦିନ ପୂର୍ବରୁ ମହାପ୍ରଭୁ ଙ୍କର ମୋହିନୀ ଏକାଦଶୀ ପଡିଥିଲା । ଏକାଦଶୀ ରେ ମହାପ୍ରଭୁ ଙ୍କ ନିକଟରେ ମହାଦୀପ ପ୍ରଜ୍ଵଳନ କରାଯାଇଥିଲା । ବନ୍ଧୁଗଣ ଆମ୍ଭର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଯେ ପ୍ରଭୁ ଏହି ବିପଦରୁ ଆମ୍ଭ ମାନଙ୍କୁ ରକ୍ଷା କରନ୍ତୁ । ଆପଣଙ୍କୁ ଏହି ବିଷୟବସ୍ତୁ ଟି ଯଦି ଭଲ ଲାଗିଥାଏ, ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।