ବିବାହ ଚାଲିଥିବା ସମୟରେ ବଧୂକୁ ହେଲା ବର ଉପରେ ଏହି ସନ୍ଦେହ, ବିବାହ କରିବା ପାଇଁ କଲେ ମନା

ବିବାହ ଜୀବନର ବହୁତ ବଡ ନିସ୍ପତି ହୋଇଥାଏ, ଏହା ଜୀବନର ବହୁତ ମହତ୍ଵପୂର୍ଣ ଭାଗ ଅଟେ । ବିବାହ ପରେ ଦୁହିଁଙ୍କ ଜୀବନ ପରିବର୍ତନ ହୋଇଥାଏ । ବିବାହ ଏମିତି ଗୋଟେ ସମାରୋହ ଯାହା ପାଇଁ ସମସ୍ତେ ବହୁତ ଦିନ ଆଗରୁ କାମ କରିଥାନ୍ତି ଓ ବିବାହ ଦିନ ବର ବଧୁ ପାଇଁ ବିଶେଷ କରିବା ପାଇଁ ଚେଷ୍ଟା କରିଥାନ୍ତି । ବିବାହ ଦୁଇଟି ପରିବାର ମଧ୍ୟ ରେ ସମ୍ପର୍କ ସ୍ଥାପନ କରିଥାଏ ।

ଔରୈୟା ଗୋଟେ ଗାଁ ରେ ବିବାହ ସମୟ ଏମିତି କିଛି ହେଲା ଯାହା ବର ବିଷୟରେ ସବୁ ସତ୍ୟ ଜାଣିଲା ପରେ ବଧୁ ବିବାହ ପାଇଁ ମନା କରିଥିଲେ ।

ବଧୁ ଏହି ନିସ୍ପତି ଦ୍ଵାରା ଲୋକଙ୍କ ମଧ୍ୟରେ ବିବାହ ସମାରୋହ ରେ ଉପସ୍ଥିତ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କଥା ଖରାପ ହବାର ଦେଖି କିଛି ବରଯାତ୍ରୀ ସମୟ ପାଇ ସେଠାରୁ ଖସି ପଳେଇଥିଲେ ।

ବର ମୁକ ହବାରୁ ବଧୁ ବିବାହରୁ ମନା କରିଥିଲେ :

ଘଟଣା ସଦର ଥାନା କ୍ଷେତ୍ର ଗୋଟେ ଗାଁ ର ଅଟେ, ହମୀରପୁର ର ମିଶ୍ରୀପୁର ଗାଁରୁ ବରଯାତ୍ରୀ ଆସିଥିଲେ । ଜୟମାଳା ସମୟ ରେ ବଧୁକୁ ବର ମୁକ ହବାର ସନ୍ଦେହ ହୋଇଯାଇଥିଲା ।

ଏହି କଥା ବଧୁ ନିଜ ଘର ଲୋକଙ୍କୁ କାଇବା ପାଇଁ ପ୍ରୟାସ କଲା ଏହା ପରେ ବଧୁ ବିବାହ ସମୟରେ ବର ସହ କଥା ହବା ପାଇଁ ଚେଷ୍ଟା କଲା । ଘରଲୋକଙ୍କ ପଚାରିବାରୁ ବର ଯେତେବେଳେ କିଛି କହି ପାରିଲା ନାହିଁ ତେବେ ବଧୁ ସନ୍ଦେହ ସତରେ ପରିବର୍ତିତ ହୋଇଥିଲା । ବଧୁ ହଟାତ ରହି ଯାଇ ବିବାହ ପାଇଁ ମନା କରିଥିଲେ, ଏହା ପରେ ଲୋକ ଏକତ୍ର ହୋଇ ବଧୂକୁ ବୁଝେଇବା ପାଇଁ ପ୍ରୟାସ କରିଥିଲେ ।

ବଧୁ ନାବାଳିକ ଥିଲା :

ବର ପକ୍ଷ ଲୋକଙ୍କୁ ଏହା ଜଣା ପଡିଗଲା ଯେ ବଧୁ ନାବାଳିକ ଅଟେ, ଏହା ଜାଣିଲା ପରେ ବର ପକ୍ଷ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବର ପକ୍ଷ ଲୋକ ବଧୁ ବାପାକୁ ବଧୁ ବୟସ ରେ ପଚାରିଥିଲେ ଯାହା ପରେ ବଧୁ ବାପା ମିଛ କଥା କହିଥିଲା । ବଧୁ ପକ୍ଷରୁ ଆସିଥିବା ଜିଲ୍ଲା ପଞ୍ଚାୟତ ମଧ୍ୟ ସମସ୍ତଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କ କଥା ମଧ୍ୟ ଲୋକ ଶୁଣୁ ନଥିଲେ ଯାହା ପରେ ସେ ମଧ୍ୟ ବିବାହ ଛାଡି ଘରକୁ ପଳେଇଥିଲେ ।

Leave a Reply

Your email address will not be published. Required fields are marked *