ହିନ୍ଦୁ ଧର୍ମ ରେ ମହାଶିବରାତ୍ରି ପର୍ବ ବହୁତ ଉତ୍ସାହ ସହ ମନା ଯାଏ, ମହାଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ଦିନ ପ୍ରତି ବର୍ଷ ବହୁତ ଧୂମଧାମ ସହ ମନା ଯାଏ । ଏହି ବର୍ଷ ମହାଶିବରାତ୍ରି ପର୍ବ ୨୧ ଫେବୃଆରୀକୁ ଗୋଟେ ବିଶେଷ ଯୋଗ ରେ ମନା ଯିବ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ବିଶେଷ ସଂଯୋଗ ନାମ ଶଶ ଯୋଗ ଅଟେ । ତେବେ ଆସନ୍ତୁ ଜାଣିବା ଏଥର ଶିବରାତ୍ରି କେବେ ଓ କେଉଁ ସମୟରେ ପାଳନ କରାଯିବ ।
ଏହି ଦିନ ୫ଟି ଗ୍ରହ ରାଶି ପୁନରାବୃତି ସହ ଶନି ଓ ଚନ୍ଦ୍ର ମକର ରାଶି, ଗୁରୁ ଧନୁ ରାଶି, ବୁଧ କୁମ୍ଭ ରାଶି ଓ ଶୁକ୍ର ମୀନ ରାଶି ରେ ରହିବେ ।
ଏହା ଆଗରୁ ଏମିତିକା ଯୋଗ ୧୯୬୧ ରେ ଆସିଥିଲା, ଏହି ସମୟରେ ଦାନ ପୁନ୍ୟ କରିବାର ବିଧାନ ଅଟେ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ବିଶେଷ ସଂଯୋଗ ୫୯ ବର୍ଷ ପରେ ଆସିଛି, ଏହି ମହାଶିବରାତ୍ରି ସାଧନା ଓ ସିଧି ପାଇଁ ବିଶେଷ ମହତ୍ଵ ରଖିଛି । ମାନ୍ୟତା ଅଟେ ଯେ ଏହି ଦିନ ଶିବ ପାରବତୀଙ୍କ ବିବାହ ସମ୍ପନ ହୋଇଥିଲା, ତେବେ ଆସନ୍ତୁ ଜାଣିବା ଏହି ଦିନ ଭଗବାନ ଶିବଙ୍କୁ କେମିତି ପ୍ରଶାନ କରା ଯିବ ଓ କେଉଁ ଶୁଭ ମୁହୂର୍ତ ରେ ପୂଜା କରିବା ଉଚିତ ଅଟେ ଏବଂ ଆପଣଙ୍କ ପାଇଁ ଲାଭକାରୀ ଅଟେ ।
ମହାଶିବରାତ୍ରି ଶୁଭ ମୂହୁର୍ତ୍ତ:
୨୧ ତାରିଖ ସନ୍ଧ୍ୟା ୫:୨୦ ଠାରୁ ୨୨ ତାରିଖ ଶନିବାର କୁ ସନ୍ଧ୍ୟା ୭:୦୨ ପର୍ଜନ୍ତ ଶୁଭ ମୁହୂର୍ତ ଅଟେ ।
ମହାଶିବରାତ୍ରି ପୂଜା ବିଧି :
– ଶିବରାତ୍ରି ଦିନ ସକାଳେ ସ୍ନାନ କରି ଭଗବାନ ଶିବଙ୍କୁ ପଞ୍ଚାମୃତ ଦ୍ଵାରା ସ୍ନାନ କରାନ୍ତୁ ।
– ଏହା ପରେ ଭଗବାନ ଶିବଙ୍କୁ କେସର ୮ଟି କଳଶ ଜଳ ଅର୍ପିତା କରନ୍ତୁ ।
– ଏହି ଦିନ ପୁରା ରାତି ଦୀପ ପ୍ରଜ୍ଵଳନ କରନ୍ତୁ ।
– ଭଗବାନ ଶଙ୍କରକୁ ଚନ୍ଦନ ତିଲକ ଲଗାନ୍ତୁ ।
– ତିନୋଟି ବେଳପତ୍ର, ଭାଙ୍ଗ ଧତୁର, ତୁଳସୀ, ଫଳ, ମିଠା, ପାନ ପତ୍ର, ସୁଗନ୍ଧ ଓ ଦକ୍ଷିଣା ଚଢାନ୍ତୁ, ସବା ପରେ କେସର ଯୁକ୍ତ କ୍ଷୀର ପ୍ରସାଦ ଠାକୁରଙ୍କୁ ଲଗାନ୍ତୁ ଓ ଭକ୍ତ ଗାଁ ମଧ୍ୟରେ ବାଣ୍ଟି ଦିଅନ୍ତୁ ।
– ପୂଜା ରେ ସବୁ କାମ କଲା ବେଳେ ॐ ନମୋ ଭଗୱତେ ରୂଦ୍ରାୟ, ॐ ନମଃ ଶିୱାୟ ରୂଦ୍ରାୟ ଶମ୍ଭୱାୟ ଭୱାନୀପତୟେ ନମୋ ନମଃ ମଂତ୍ର ଜାପ କରନ୍ତୁ ଏହି ଭଳି ପୂଜା କଲେ ଆପଣଙ୍କ ଜୀବନ ସବୁ ପ୍ରକାର ସମସ୍ୟା ଦୂର ହବ ଓ ଠାକୁରଙ୍କ ଆଶୀର୍ବାଦ ପ୍ରାପ୍ତ ହବ ।