ପ୍ରତେକ ମହିଳାଙ୍କୁ ଶାଶୁ ଘରେ ଏହି ୫ଟି ଅଧିକାର ମିଳି ଥାଏ, ଯାହା ତାଙ୍କ ସ୍ଵାମୀ ମଧ୍ୟ ତାଙ୍କଠୁ ଛଡେଇ ପାରିବେ ନାହିଁ

ଏହା ସମସ୍ତେ ଜାଣିଛନ୍ତି ଯେ ଯେତେବେଳେ ଗୋଟେ ଝିଅ ବିବାହ ହୋଇ ଥାଏ ସେତେବେଳେ ତାକୁ ଗୋଟେ କଥା ପାଇଁ ବହୁତ ଚିନ୍ତା ଥାଏ ଯେ ତାଙ୍କ ଶଶୁର ଘର ଲୋକ କେମିତିକା ହୋଇ ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ବିଷୟରେ ବୋଧେ ଆପଣ ଜାଣି ନଥିବେ, ଆପଣଙ୍କୁ ଜାଣିବା ପାଇଁ ଆମେ କହିଦବାକୁ ଚାହୁଁଛୁ ଯେ ଯେତେବେଳେ ଝିଅ ବିବାହ ପରେ ଶାଶୁ ଘର ଯାଇ ଥାଏ ତେବେ ଏମିତି କିଛି ଆଇନ ଅଧିକାର ପାଇ ଥାନ୍ତି ।

ଏହା ମଧ୍ୟ କହିବାକୁ ଚାହୁଁଛୁ ଯେ ଏହି ଅଧିକାର ଝିଅ ସ୍ଵାମୀ ମଧ୍ୟ ତାଙ୍କ ଠାରୁ ଛଡେଇ ପାରିବେ ନାହିଁ ।

ଏହି ବିଷୟରେ ହାଇକୋର୍ଟ ଆଡ୍ଭୋକେଟ୍ ସଞ୍ଜୟ ମେହରା କହିଛନ୍ତି ଯେ ଅଲଗା ଅଲଗା ଆଇନ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ଅଧିକାର ଦେଇ ଥାନ୍ତି । ଏମିତି ପରିସ୍ଥିତି ରେ ଯଦି ଗୋଟେ ମହିଳାଙ୍କୁ ତାଙ୍କ ଅଧିକାର ପ୍ରାପ୍ତ ହେଉ ନାହିଁ ତେବେ ସେ ପୋଲିସ ରେ ଯାଇ ଏହି ଅଧିକାର ପାଇଁ ଅଭିଯୋଗ କରି ପାରନ୍ତି । ଏମିତି ସ୍ଥିତି ରେ ଯଦି ସେ ପୋଲିସ ପାଖକୁ ଯାଇ ପାରୁ ନାହାନ୍ତି ତେବେ ସେ ଇମେଲ ଦ୍ଵାରା ମଧ୍ୟ ନିଜ ଅଭିଯୋଗ ପୋଲିସ ପାଖକୁ ପଠେଇ ପାରିବେ ।

ଆସନ୍ତୁ ଜାଣିବା ଏହି ଅଧିକାର ଗୁଡିକ ବିଷୟରେ :

–    ବିବାହ ଆଗରୁ ବା ବିବାହ ପରେ ମିଳି ଥିବା ଟଙ୍କା ଓ ଉପହାର ସ୍ତ୍ରୀ ଧନ ହୋଇ ଥାଏ । ଏହି ସବୁ ଜିନିଷ ଉପରେ ସ୍ତ୍ରୀର ଅଧିକାର ହୋଇ ଥାଏ, ଏହି ସବୁ ଜିନିଷ ନିଜ ସ୍ଵାମୀ ସହ ସ୍ତ୍ରୀ ବାଣ୍ଟି ପାରନ୍ତି ।

–    ପ୍ରତେକ ମହିଳାକୁ ନିଜ ସ୍ଵାମୀ ସହ ତାଙ୍କ ଘରେ ରହିବା ଅଧିକାର ହୋଇ ଥାଏ, ଘର ପୂର୍ବଜଙ୍କର ହେଉ ବା ଜଏଣ୍ଟ ପରିବାର ର କିନ୍ତୁ ସ୍ଵାମୀ ସହ ରହିବା ଅଧିକାର ସ୍ତ୍ରୀ ଠାରୁ କେହି ଛଡେଇ ପାରିବେ ନାହିଁ ।

–    ହିନ୍ଦୁ ଧର୍ମ ଓ ଆଇନ ଅନୁଯାଇ ପ୍ରଥମ ସ୍ତ୍ରୀ ଥାଉ ଥାଉ ଅନ୍ୟ କେଉଁ ସ୍ତ୍ରୀ ସହ ସମ୍ବନ୍ଧ ରଖିବା ଦଣ୍ଡନୀୟ ଅପରାଧ ଅଟେ ।

–    ସ୍ତ୍ରୀକୁ ପୂର୍ଣ ସ୍ଵାଭିମାନ ସହ ଶାଶୁ ଘରେ ରହିବାର ଅଧିକାର ହୋଇ ଥାଏ କୌଣସି ପ୍ରକାର ମାନସିକ ବା ଶାରୀରିକ ପ୍ରତାରଣା ହେଲେ ସେ ପୋଲିସ ପାଖକୁ ନୀଡର ହୋଇ ଯିବା ଉଚିତ ।

–    ସବୁ ପ୍ରକାର ସୁଖ ସୁବିଧା ଅଧିକାର ସ୍ତ୍ରୀ ର ହୋଇ ଥାଏ ଏବଂ ଏହା ସବୁ ଦାଇତ୍ଵ ସ୍ଵାମୀ ଉପରେ ଥାଏ ।

Leave a Reply

Your email address will not be published. Required fields are marked *