ନମସ୍କାର ବନ୍ଧୁଗଣ, ଘରୁ ମଙ୍ଗୁଳା କନିଆଁ ନିଜ ପ୍ରେମିକ ସହ ବାହାଘର ପୂର୍ବରୁ ପଳାଇବା କେତେ ଯେ ନିନ୍ଦନୀୟ ତାହା କେବଳ ବାପା ମାଆଙ୍କୁ ଜଣା । କେଏ ଲୋକଙ୍କ ଠାରୁ କେତେ କଥା ଶୁଣିବା ପାଇଁ ପଡିଥାଏ । ହେଲେ ଝିଅର କଣ ଯାଉଛି ଝିଅ ତ ଟୋକା ପ୍ରେମରେ ଉବୁ ଟୁବୁ ତେଣୁ ତାଙ୍କ ଆଖିକୁ ଏସବୁ ଦେଖାଯାଏ ନାହିଁ । ସୂଚନା ଅନୁଯାୟୀ ଜଣେ ମଙ୍ଗୁଳା କନିଆ ଶୌଚ ଯିବା ବାହନରେ ପ୍ରେମିକ ସହ ଚମ୍ପଟ ମାରିଛନ୍ତି । ତେବେ ଏଭଳି ଏକ ଘଟଣା କେଉଁଠାରେ ଘଟିଛି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୋଇନ୍ତଳା ଥାନା ବୁଢୀ ଶିଣ୍ଢୋଲ ଗ୍ରାମରେ । ବିବାହ ହେବା ପାଇଁ ସବୁ କିଛି ଯୋଗାଡ ସରିଥିଲା । ହେଲେ ଝିଅଟି ଭୋର ସମୟରେ ଶୌଚ ଯିବି କହି ବାହାନା କରି ପ୍ରେମିକ ସହ ଚମ୍ପଟ ମାରିଛି ପ୍ରେମିକା । ଘର ଲୋକଙ୍କ ଇଜ୍ଜତ ମାନ ମହତକୁ ପଛରେ ପକାଇ ପ୍ରେମିକର ହାତ ଧରିଛି ଝିଅ ।
ଖବର ମୁତବକ ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆଗରୁ ଥିଲା । ତେଣୁ ସେହି ପୁଅ ସହିତ ଝିଅ ଫେରାର ହୋଇଥିବାର କଥା ସନ୍ଦେହ କରୁଛନ୍ତି ପରିବାର ଲୋକେ । ଝିଅଙ୍କୁ ବହୁତ ଖୋଜା ଖୋଜି କରିବା ପରେ ଝିଅକୁ ପାଇନଥିଲେ । ଏହାପରେ ଝିଅଙ୍କ ବାପା ଯାଇ ପୋଇନ୍ତଳା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।
ବର ଘର ଲୋକଙ୍କ ପାଖରେ ଏଭଳି ଏକ ଖବର ପହଞ୍ଚିବା ପରେ ସେ ବିବାହ କାର୍ଯ୍ୟ ଆଗକୁ ବଢାଇବା ବନ୍ଦ ରଖିଥିଲେ । ଝିଅ ତାଙ୍କ ଘର ପଛ ପଟର ଏକ ତାଟି ଦିଆଯାଇଥିବା ବାଟ ଦେଇ ପଳାଇଛନ୍ତି । ତେବେ ଏହାପରେ ତାଙ୍କ ଘର ପରିବାର ଲୋକେ ବହୁତ ବ୍ୟସ୍ତ ଏବଂ ଦୁଃଖିତ ଅଛନ୍ତି । ଝିଅର ଏଭଳି କାଣ୍ଡ ପରେ ତାଙ୍କ ମୁଣ୍ଡ ନିହାତି ଭାବରେ ତଳକୁ ହୋଇଯାଇଛି ।
ଝିଅର ବିବାହ ପାଇଁ ବାପା ମାଆ ସବୁକିଛି ଯୋଗାଡ କରିଥିଲେ । ତାଙ୍କ ପାଇଁ ଟିଭି, ଫ୍ରିଜ, ବାସନ, ଖଟ ସବୁକିଛି ନୂଆ କିଣା ହୋଇ ସଜଡା ହୋଇ ରଖାଯାଇଥିଲା ଝିଅକୁ ଦେବା ପାଇଁ । ହେଲେ ଝିଅ ଆଉ ନାହିଁ ଏସବୁ ନେବା ପାଇଁ । ଏହା ସମ୍ପର୍କରେ ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଭୁଲିବେ ନାହିଁ ।