ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ଅବସ୍ତା ଓଡିଶାବାସୀଙ୍କ ମନରେ ବହୁତ ଦୁଃଖ ଆଣିଦେଉଛି ସମସ୍ତେ ଭଗବାନଙ୍କ ପାଖରେ ତାଙ୍କ ଆରୋଗ୍ୟ ପାଇଁ ପ୍ରାଥନା କରୁଥିବା ବେଳେ ପିଣ୍ଟୁଙ୍କ ଅବସ୍ତା ଅଧିକ ରୁ ଅଧିକରୁ ଗୁରୁତର ହେବାକୁ ଲାଗିଛି । ଲାଗୁଛି ଯେମିତି ଭଗବାନ କାହାର ପ୍ରାଥନା ଶୁଣୁନାହାନ୍ତି । ଏହା କହିବାର ଅର୍ଥ ହେଉଛି ପିଣ୍ଟୁ ନନ୍ଦ ଦିଲ୍ଲୀ ରୁ ହାଇଦ୍ରାବାଦ ଯିବାର କାରଣ ଆଉ ସେଠାକୁ ଯାଇ ତାଙ୍କ ନଣ୍ଡା ହେବା ପଛର କାରଣ ସ୍ପଷ୍ଟ ସୂଚନା ଦେଉଛି । ତେବେ କାହିଁକି ତାଙ୍କୁ ହାଇଦ୍ରାବାଦ ନିଆଗଲା କାହିଁକି ତାଙ୍କୁ ନଣ୍ଡା କରାଯାଇଛି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ସୂଚନା ଅନୁଯାୟୀ ପିଣ୍ଟୁ ନନ୍ଦ ଦୁଇ ଦିନ ପୂର୍ବରୁ ଦିଲ୍ଲୀ ମେଡିକାଲ ରୁ ହାଇଦ୍ରାବାଦ ଆସିଛନ୍ତି । ଦିଲ୍ଲୀ ମେଡିକାଲରେ ଥିବା ସମୟରେ ପିଣ୍ଟୁ ନନ୍ଦଙ୍କ ଲିଭର ରୁ ରକ୍ତ ଶ୍ରାବ ହୋଇଥିଲା । ଏହି କାରଣ ପାଇଁ ଦିଲ୍ଲୀର ଡାକ୍ତର ସିଧା ହାଇଦ୍ରାବାଦ ରେଫର କରିଥିଲେ । ହାଇଦ୍ରାବାଦରେ ଯଶୋଦା ମେଡିକାଲରେ ପିଣ୍ଟୁ ନନ୍ଦ ପହଞ୍ଚିବା ପରେ ତାଙ୍କର ଏକ ଭିନ୍ନ ରୂପ ଦେଖୁବା ପାଇଁ ମିଳିଛି ।
ଆଜ୍ଞା ହଁ ତାଙ୍କୁ ସେଠାରେ ନଣ୍ଡା କରାଇ ଦିଆଯାଇଛି । କିଛି ଦିନ ପୂର୍ବରୁ ଡାକ୍ତର କହିଥିଲେ କି ତାଙ୍କ ଲିଭର ୮୦ ପ୍ରତିଶତ ଖରାପ ହୋଇଯାଇଛି । ତେଣୁ ଅନୁମାନ କରିବା ପାଇଁ ଗଲେ ହୁଏତ ଏହା ବର୍ତ୍ତମାନ ସମୟରେ ବଢିଯାଇଥାଇ ପାରେ । ଆଉ ୬ ଦିନ ପୂର୍ବରୁ ଲିଭରରୁ ରକ୍ତ ମଧ୍ୟ ବାହାରୁ ଥିଲା ।
ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହେବା ହେବା ଦ୍ଵାରା ରୋଗୀର ପାଚନ କ୍ରିୟା ଉପରେ ତାହାର ପ୍ରଭାବ ପଡିଥାଏ । ତେଣୁ ଶରୀରକୁ ଆବଶ୍ୟକ ଥିବା ପୋଷଣ ପହଞ୍ଚି ପାରୁ ନାହିଁ । ଏଥିପାଇଁ ରୋଗୀ ଦୁର୍ବଳ ହେବା ସହ ପତଳା ମଧ୍ୟ ହେବାକୁ ଲାଗନ୍ତି । ଆଉ ମୁଣ୍ଡରୁ ବହୁତ ଅଧିକ ଚୁଟି ମଧ୍ୟ ଝଡିବା ପାଇଁ ଲାଗିଥାଏ ।
ତେଣୁ ଏହି ଚୁଟି ଝଡିବା କାରଣ ହିଁ ଏକମାତ୍ର କାରଣ ଯେଉଁଥି ପାଇଁ ତାଙ୍କ ଚୁଟି କଟାଯାଇଛି ବୋଲି ଅନୁମାନ ଲଗାଯାଉଛି । ଖବର ଅନୁଯାୟୀ ଏବେ ପର୍ଯ୍ୟନ୍ତ ମଧ୍ୟ ଡୋନର ମିଳିପାରୁ ନାହିଁ । ଆଉ ଏପଟେ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ତା ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଆଶା କରୁଛୁ ଭଗବାନ ତାଙ୍କ ପାଇଁ ଖୁବଶୀଘ୍ର ଡୋନର ଯୋଗାଡ କରିଦେବେ ।