ମୁଁ ସୁନ୍ଦର ଥିଲି ବୋଲି ମୋତେ ମାରିଦେଲେ, ସିନିୟର ଡାକ୍ତର ମାନେ ମୋତେ ରାତି ଡିୟୁଟି ପକେଇ… ଦେଖନ୍ତୁ Video

ନାମସ୍କାର ବନ୍ଧୁଗଣ, ଡାକ୍ତର ହେବାର ସ୍ଵପ୍ନ ଅଧାରେ ରହିଗଲା ଜଣେ ଝିଅଙ୍କ ପାଇଁ । ଡାକ୍ତରୀ ଛାତ୍ରୀ ତ ଥିଲେ ହେଲେ ସିନିୟର ଡାକ୍ତର ମାନଙ୍କ ନଜର ପଡିଲା ସୁନ୍ଦରୀ ଝିଅ ଉପରେ ଆଉ ଏହାପରେ ଆରମ୍ଭ କରିଦେଲେ ତାଙ୍କୁ କଷ୍ଟ ଦେବା । ଏଭଳି ଅସହ୍ୟ କଷ୍ଟ ଦେଲେ ଯେ ଆଉ ସମ୍ଭାଳିପାରିଲେ ନାହିଁ ଛାତ୍ରୀ ଜଣଙ୍କ ଆଉ ହାରିଦେଲେ ଜୀବନ । ଏଭଳି କେଉଁ ଘଟଣା ଘଟାଇଲେ ସିନିୟର ଡାକ୍ତର ତାଙ୍କ ସହ ଆଉ କେଉଁଠାରେ ଘଟିଛି ଏଭଳି ଏକ ଘଟଣା ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ଖବର ଅନୁଯାୟୀ ପ୍ରୀତି ଧାରାବତ ଭଲ ଡାକ୍ତର ହେବା ପାଇଁ MGM କଲେଜରେ ଡାକ୍ତରୀ ପାଠ ପଢୁଥିଲେ । ହେଲେ ତାଙ୍କ ରୂପ ଓ ଦେହ ଉପରେ ସିନିୟର ଛାତ୍ରଙ୍କ ଆଖି ପଡିଥିଲା । ବାରମ୍ବାର ପ୍ରୀତିଙ୍କୁ ହଇରାଣ କରୁଥିଲେ ସିନିୟର ଛାତ୍ର ମାନେ । ସବୁବେଳେ ଟ୍ଟାଙ୍କର ରାତି ଡିଉଟି ପକାଉଥିଲେ । ଏବଂ ତାଙ୍କ ସହ ଖରାପ କାମ କରିବା ପାଇଁ ଅନେକ ଚେଷ୍ଟା ମଧ୍ୟ କରୁଥିଲେ ।

ଏକଥା ଯଦି ସେ କାହାକୁ କୁହନ୍ତି ତେବେ ତାଙ୍କୁ ଫେଲ କରାଇଦେବେ ବୋଲି ଧମକ ଦେଉଥିଲେ ସିନିୟର ଡାକ୍ତର ଛାତ୍ରମାନେ । ତାଙ୍କ ସହ ଏହିସବୁ ଘଟିବା ପରେ ସେ ନିସ୍ପତି ନେଇଥିଲେ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଯିବାକୁ । ଚାରିଦିନ ପୂର୍ବରୁ ରାତି ଡିଉଟି ରେ କାମ କରିବା ସମୟରେ ବେହୋସ ହୋଇପଡିଥିଲେ ।

ଏହାପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦ ଡାକ୍ତରଖାନାକୁ ନିଆଯାଇଥିଲା । ଆଉ ଗତ ରବିବାର ତାଙ୍କର ଚିକିତ୍ସାଧୀନ ଅବସ୍ତାରେ ମୃତ୍ୟୁ ହୋଇଯାଇଛି । ଏହାପରେ ପ୍ରୀତିଙ୍କ ବାପା ଥାନାରେ ଏତଲା ଦେଇଥିବା ସୂଚନା ଅନୁଯାୟୀ ପୋଷ୍ଟ ଗ୍ରାଜୁଏଟ ଦିତୀୟ ବର୍ଷର ଛାତ୍ର ମହମ୍ମଦ ଅଲ୍ଲି ସାହେବଙ୍କୁ ପୋଲିସ ଗିରଫ କରିଛି ।

ପୀଡିତାଙ୍କ ମୋବାଇଲ ଚାଟରୁ ଜଣାପଡିଥିଲା କି ତାଙ୍କୁ ସିନିୟର ଛାତ୍ର ମାନେ ବହୁତ ଅଧିକ କଷ୍ଟ ଦେଉଥିଲେ । ଜଣଙ୍କୁ ଗିରଫ କରିଛି ପୋଲିସ ଆଉ ବର୍ତ୍ତମାନ ଅନ୍ୟ ସିନିୟର ଛାତ୍ର ମାନଙ୍କୁ ଖୋଜୁଛି ପୋଲିସ । ଜଣଙ୍କୁ ଏତେ କଲବଲ କରିବା କଣ ଠିକ ! ଜଣଙ୍କ ସ୍ଵପ୍ନ ପୁରା କରିବାର ରାସ୍ତାରେ ଜାଣିଶୁଣି କଣ୍ଟା ପାଲଟିବା କେତେଦୂର ଠିକ ଏହା ସମ୍ପର୍କରେ ଆପଣ ମାନେ କଣ ମତ ଦେବାକୁ ଚାହୁଁଛନ୍ତି ତାହା କମେଣ୍ଟରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *