ଓଡ଼ିଶାର ୩ ଜିଲ୍ଲାରେ ଅଛି ସୁନା ଖଣି, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଏବେ ଜୋର ଧରିଛି ଚର୍ଚ୍ଚା… ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ଆସିଛି ଏକ ବଡ ଖବର । ଖବର ଅନୁଯାୟୀ ଓଡିଶାରେ ମିଳିଛି ସୁନା ଖଣିର ସନ୍ଧାନ । ଓଡିଶାର 3 ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଛାଇ ହୋଇ ରହିଛି ସୁନା । ଯାହା ଓଡିଶାର ସ୍ଥିତିରେ ଅନେକ ସୁଧାର ଆଣିପାରିବ ବୋଲି ଆଶା । ଏହା ଓଡିଶା ପାଇଁ ଏକ ବହୁତ ବଡ ସଫଳତା ଅଟେ । ତେବେ କେଉଁ ସବୁ ଜିଲ୍ଲାରେ ଖଣିର ସନ୍ଧାନ କରାଯାଇଛି ଏବଂ ଆଉ କଣ ସବୁ ରହିଛି ସୁନା ଖଣି ସମ୍ବନ୍ଧୀୟ ତଥ୍ୟ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସୂଚନା ଅନୁଯାୟୀ ଓଡିଶାର ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି । ଦେବଗଡ ଜିଲ୍ଲାର ଅଡାଶ ଅଞ୍ଚଳରେ ରହିଛି ସୁନା ଖଣି । କେନ୍ଦୁଝର ଜିଲ୍ଲାର ଗୋପପୁର, ଗାଜିପୁର, କୁଶକଳା, ଅଡାଳ, ସଲେଇକନା, ଡିମିରିମୁଣ୍ଡା, କରଡଙ୍ଗ ଅଞ୍ଚଳରେ ସୁନା ଖଣି ଗଚ୍ଛିତ ରହିଛି । ଏବଂ ମୟୂଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡା,ରୁଆଁସି, ଇଡେଳକୁଟା, ମାରେଡ଼ିହି, ସୁଲେଇପାଟ, ବାଦାମ ପାହାଡ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି ।

ବିଧାନସଭାରେ ବିଧାୟକ ସୁଧୀର ସାମଲ ପ୍ରଶ୍ନ କରିଥିଲେ କି ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି ? ଯଦି ମିଳିଛି ତାହେଲେ ତାର ସବିଶେଷ ବିବରଣୀ ପ୍ରଦାନ କରିବେ କି ? ଏହାର ଉତ୍ତରରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଥିଲେ ରାଜ୍ୟ ଖଣି ଓ ଭୁତତ୍ତ୍ଵ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବାକ୍ଷଣ ସଂସ୍ଥାର ଅନୁସନ୍ଧାନ ପରେ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବା ସୂଚନା ମିଳିଛି ।

ଦେବଗଡ ଜିଲ୍ଲାର ଅଡାଶ ଅଞ୍ଚଳରେ ତମ୍ବାପଥର ସହିତ ୧୬୮୫ କିଲୋ ସୁନା ଥିବା ସୂଚନା ମିଳିଛି । ସେହିଭଳି କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ସୁନା ପଥରର ସନ୍ଧାନ ମିଳିଛି । ଏଥିରେ ୧ ଟନ ପଥରରେ ୧ ଗ୍ରାମ ସୁନା ଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଅଞ୍ଚଳରେ ଏକ ଟନ ପଥରରେ ୦.୧ ରୁ ୨.୬ ଗ୍ରାମ ସୁନା ଥିବା ଆକଳନ କରାଯାଇଛି ।

ସୁଲେଇପାଟ ଅଞ୍ଚଳରେ ବି ସୁନା ପଥର ଥିବା ଆକଳନ କରାଯାଇଛି । ଅନ୍ୟ ଖଣିଜ ପଦାର୍ଥ ସହ ଖଣିଜ ପଦାର୍ଥ ମିଶି ରହିଥିବାରୁ ତାହାକୁ ଉତ୍ତୋଳନ କରିବା ଦ୍ଵାରା ଲାଭ ହେବ କି ନାହିଁ ତାହାର ହିସାବ କରାଯିବା ପରେ ଯାଇ ଉତ୍ତୋଳନ କରାଯିବ । ଏହା ସମ୍ପର୍କରେ ଆପଣଙ୍କର କଣ ମତାମତ ରହିବ ତାହା ସମ୍ପର୍କରେ ଆମକୁ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *