ଆକାଶ ଭଳି ସ୍ଵାମୀ ପାଇଛି ଆଉ କଣ ଦରକାର, ସ୍ଵାମୀ Akash Acharya ଙ୍କୁ ନେଇ ଏମିତି କହିଲେ ଅଭିନେତ୍ରୀ Lipsa Mishra

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଅଭିନେତ୍ରୀ ଲିପ୍ସାଙ୍କ ବିବାହ ହୋଇସାରିଛି । ସେ ତାଙ୍କ ବିବାହକୁ ନେଇ ବହୁତ ଖୁସି ନଜର ଆସିଛନ୍ତି । ଯେ କେହି ବି ତାଙ୍କୁ ଦେଖିବ ସେ ଅନ୍ଦାଜ ଲଗାଇପାରିବ ତାଙ୍କୁ ସ୍ଵାମୀ ଏବଂ ଶାଶୁ ଘର ଲୋକେ କେତେ ଭଲ । ଲିପ୍ସା ନିଜ ବାହାଘର ଦିନ ମିଡିଆ ସାମ୍ନାରେ ନିଜ ମନ କଥା ରଖିଛନ୍ତି । ଆଗ୍ରହ ଉତ୍ସାହର ସହ ବହୁତ କିଛି ଖାସ କରିଛନ୍ତି ତାଙ୍କ ବାହାଘରର ଆୟୋଜନରେ ତେବେ ଲିପ୍ସା କେଉଁସବୁ କଥା ଆଲୋଚନା କରିଛନ୍ତି ତାଙ୍କ ବିବାହ ସମ୍ପର୍କରେ ତାହା ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଲିପ୍ସା କହିଛନ୍ତି ତାଙ୍କ ସ୍ଵାମୀ ଗୁଣରେ ଆଚରଣରେ ବହୁତ ଭଲ । ଲିପ୍ସାଙ୍କ ଠାରୁ ମଧ୍ୟ ସେ ଅଧିକ ଭଲ ବୋଲି କହିଛନ୍ତି ଲିପ୍ସା । ସେ ବହୁତ ଭାଗ୍ୟବତୀ ନିଜକୁ ଅନୁଭବ କରୁଛନ୍ତି କି ଆକାଶଙ୍କ ଭଳି ଜଣେ ପିଲାଙ୍କୁ ସେ ନିଜର ଜୀବସାଥୀ ଭାବରେ ପାଇଛନ୍ତି । ରିଲ ଲାଇଫରେ ସେ ବହୁତ ବାହାଘରର ସିନ କରିଛନ୍ତି କିନ୍ତୁ ରିଅଲ ଲାଇଫରେ ବାହା ହେବାର ଚାର୍ମ ବହୁତ ଅଲଗା ଅଟେ ।

ନିଜ ଘରକୁ ଛାଡି ଆସିବାର ଦୁଃଖ ସହିତ ଶାଶୁ ଘରକୁ ଯିବାର ଖୁସି ମଧ୍ୟ ରହିଛି ତାଙ୍କ ପାଖରେ । କାରଣ ସେ ବହୁତ ଭଲ ଭାବରେ ଜାଣନ୍ତି ତାଙ୍କ ସ୍ଵାମୀ ଏବଂ ଶାଶୁ ଘର ଲୋକ ବହୁତ ଭଲ ଆଉ ତାଙ୍କୁ ବହୁତ ଭଲ ପାଇବା ଦେବେ । ତାଙ୍କ ବିବାହର ଥିମ ସମ୍ପୂର୍ଣ ଲାଲ ରଙ୍ଗର ରହିଥିଲା । ସେ କହିଛନ୍ତି ଭଲ ମଣିଷ ମିଳିଲା ବୋଲି ହିଁ ସେ ବର୍ତ୍ତମାନ ବାହା ହୋଇଛନ୍ତି ।

ଲିପ୍ସା କହିଛନ୍ତି ମୁଁ ବହୁତ ଦାୟିତ୍ଵହିନ ଥିବା ବେଳେ ସେ ମୋର ପୁରା ଓଲଟା ଆଉ ସେ ବହୁତ ଯତ୍ନବାନ ଅଟନ୍ତି । କୋଲକାତାର ଏକ ଡିଜାଇନରଙ୍କ ଠାରୁ ନିଜ ବିବାହ ପାଇଁ ଲେହେଙ୍ଗା ବନାଇବାର ଇଚ୍ଛା ଥିଲା ଲିପ୍ସାଙ୍କର । ହେଲେ ସେମାନେ ଟାଇମ ହାତରେ ନଥିବାରୁ ମନା କରୁଥିଲେ କିନ୍ତୁ ଆକାଶ ତାଙ୍କୁ ବାଧ୍ୟ କରିଥିଲେ ଆଉ କହିଥିଲେ ପ୍ଳିଜ କରନ୍ତୁ କାରଣ ଲିପ୍ସାଙ୍କର ବହୁତ ଇଚ୍ଛା ଥିଲା ।

ଆଉ ଶେଷରେ ସେମାନେ ରାଜି ମଧ୍ୟ ହୋଇଥିଳୀ ଆଉ ଦୁଇ ମାସ ଭିତରେ ଆମକୁ ସେମାନେ ରେଡି କରି ଦେଇଥିଲେ ବୋଲି କହିଛନ୍ତି ଲିପ୍ସା । ହଳଦୀ, ମେହେନ୍ଦି, ମ୍ୟାରେଜ ଏବଂ ରିସେପସନ ପାଇଁ ସବୁ ଡେକୋରେସନର ଦାୟିତ୍ଵ ଉଭୟ ଲିପ୍ସା ଏବଂ ଆକାଶ ବୁଝିଥିବାର କଥା କହିଛନ୍ତି ଲିପ୍ସା । ତେବେ ତାଙ୍କ ବିବାହକୁ ନେଇ ଆପଣଙ୍କର କଣ ସବୁ ମତ ରହିବ ତାହା ନିହତି ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *